ETV Bharat / bharat

ଇଡି ନୋଟିସ୍‌ ପରେ ତୃତୀୟ ଥର ମେଡିକାଲ ଗଲେ କେରଳ ମୁଖ୍ୟମନ୍ତ୍ରୀଙ୍କ ଏପିଏସ

author img

By

Published : Dec 9, 2020, 12:47 PM IST

ଇଡି ନୋଟିସ୍‌ ପରେ ପୁଣି ଥରେ ମେଡିକାଲ ଗଲେ କେରଳ ମୁଖ୍ୟମନ୍ତ୍ରୀଙ୍କ ଏପିଏସ ସିଏମ ରବିନ୍ଦ୍ରନ । ଅଧିକ ପଢନ୍ତୁ...

କେରଳ ମୁଖ୍ୟମନ୍ତ୍ରୀ
କେରଳ ମୁଖ୍ୟମନ୍ତ୍ରୀ

ଥିରୁବନନ୍ତପୁରମ୍‌: ସୁନା ଚୋରାଚାଲାଣ ମାମଲାରେ ଇଡିର ନୋଟିସ୍‌ ପରେ ପୁଣି ଥରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କେରଳ ମୁଖ୍ୟମନ୍ତ୍ରୀଙ୍କ ଏପିଏସ ସିଏମ ରବିନ୍ଦ୍ରନ । କୋଭିଡ୍‌ ପରବର୍ତ୍ତୀ ଅସୁସ୍ଥତା ଦର୍ଶାଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସମନ କରିବା ପରେ ସେ ତୃତୀୟ ଥର ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୁନା ଚୋରାଚାଲାଣ ମାମଲାରେ ଇଡି ତାଙ୍କୁ ସମନ କରିବା ସହ ଗୁରୁବାର ପୂର୍ବରୁ ଦେଖା କରିବାକୁ କହିଥିବାବେଳେ ସେ ପୁଣି ଥରେ ହସ୍ପିଟାଲରେ ଆଡମିଟ୍‌ ହୋଇଛନ୍ତି ।

ଡିସେମ୍ବର 4 ତାରିଖରେ ଇଡି ତାଙ୍କୁ ତୃତୀୟ ଥର ପାଇଁ ନୋଟିସ କରିଥିବାବେଳେ ଡିସେମ୍ବର 10 ତାରିଖ ସୁଦ୍ଧା ପଚରାଉଚରା ପାଇଁ ଅଫିସକୁ ଆସିବାକୁ କହିଥିଲା । ପୂର୍ବରୁ ମଧ୍ୟ ନଭେମ୍ବର ମାସରେ ଇଡି ତାଙ୍କୁ ଦୁଇଥର ସମନ କରିଥିବାବେଳେ ପ୍ରଥମ ନୋଟିସ ପରେ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ପରେ ଦ୍ବିତୀୟ ନୋଟିସ ପରେ ସେ କୋରୋନା ପରବର୍ତ୍ତୀ ଅସୁସ୍ଥତା କାରଣରୁ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଥିଲା ।

ତେବେ ଏହି ମାମଲାରେ ଇଡି, ଏନଆଇଏ(ଜାତୀୟ ତଦନ୍ତକାରୀ ସଂସ୍ଥା) ଓ କଷ୍ଟମ ବିଭାଗ ତଦନ୍ତ କରୁଥିବାବେଳେ ସୁନା ଚୋରାଚାଲାଣ ନେଇ ପ୍ରଶାସନିକ ସମ୍ପୃକ୍ତି ଉପରେ ତଦନ୍ତରେ ଅଧିକ ଫୋକସ କରାଯାଉଛି ।

ସୂଚନାଥାଉକି, ଜୁଲାଇ 5 ତାରିଖରେ ଥିରୁବନନ୍ତପୁରମ୍‌ ବିମାନବନ୍ଦରରୁ 30 କେଜି ସୁନା ଯାହାର ଆନୁମାନିକ ମୂଲ୍ୟ 14.82 କୋଟି ଜବତ ହେବା ପରେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.