ଥୀରୁଅନନ୍ତପୁରମ: କେରଳ କ୍ୟାବିନେଟରେ ନୂଆ ମାଦକ ନୀତି ଅନୁମୋଦନ । କେରଳ ରାଜ୍ୟ ସରକାରଙ୍କ ନୂଆ ନୀତି ଅନୁସାରେ ରାଜ୍ୟର ସମସ୍ତ ଆଇଟି ପାର୍କ ନିକଟରେ ବାର୍ ଏବଂ ପବ୍ ଖୋଲାଯାଇପାରିବ । ରାଜ୍ୟ ସରକାର ଅନୁମୋଦନ ଦେଇଥିବା ଏହି ବିବାଦୀୟ ନୀତିରେ ପ୍ରତିବର୍ଷ ପୁନରାବର୍ତ୍ତନ କରାଯାଇପାରିବ । ଏହି ନୂତନ ନୀତିକୁ ବିରୋଧୀମାନେ ତୀବ୍ର ବିରୋଧ କରିଛନ୍ତି ।
ନିୟମ ଅନୁସାରେ, ସର୍ବନିମ୍ନ 10 ବର୍ଷ ପ୍ରତିଷ୍ଠିତ ଆଇଟି ପାର୍କଗୁଡିକ କେବଳ ବାର୍ କିମ୍ବା ପବକୁ ଲାଇସେନ୍ସ ଦେଇପାରିବ । ଏପର୍ଯ୍ୟନ୍ତ କେରଳରେ କୌଣସି ପବ୍ ଲାଇସେନ୍ସ ଦିଆଯାଇ ନାହିଁ । ଲାଇସେନ୍ସ ଦେବା ପୂର୍ବରୁ ସରକାର ଏହି ଆଇଟି ପାର୍କର ବାର୍ଷିକ କାରବାରକୁ ମଧ୍ୟ ବିଚାର ବିମର୍ଶ କରିବେ। ବାର୍ କିମ୍ବା ପବଗୁଡିକ ଆଇଟି ପାର୍କ ଭିତରେ ଅବସ୍ଥିତ ରହିବ ଏବଂ ବାହାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ।
ପାର୍କଗୁଡିକ ବାର୍ କିମ୍ବା ପବ୍ ପରିଚାଳନା ପାଇଁ ପ୍ରାଇଭେଟ(ବ୍ୟକ୍ତିଗତ) ବ୍ୟକ୍ତିଙ୍କୁ ସବକଣ୍ଟ୍ରାକ୍ଟ ଦେଇପାରେ । କ୍ଲବ ଗୁଡିକରୁ ଆସୁଥିବା ଲାଇସେନ୍ସ ଠାରୁ ଅଧିକ ଲାଇସେନ୍ସ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ରାଜ୍ୟରେ ଅଧିକ ବେଭରେଜ୍ କର୍ପୋରେସନ୍ (BEVCO) ଆଉଟଲେଟ୍ ଖୋଲିବା ପାଇଁ କ୍ୟାବିନେଟ୍ ମଧ୍ୟ ନୋଡ୍ ଦେଇଛି ଏବଂ ବାର୍ ଖୋଲା ରହିବା ସମୟ ମଧ୍ୟ ପରିବର୍ତ୍ତନ ହେବ ।
ଅଧିକ ଆଉଟଲେଟ୍ ଖୋଲିବା ପାଇଁ ସରକାର ଦୁଇଟି BEVCO ଆଉଟଲେଟ୍ ମଧ୍ୟରେ ବର୍ତ୍ତମାନର ଦୂରତା ମାନଦଣ୍ଡକୁ ନବୀକରଣ କରିବେ । ଦୁଇଟି ଛୋଟ ଦୋକାନ ମଧ୍ୟରେ ଦୂରତା ହ୍ରାସ କରିବାକୁ ସୁପାରିଶ କରାଯାଇଛି । ସରକାର ମଧ୍ୟ ମାସର 1 ତାରିଖ ଦିନ BEVCO ଆଉଟଲେଟ୍ ଏବଂ ବାର୍ ବନ୍ଦ କରିବାର ବର୍ତ୍ତମାନର ନିୟମକୁ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ