ETV Bharat / bharat

Social Media Power: ରାସ୍ତାକଡ ବେଲୁନ ବିକାଳୀରୁ ରାତାରାତି ମଡେଲର୍

ସୋସିଆଲ ମିଡ଼ିଆ ବଦଳାଇଲା ବେଲୁନ ବିକାଳୀଙ୍କ ଭାଗ୍ୟ । ରାସ୍ତାରେ ବିକୁଥିଲେ ବେଲୁନ ଆଉ ଏବେ ପାଲଟିଛନ୍ତି ବ୍ୟୁଟି ସେନ୍ସେସନ । ଅଧିକ ପଢନ୍ତୁ

Social Media Power: ରାସ୍ତାକଡ଼ ବେଲୁନ ବିକାଳୀରୁ ରାତାରାତି ମଡେଲ୍‌

author img

By

Published : Mar 10, 2022, 6:02 PM IST

ଥିରୁଅନନ୍ତପୁରମ: ଏ ହେଉଛି ୨୦୨୨ ମସିହା । ଏହି ସମୟରେ ସବୁଠୁ ଶକ୍ତିଶାଳୀ ହେଉଛି ସୋସିଆଲ ମିଡ଼ିଆ । ଏହି ପ୍ଲାର୍ଟଫର୍ମ ବିନା କୌଣସି ପ୍ରତିବନ୍ଧକରେ ପ୍ରତିଭା ଥିଲେ ଆପଣଙ୍କୁ ବନାଇପାରେ ଷ୍ଟାର । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଭାଗ୍ୟର ତାଲା । ଏପରିକି ଏହା ଜଣଙ୍କୁ ରାସ୍ତାକଡ଼ ବିକାଳୀରୁ ମଧ୍ୟ ରାତାରାତି ବନାଇପାରେ ମଡେଲର୍ । ବଚପନ କା ପ୍ୟାର ସିଙ୍ଗର ସହଦେବ ଦିର୍ଦୋଠୁ ଆରମ୍ଭ କରି ବାବା କା ଢାବା ଭଳି ସେନ୍ସେସନଙ୍କ ତାଲିକାରେ ଯୋଡ଼ି ହୋଇଛନ୍ତି କେରଳର ଟିନ୍‌ ଗର୍ଲ କିସବୁ (Kisbu) ।

Social Media Power: ରାସ୍ତାକଡ଼ ବେଲୁନ ବିକାଳୀରୁ ରାତାରାତି ମଡେଲ୍‌
Social Media Power: ରାସ୍ତାକଡ଼ ବେଲୁନ ବିକାଳୀରୁ ରାତାରାତି ମଡେଲ୍‌

କିସବୁଙ୍କ ମେକଓଭର ପରେ ଏବେ ତାଙ୍କୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା । ଭାଇରାଲ ହେଉଛି ତାଙ୍କ ନୂ୍‌ଆ ଅନ୍ଦାଜର ଫଟୋ । ଫଟୋଗ୍ରାଫର ଅର୍ଜୁନ କ୍ରୀଷ୍ଣନଙ୍କ ନଜର ଏହି ବେଲୁନ ବିକାଳୀଙ୍କ ଉପରେ ପ୍ରଥମେ ପଡ଼ିଥିଲା । ସେ କିସବୁଙ୍କୁ କେରଳର ଏକ ମନ୍ଦିର ନିକଟରେ ଦେଖିଥିଲେ । ଆଉ ଏକ କ୍ବିକ ସଟ୍‌ ନେଇଥିଲେ । ଏହି ଫଟୋକୁ ସେ ନିଜ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ନେଟିଜେନ୍ସ ଏଥିରେ ବହୁଳ ମାତ୍ରାରେ ପ୍ରତିକ୍ରିୟା ରଖିଥିଲେ । ଏହାପରେ ଫଟୋଗ୍ରାଫର ଅର୍ଜୁନଙ୍କୁ କିସବୁଙ୍କ ମେକଓଭର କରିବାକୁ ପ୍ରେରଣା ଯୋଗାଇଥିଲା ।

ଏହାପରେ ସେ କିସବୁଙ୍କ ପିତାମାତାଙ୍କ ଅନୁମତି ଆଣିବା ପରେ ତାଙ୍କର ମେକଓଭର କରାଇବାକୁ ମନ ବଳାଇଥିଲେ । ଅର୍ଜୁନ ମେକଅପ ଆର୍ଟିଷ୍ଟ ରେମ୍ୟା ପ୍ରାଜୁଲ(Remya Prajul)ଙ୍କ ଦ୍ବାରା କିସବୁଙ୍କ ମେକଓଭର କରାଇଥିଲେ । ଏହା ପରେ ବଦଳି ଯାଇଥିଲା କିସବୁଙ୍କ ରୂପରେଖ । ସେ ପାଇଥିଲେ ଏକ ନୂଆ ଲୁକ୍‌ । ଅର୍ଜୁନ ମେକଓଭର ଫଟୋକୁ ନିଜ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ ।

କିସବୁଙ୍କ ଟ୍ରାନ୍ସଫରମେସନ ପରେ ଇଣ୍ଟରେନଟରେ ଏହି ଫଟୋ ଖୁବ ଭାଇରାଲ ହେଉଛି । ଅର୍ଜୁନ ଫଟୋ ସେୟାର କରିବା ପରେ କମେଣ୍ଟ ସେକ୍ସନ ପରିପୂର୍ଣ୍ଣ ହୋଇଥିଲା । ତେବେ ସୂଚନା ଥାଉ କି କିସବୁ ରାଜସ୍ଥାନୀ ପରିବାରରେ ଜନ୍ମଗ୍ରହଣ କରିଥିବା ବେଳେ ସେ କେରଳର ରାସ୍ତାକଡ଼ରେ ବେଲୁନ ବିକୁଥିଲେ । ଏବେ କିସବୁଙ୍କ ଫଟୋ ଉଠାଇବାରେ ଫଟୋଗ୍ରାଫରଙ୍କ ଲାଗିଛି ଲମ୍ବା ଲାଇନ । ସେ ଏଯାବତ ଅନେକ ଗୁଡ଼ିଏ ଫଟୋସୁଟ କରିସାରିଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.