ETV Bharat / bharat

କେରଳରେ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା, ପଲକଡ ମୈଦାନରେ ମେଟ୍ରୋ ମ୍ୟାନ

author img

By

Published : Mar 14, 2021, 5:41 PM IST

କେରଳ ବିଧାନସଭା ନିର୍ବାଚନରେ ମେଟ୍ରୋ ମ୍ୟାନ ଇ ଶ୍ରୀଧରନଙ୍କୁ ଟିକେଟ ଦେଇଛି ବିଜେପି । ପଲକଡରୁ ନିର୍ବାଚନ ଲଢିବେ ମେଟ୍ରୋ ମ୍ୟାନ । ଦଳ 112 ସିଟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ଅଧିକ ପଢନ୍ତୁ...

କେରଳରେ ବିଜେପିର ପ୍ରାର୍ଥୀ ତାଲିତା ଘୋଷଣା, ପଲକଡ ମୈଦାନରେ ମେଟ୍ରୋ ମ୍ୟାନ

ଥିରୁଅନନ୍ତପୁରମ: କେରଳ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । କେରଳର 115ଟି ଆସନରେ ନିଜର ପ୍ରାର୍ଥୀଙ୍କୁ ନିର୍ବାଚନୀ ମୈଦାନରେ ଛିଡା କରିବ ବିଜେପି । ଅନ୍ୟପକ୍ଷେ ବିଜେପି ବାକି 25ଟି ଆସନ ସହଯୋଗୀ ଦଳ ପାଇଁ ଛାଡିଛି ।

କେରଳ ବିଧାନସଭା ନିର୍ବାଚନରେ ମେଟ୍ରୋ ମ୍ୟାନ ଇ ଶ୍ରୀଧରନଙ୍କୁ ଟିକେଟ ଦେଇଛି ବିଜେପି । ପଲକଡରୁ ନିର୍ବାଚନ ଲଢିବେ ମେଟ୍ରୋ ମ୍ୟାନ । ଦଳ 112 ସିଟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ ।

ପ୍ରାର୍ଥୀ ତାଲିକା ଘୋଷଣା କରି ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ କହିଛନ୍ତି 2ଟି ଆସନରୁ ନିର୍ବାଚନ ଲଢିବେ ବିଜେପି ରାଜ୍ୟ ସଭାପତି ସୁରେନ୍ଦର । ରାଜ୍ୟରେ 4ଟି ଦଳ ସହ ମେଣ୍ଟ କରି ନିର୍ବାଚନ ଲଢୁଛି ବିଜେପି ।

ବିଜେପିରୁ ସୁରେଶ ଗୋପୀ ତ୍ରିଶୁର ବିଧାନସଭା ଆସନରୁ ନିର୍ବାଚନ ଲଢିବେ । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ଜେ ଅଲ୍ଫୋନ୍ସ କାଞ୍ଜିରାପଲ୍ଲୀ ଆସନରୁ ନିଜର ଭାଗ୍ୟ ନିର୍ଧାରଣ କରିବାକୁ ଯାଉଛନ୍ତି । ଡାକ୍ତର ଅବଦୁଲ ସଲାମଙ୍କୁ ତିରୁର ଆସନରୁ ପ୍ରାର୍ଥୀ କରାଯାଇଥିବା ବେଳେ ମନୀକୁତ୍ତମଙ୍କୁ ମାନତାବାଣୀ ଆସନରୁ ଟିକେଟ ଦେଇଛି ବିଜେପି । ସେହିପରି ସି.କେ ପଦ୍ମନାଭମ, ପିୟକେ କୃଷ୍ଣଦାସ ଓ କୁମ୍ଭନମ ରାଜଶେଖରଙ୍କୁ ମଧ୍ୟ ବିଜେପି ପକ୍ଷରୁ ମିଳିଛି ଟିକେଟ ।

କେରଳରେ ମୋଟ 140 ବିଧାନସଭା ଆସନ ରହିଛି । ରାଜ୍ୟରେ ଏପ୍ରିଲ 6ରେ ହେବ ମତଦାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.