ETV Bharat / bharat

କେରଳ ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟ ଗଣତି: କଂଗ୍ରେସ-ସିପିଆଇ 5 ସିଟରେ ଆଗୁଆ

author img

By

Published : May 2, 2021, 10:16 AM IST

କେରଳରେ ଭୋଟ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ କଂଗ୍ରେସ, ସିପିଆଇ 5 ସିଟରେ ଆଗୁଆ ରହିଛି । ଅଧିକ ପଢନ୍ତୁ...

କେରଳ ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟ ଗଣତି: କଂଗ୍ରେସ-ସିପିଆଇ 5 ସିଟରେ ଆଗୁଆ
କେରଳ ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟ ଗଣତି: କଂଗ୍ରେସ-ସିପିଆଇ 5 ସିଟରେ ଆଗୁଆ

ଥିରୁଅନନ୍ତପୁରମ: କେରଳରେ 140ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ ଗଣତି । ତେବେ ରାଜ୍ୟର 2 ପ୍ରମୁଖ ଦଳ ସିପିଆଇ ଓ କଂଗ୍ରେସ ଭୋଟ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ ଉଭୟ 5 ସିଟରେ ଆଗୁଆ ଅଛନ୍ତି ।

ରବିବାର ସକାଳ 8ଟାରୁ ରାଜ୍ୟର 140ଟି ବିଧାନସଭା ଆସନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଦେଶରେ କୋରୋନା ମହାମାରୀର ସୁନାମୀ ରୂପ ଦେଖିବାକୁ ମିଳିଥିବା ବେଳେ କଟକଣା ମଧ୍ୟରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । ଗତ ଏପ୍ରିଲ 26 ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା ।

କେରଳ ସମେତ ରବିବାର ରାଜ୍ୟରେ ଆଉ 3ଟି ରାଜ୍ୟ ଆସାମ, କେରଳ ଓ ତାମିଲନାଡୁ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । 4ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 822ଟି ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ସୁରୁଖୁରୁରେ ଭୋଟ ଗଣତି ପ୍ରକ୍ରିୟା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛି ନିର୍ବାଚନ ଆୟୋଗ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.