ETV Bharat / bharat

ଶରଦ ଓ ଉଦ୍ଧବଙ୍କୁ ଭେଟିବେ କେଜ୍ରିଓ୍ବାଲ, କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ମାଗିବେ ସହଯୋଗ

author img

By

Published : May 21, 2023, 6:27 PM IST

କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ରାଜନୈତିକ ସମର୍ଥନ ହାସଲ ପ୍ରକ୍ରିୟା ଜାରି ରଖିଛନ୍ତି କେଜ୍ରିଓ୍ବାଲ । ଆଜି ନୀତିଶଙ୍କ ପରେ 24 ଓ 25 ରେ ଶରଦ ଓ ଉଦ୍ଧବଙ୍କୁ ଭେଟିବେ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

ଶରଦ ପାଓ୍ବାର ଓ ଉଦ୍ଧବ ଠାକରେଙ୍କୁ ଭେଟିବେ କେଜ୍ରିଓ୍ବାଲ, କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ମାଗିବେ ସହଯୋଗ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଶାସନିକ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଗ୍ରୀଷ୍ମ ଅବକାଶ ଶେଷ ହେବା ପରେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେବ ଦିଲ୍ଲୀ ସରକାର । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ରାଜନୈତିକ ସମର୍ଥନ ହାସଲ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି । ସେ ଏନେଇ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଆଲୋଚନା କରିଥିବା ବେଳେ ପରବର୍ତ୍ତୀ ସମୟରେ ଏନସିପି ମୁଖ୍ୟ ଶରଦ ପାଓ୍ବାର ଓ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରି ଆଲୋଚନା କରିବେ ।

ଆମ ଆଦମୀ ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେଜ୍ରିଓ୍ବାଲ 24 ଓ 25 ତାରିଖରେ ଦୁଇ ଦିନିଆ ମୁମ୍ବାଇ ଗସ୍ତ କରିବେ । ଗସ୍ତର ପ୍ରଥମ ଦିନରେ ସେ ପ୍ରଥମେ ଉଦ୍ଧବ ଠାକେରଙ୍କୁ ଭେଟିବାକୁ ଥିବା ବେଳେ ପରଦିନ ତଥା 25 ତାରିଖରେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟି ଆଲୋଚନା କରିବେ । ଆଜି ଏହି ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀଙ୍କ ସହ କେଜ୍ରିଓ୍ବାଲଙ୍କର ଆଲୋଚନା ହୋଇଛି । ନୀତିଶ କୁମାର ଆଜି ଦିଲ୍ଲୀ ଗସ୍ତରେ ଯାଇ କେଜ୍ରିଓ୍ବାଲଙ୍କୁ ସାକ୍ଷାତ କରିଛନ୍ତି । ଏହି ପ୍ରସଙ୍ଗରେ ସେ କେଜ୍ରିଓ୍ବାଲଙ୍କ ସହ ଅଛନ୍ତି ବୋଲି ନୀତିଶ ସ୍ପଷ୍ଟ ମଧ୍ୟ କରିସାରିଛନ୍ତି ।

ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ସମ୍ପର୍କରେ ସୁପ୍ରିମକୋର୍ଟରୁ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଆସିଥିଲା । 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ବିବାଦର ଶୁଣାଣି କରି ଦିଲ୍ଲୀ ସରକାର ସପକ୍ଷର ରାୟ ଶୁଣାଇଥିଲେ । ନିର୍ବାଚିତ ସରକାର ନିକଟରେ ଅଧିକାରୀଙ୍କୁ ପୋଷ୍ଟିଂ ଓ ବଦଳି କରିବାର କ୍ଷମତା ରହିଛି । କେନ୍ଦ୍ର ସରକାରଙ୍କ ପ୍ରତିନିଧି ଉପରାଜ୍ୟପାଳ ସମସ୍ତ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ଏପରି ହେଲେ ସଂଘୀୟ ବ୍ୟବସ୍ଥାରେ ନିର୍ବାଚିତ ସରକାର କିପରି ତା’ର କାର୍ଯ୍ୟ କରିପାରିବ ବୋଲି ସର୍ବୋଚ୍ଚ କୋର୍ଟ ଯୁକ୍ତି ଦର୍ଶାଇଥିଲେ । ତାର ମାତ୍ର ଦିନକ ପରେ କେନ୍ଦ୍ର ପକ୍ଷରୁ ଏକ ସ୍ବତନ୍ତ୍ର ଅଧ୍ୟାଦେଶ ଆଣାଯାଇଥିଲା । ଯେଉଁଥିରେ ଦିଲ୍ଲୀ ସିଭିଲ ସର୍ଭିସ ଅଥରିଟି ନିକଟରେ ଏହି ପ୍ରଶାସନିକ ନିୟନ୍ତ୍ରଣ କ୍ଷମତା ନ୍ୟସ୍ତ କରାଯାଇଥିଲା ।

ଏହି ପ୍ରାଧିକରଣରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିବା ବେଳେ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ ଏହାର ସଦସ୍ୟ ରହିବେ । ତେବେ ଏହି ଅଥରିଟି କେବଳ ସଦସ୍ୟଙ୍କ ବହୁମତ ଆଧାରରେ ହିଁ କୌଣସି ନିଷ୍ପତ୍ତି ଗ୍ରହଣ କରିପାରିବ । ଯଦି ଅଥରିଟିର ସଦସ୍ୟଙ୍କ ମଧ୍ୟରେ କୌଣସି ନିଯୁକ୍ତି ପ୍ରସଙ୍ଗକୁ ନେଇ ବହୁମତ ଆଧାରରେ ନିଷ୍କର୍ସ ନବାହାରିପାରେ, ତେବେ ଉପରାଜ୍ୟପାଳଙ୍କ ନିଷ୍ପତ୍ତି ହିଁ ନିର୍ଣ୍ଣାୟକ ହେବ । ଅର୍ଥାତ ବିଶ୍ଳେଷଣାତ୍ମକ ଭାବେ ଦେଖିଲେ ଏହି ପ୍ରାଧିକରଣରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିଲେ ସୁଦ୍ଧା ସେ ଏକତରଫା ନିଷ୍ପତ୍ତି ଗ୍ରହଣ କରିପାରିବେ ନାହିଁ । ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଉପରାଜ୍ୟପାଳ ହିଁ ପ୍ରକୃତ କ୍ଷମତା ଉପଭୋଗ କରିବେ ।

ଏବେ ଗ୍ରୀଷ୍ମକାଳୀନ ଅବକାଶ ପାଇଁ ସର୍ବୋଚ୍ଚ କୋର୍ଟ ବନ୍ଦ ରହିଛି । କୋର୍ଟ ଜୁଲାଇ ପହିଲାରେ ଖୋଲିବା ପରେ ଦିଲ୍ଲୀ ସରକାର କେନ୍ଦ୍ରର ଏହି ଅଧ୍ୟାଦେଶ ବିରୋଧରେ ଦ୍ବାରସ୍ଥ ହେବା ନେଇ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କହି ସାରିଛନ୍ତି । ତେବେ କୋର୍ଟ କାର୍ଯ୍ୟ ଆରମ୍ଭକୁ ଅପେକ୍ଷା କରିବା ସହ ଏହି ପ୍ରସଙ୍ଗରେ କେନ୍ଦ୍ର ବିରୋଧୀ ରାଜନୈତିକ ସମର୍ଥନ ହାସଲ କରିବା ପାଇଁ କେଜ୍ରିଓ୍ବାଲ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଆଜି ପୂର୍ବାହ୍ନରେ ସେ ନୀତିଶ କୁମାରଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିସାରିଥିବା ବେଳେ 24 ଓ 25ରେ ଉଦ୍ଧବ ଠାକରେ ଓ ଶରଦ ପାଓ୍ବାରଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.