ETV Bharat / bharat

ଦିଲ୍ଲୀରେ Make India No 1 କ୍ୟାମ୍ପେନ ଲଞ୍ଚ କଲେ କେଜ୍ରିଓ୍ୱାଲ

author img

By

Published : Aug 17, 2022, 7:34 PM IST

ଦିଲ୍ଲୀରେ ମେକ ଇଣ୍ଡିଆ ନମ୍ବର ଓ୍ବାନ ମିଶନ (Make India No 1) ଆରମ୍ଭ କଲେ ଅରବିନ୍ଦ କେଜ୍ରିଓ୍ବାଲ । ସ୍ବାଧୀନତାର ଉଦାହରଣ ଦେଇ କେନ୍ଦ୍ରକୁ କଲେ ପରୋକ୍ଷରେ ଟାର୍ଗେଟ । ବିଶେଷ ଭାବେ 5 ସାମାଜିକ କ୍ଷେତ୍ରରେ ଉନ୍ନତି ପାଇଁ ମିଶନରେ ବ୍ୟବସ୍ଥା । ଦେଶବାସୀଙ୍କୁ ମିଶନରେ ଯୋଡି ହେବାକୁ ଦେଲେ ଆହ୍ବାନ । ଅଧିକ ପଢନ୍ତୁ

ଦିଲ୍ଲୀରେ Make India No 1 କ୍ୟାମ୍ପେନ ଲଞ୍ଚ କଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ 'ମେକ୍ ଇଣ୍ଡିଆ ନଂ-1'(Make India No 1) ମିଶନକୁ ଲଞ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ (Kejriwal new campaign)। ତେବେ ଦିଲ୍ଲୀରେ ଆରମ୍ଭ କରିଥିବା ଏହି ମିଶନରେ ସାମିଲ ହେବା ପାଇଁ ସେ ସମସ୍ତ ଦେଶବାସୀଙ୍କୁ ମଧ୍ୟ ଆହ୍ବାନ ଦେଇଥିବା ଦେଖିବାକୁ ମିଳିଛି । ଏହି ମିଶନରେ କେଜ୍ରିୱାଲ ପ୍ରତ୍ୟେକ ପିଲାଙ୍କୁ ମାଗଣା ଶିକ୍ଷା, ସମସ୍ତଙ୍କୁ ମାଗଣା ଚିକିତ୍ସା, ଯୁବକଙ୍କୁ ରୋଜଗାର, ମହିଳାଙ୍କୁ ସମ୍ମାନ, କୃଷକଙ୍କ ପାଇଁ ଫସଲର ଉଚିତ ସହାୟକ ମୂଲ୍ୟ ଭଳି ପଦକ୍ଷେପ ନେବାକୁ ଗୁରୁତ୍ୱାରୋପ କରିଛନ୍ତି । ଦେଶକୁ ଏକ ନମ୍ବର କରିବାକୁ ହେଲେ 130 କୋଟି ଦେଶବାସୀଙ୍କ ସମର୍ଥନ ଓ ସହଯୋଗ ଆବଶ୍ୟକ ବୋଲି ଏହି ଅବସରରେ କେଜ୍ରିଓ୍ବାଲ କହିଥିବା ଦେଖିବାକୁ ମିଳିଛି ।

ଏହି କାର୍ଯ୍ୟକ୍ରମ ଲଞ୍ଚ ଅବସରରେ ସେ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ପରୋକ୍ଷ ଭାବେ ବର୍ଷିଥିବା ଦେଖିବାକୁ ମିଳିଛି । ଦେଶ ସ୍ବାଧୀନତାକୁ 75ବର୍ଷ ପୂରଣ ହୋଇଛି । 75 ବର୍ଷ ତଳେ ଅନେକ ଦେଶ ମଧ୍ୟ ସ୍ବାଧୀନତା ପାଇଥିଲେ । ତେବେ ସେମାନେ ଆଜି ବିକାଶ କ୍ଷେତ୍ରରେ ବହୁ ଆଗରେ । ଦେଶବାସୀଙ୍କ ମନରେ ଏହାକୁ ନେଇ କ୍ଷୋଭ ରହିଛି । କିନ୍ତୁ ଦେଶର ପ୍ରଗତିକୁ କେବଳ ନେତାଙ୍କ ହାତରେ ଛାଡି ଦେଲେ ବିକାଶ ସମ୍ଭବ ହୋଇ ପାରିବ ନାହିଁ ବୋଲି କେଜ୍ରିଓ୍ବାଲ କହିଛନ୍ତି ।

ତେବେ ନଜର ପକାନ୍ତୁ କ’ଣ ରହିଛି କେଜ୍ରିଓ୍ବାଲଙ୍କ ମେକ ଇଣ୍ଡିଆ ନମ୍ବର-01 ମିଶନର ମୁଖ୍ୟାଂଶ:-

  • ମୁକ୍ତ ଶିକ୍ଷା
  • ମୁକ୍ତ ସ୍ବାସ୍ଥ୍ୟ ସେବା
  • ଯୁବଗୋଷ୍ଠୀଙ୍କୁ ରୋଜଗାର
  • ମହିଳାଙ୍କୁ ସମ୍ମାନ
  • କୃଷକଙ୍କ ପାଇଁ କାମ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.