ETV Bharat / bharat

ଫିଟିଲା କେଦାରନାଥ ମନ୍ଦିର ଦ୍ବାର

author img

By

Published : May 17, 2021, 8:08 AM IST

ଆଜି ଭୋର 5ଟାରେ ଖୋଲିଲା ପ୍ରସିଦ୍ଧ କେଦାରନାଥଙ୍କ ମନ୍ଦିର ଦ୍ବାର । 11 କ୍ବିଣ୍ଟାଲ ଫୁଲରେ ସଜାଯାଇଛି ମନ୍ଦିର । ଅଧିକ ପଢନ୍ତୁ...

ଖୋଲିଲା  କେଦାରନାଥଙ୍କ ଦ୍ବାର
ଖୋଲିଲା କେଦାରନାଥଙ୍କ ଦ୍ବାର

ଡେରାଡୁନ: ଖୋଲିଲା ପ୍ରସିଦ୍ଧ କେଦାରନାଥ ଧାମ । ଏହି ଅବସରରେ ମନ୍ଦିରକୁ 11 କ୍ବିଣ୍ଟାଲ ଫୁଲରେ ସଜାଯାଇଛି । ଆଜି ଭୋର 5ଟାରେ କେଦାରନାଥଙ୍କ ଦ୍ବାର ରୀତିନୀତି ଏବଂ ବୌଦ୍ଧିକ ମନ୍ତ୍ର ଉଚାରଣରେ ମନ୍ଦିର ଖୋଲାଯାଇଥିଲା ।

ଖୋଲିଲା କେଦାରନାଥଙ୍କ ଦ୍ବାର

ମହାମାରୀ କୋରୋନା ଯୋଗୁଁ ଚାରିଧାମ ଯାତ୍ରା ସ୍ଥଗିତ ହେବା ପରେ ଏଥର ମଧ୍ୟ ଭଗବାନ କେଦାରନାଥଙ୍କ ମନ୍ଦିର କବାଟ ଖୋଲିଛି । ଏଥର କେବଳ ଅଳ୍ପ କେତେକ ତୀର୍ଥଯାତ୍ରୀଙ୍କୁ କେଦାରନାଥ ଧାମ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି । ପ୍ରତିବର୍ଷ ଅକ୍ଟୋବର-ନଭେମ୍ବର ଶୀତ ଋତୁରେ କେଦାରନାଥ ସମେତ ଚାରଧାମର ଦ୍ୱାର ବନ୍ଦ ରହିଥାଏ ଏବଂ ପରେ ଏହା ବର୍ଷର ଏପ୍ରିଲ-ମେ ମାସରେ ଭକ୍ତମାନଙ୍କ ଦର୍ଶନ ପାଇଁ ଖୋଲା ଯାଇଥାଏ | ତେବେ ମନ୍ଦିର ଖୋଲିବା ପାଇଁ ରବିବାର କିଛି ଅଧିକାରୀ ଓ କର୍ମଚାରୀ କେଦାରନାଥ ଧାମରେ ପହଞ୍ଚିଥିଲେ ।

ରିଷିକେଶର ବାସିନ୍ଦା ସୌରଭ କାଲରଙ୍କ ସହଯୋଗରେ କେଦାରନାଥ ମନ୍ଦିରକୁ 11 କ୍ବିଣ୍ଟାଲ ଫୁଲରେ ସଜାଯାଇଥିଲା । ସକାଳ 5 ଟାରେ କବାଟ ଖୋଲିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ପ୍ରଥମ ପୂଜା କରାଯାଇଥିଲା । ଏହି ଅବସରରେ କେଦାରନାଥ ଧାମରେ କେଦାରନାଥର ରାଓ୍ବଲ ଭୀମଶଙ୍କର ଲିଙ୍ଗ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ମନୁଜ ଗୋୟଲ ମଧ୍ୟ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.