ETV Bharat / bharat

୨୯ରେ ଇଫତାର ପାର୍ଟି କରିବେ ତେଲେଙ୍ଗାନା ସରକାର

ମୁସଲମାନ ସମ୍ପ୍ରଦାୟଙ୍କ ପାଇଁ ଇଫତାର ପାର୍ଟି( Iftar party) କରିବେ ତେଲେଙ୍ଗାନା ସରକାର । ଆସନ୍ତା ୨୯ ତାରିଖରେ ଲେବି ଷ୍ଟାଡିୟମରେ ସଂନ୍ଧ୍ୟା ୬.୧୦ ମିନିଟ ସମୟରେ ଇଫତାର ପାର୍ଟି କରାଯିବ । ଅଧିକ ପଢନ୍ତୁ

author img

By

Published : Apr 24, 2022, 7:51 AM IST

୨୯ରେ ଇଫତାର ପାର୍ଟି କରିବେ ତେଲେଙ୍ଗାନା ସରକାର
୨୯ରେ ଇଫତାର ପାର୍ଟି କରିବେ ତେଲେଙ୍ଗାନା ସରକାର

ହାଇଦ୍ରାବାଦ: ମୁସଲମାନ ସମ୍ପ୍ରଦାୟଙ୍କ ପାଇଁ ଇଫତାର ପାର୍ଟି( Iftar party) କରିବେ ତେଲେଙ୍ଗାନା ସରକାର । ଆସନ୍ତା ୨୯ ତାରିଖରେ ଲେବି ଷ୍ଟାଡିୟମରେ ସଂନ୍ଧ୍ୟା ୬.୧୦ ମିନିଟ ସମୟରେ ଇଫତାର ପାର୍ଟିର ଆୟୋଜନ କରାଯିବ । ଏଥିରେ ମୁସଲମାନ ସମ୍ପ୍ରଦାୟର ସମସ୍ତ ଧର୍ମଗୁରୁ, ବିଧାୟକ, ସରକାରୀ କର୍ମଚାରୀ ଓ ସାଧାରଣ ଲୋକେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ତେଲେଙ୍ଗାନା ରାଜ୍ୟ ଧାର୍ମିକ ସହିଷ୍ନୁତା ସହ ଜଡିତ । ଗଙ୍ଗା ଯମୁନା ତେହଜିବଙ୍କ ପାଇଁ ଉଦାହରଣ ଅଟେ । ସମସ୍ତ ସଂସ୍କୃତି ଏବଂ ପରମ୍ପରାକୁ ତେଲେଙ୍ଗାନା ସରକାର ଗୁରୁତ୍ବ ଦିଅନ୍ତି । ମୁସଲମାନ ସଂଖ୍ୟାଲଘୁ ସମ୍ପ୍ରଦାୟର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଦେଶରେ ଧର୍ମନିରପେକ୍ଷତା ରକ୍ଷା କରିବାରେ ତେଲେଙ୍ଗାନା ରାଜ୍ୟ ଏକ ଆଦର୍ଶ ବୋଲି କହିଛନ୍ତି କେସିଆର(Telangana Chief Minister K Chandrashekhar Rao) ।

ଏହି ସମୟରେ, ମୁସଲିମ ନେତା ତଥା ଅନ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଇଫତାର ପାର୍ଟିକୁ ବର୍ଜନ କରିବାକୁ କଂଗ୍ରେସ ବୁଧବାର ଦିନ ଏକ ଧର୍ମଘଟ କରିଥିଲା । ସେପଟେ ମୁସଲିମ ନେତା ତଥା ଅନ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆୟୋଜିତ ହେବାକୁ ଥିବା ଇଫତାର ପାର୍ଟିକୁ ବିରୋଧ କରୁଛି କଂଗ୍ରେସ ।

ଇସଲାମିକ ଧର୍ମର ପବିତ୍ର ମାସ ରମଜାନ । ଏହି ପବିତ୍ର ମାସରେ ରୋଜା(ଉପବାସ) ରଖିବା ସହ ନମାଜ ପାଠ କରାଯାଏ । ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଉପବାସ ରହି ଆଲ୍ଲାଙ୍କ ନିକଟତର ହେବାକୁ ରୋଜା ରଖିଥାନ୍ତି ମୁସଲିମ ଭାଇଭଉଣୀ । ଭାଇଚାରର ଏହି ପର୍ବରେ କେବଳ ଗୋଟିଏ ପ୍ରହର ଖାଇ ରୋଜା ଭାଙ୍ଗିଥାନ୍ତି ଶ୍ରଦ୍ଧାଳୁ । ରୋଜା ଖୋଲିବା ପରେ ଯେଉଁ ଭୋଜନ କରାଯାଏ ତାହାକୁ ଇଫତାର କୁହାଯାଏ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.