ETV Bharat / bharat

ମମତାଙ୍କ ବିରୋଧୀ ମହାବୈଠକରେ ସାମିଲ ହେବେନି KCR

ମମତାଙ୍କ ମିଳିତ ବିରୋଧୀ ବୈଠକରେ ସାମିଲ ହେବନି କେସିଆରଙ୍କ ଟିଆରଏସ । ଦଳ ପକ୍ଷରୁ ହୋଇଥିବା ବୈଠକରେ ନିଷ୍ପତ୍ତି । ଅଧିକ ପଢନ୍ତୁ

ମମତାଙ୍କ ବିରୋଧୀ ମହାବୈଠକକୁ କେସିଆରଙ୍କ ବର୍ଜନ

author img

By

Published : Jun 15, 2022, 4:04 PM IST

ହାଇଦ୍ରାବାଦ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ବାରା ଆହୁତ ମିଳିତ ବିରୋଧୀଙ୍କ ବୈଠକରେ ସାମିଲ ହେବେ ନାହିଁ ତେଲେଙ୍ଗାନାର ଶାସକ ଦଳ TRS । ଆଜି ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ କେ. ଚନ୍ଦ୍ର ଶେଖର ରାଓ ନିଷ୍ପତ୍ତି ନେଇ ସ୍ପଷ୍ଟ କରିଛନ୍ତି । ଆସନ୍ତା ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ନେଇ ଆଲୋଚନା କରିବା ପାଇଁ ମମତା ଅଣ ବିଜେପି ଦଳ ସମେତ ବାମ ଦଳ ଓ ଅନ୍ୟାନ୍ୟ ଦଳକୁ ମିଶାଇ ମୋଟ 22 ଦଳଙ୍କୁ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି । TRS ଦଳ ପକ୍ଷରୁ କୌଣସି ନେତାଙ୍କୁ ପ୍ରତିନିଧିତ୍ବ କରିବା ପାଇଁ ଦିଲ୍ଲୀ ପଠାଯାଉନାହିଁ ।

ଆଜି ଟିଆରଏସ ନେତାଙ୍କ ଏକ ମିଟିଂ ମଧ୍ୟ ପ୍ରଗତି ଭବନର ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ତଥା ଦଳମୁଖ୍ୟ କେସିଆରଙ୍କ ସମେତ ସମସ୍ତ ବିଧାୟକ ଓ ସାଂସଦ ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ ମମତା ଡାକିଥିବା ବୈଠକ ନେଇ ମଧ୍ୟ ଆଲୋଚନା ହୋଇଥିଲେ । ଦଳ ଏହି ବୈଠକରେ ଅଂଶଗ୍ରହଣ କରିବ ନାହିଁ ବୋଲି ଉକ୍ତ ବୈଠକରେ ନିଷ୍ପତ୍ତି ପାରିତ ହୋଇଥିଲା । ଅନ୍ୟପଟେ କେସିଆର ମଧ୍ୟ ମୋଦି ବିରୋଧୀ ମେଣ୍ଟ ଗଠନ ପ୍ରୟାସରେ ରହିଛନ୍ତି । ଗତ କିଛି ମାସ ମଧ୍ୟରେ ସେ ଏକାଧିକ ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଆଞ୍ଚଳିକ ଦଳମୁଖ୍ୟଙ୍କୁ ଭେଟି ଆଲୋଚନା କରି ସାରିଛନ୍ତି ।

ଗତ 8 ବର୍ଷ ଧରି କେସିଆରଙ୍କ ଦଳ TRS ଉଭୟ କଂଗ୍ରେସ ଓ ବିଜେପି ଠାରୁ ଦୂରତା ବଜାୟ ରଖିଛି । ତେବେ 2024ରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଞ୍ଚଳିକ ଦଳଙ୍କ ସହାୟତାରେ ମିଳିତ ମଞ୍ଚ ବିଜେପିକୁ ମାତ ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ କେସିଆର । ସଧାରଣ ନିର୍ବାଚନକୁ ଆଉ 2 ବର୍ଷ ଥିବା ବେଳେ ଏବେ ଆସିଥିବା ରାଷ୍ଟ୍ରପତି ନିର୍ବାଚନ ଅବସରରେ ଅନ୍ୟତମ ମୋଦି ବିରୋଧୀ ଚେହେରା ମମତା ମଧ୍ୟ ବିଜେପି ବିରୋଧୀ ମେଳିକୁ ଏକଜୁଟ କରିବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.