ETV Bharat / bharat

ଅଧା ରହିଯିବ କେସିରଆଙ୍କ ହାଟ୍ରିକ ଆଶା ! ତେଲେଙ୍ଗାନାରେ କ୍ଷମତା ଛଡାଇ ନେଇପାରେ କଂଗ୍ରେସ

author img

By ETV Bharat Odisha Team

Published : Nov 30, 2023, 9:30 PM IST

Updated : Nov 30, 2023, 10:25 PM IST

ଏକଜିଟ ପୋଲ ଆସିବା ପରେ ବିଆରଏସ ଶିବିରରେ ଛନକା, ଉତ୍ସାହିତ କଂଗ୍ରେସ । ଅଧା ରହିପାରେ କେସିଆର ହାଟ୍ରିକ ମୁଖ୍ୟମନ୍ତ୍ରୀ ସ୍ବପ୍ନ । ରାଜ୍ୟ ମାନ୍ୟତାର ଦଶନ୍ଧି ପରେ କଂଗ୍ରେସ ହାତେଇବ କମାଣ । 3 ତାରିଖର ଏକଜାଟ ପୋଲକୁ ଅପେକ୍ଷା । ଅଧକ ପଢନ୍ତୁ

ଅଧା ରହିବ କେସିରଆଙ୍କ ହାଟ୍ରିକ ଆଶା !  ତେଲେଙ୍ଗାନାରେ କ୍ଷମତା ଛଡାଇ ନେଇପାରେ କଂଗ୍ରେସ

ହାଇଦ୍ରାବାଦ: ଆଜି ତେଲେଙ୍ଗାନାରେ ଭୋଟିଂ ସରିବା ପରେ ପ୍ରକାଶ ପାଇଛି 5 ରାଜ୍ୟ ପାଇଁ ଏକଜିଟ ପୋଲ ବା ‘ବୁଥବାହୁଡା ଜନମତ’ ପ୍ରକାଶ ପାଇଛି । କଂଗ୍ରେସ ତେଲେଙ୍ଗାନା ଓ ଛତିଶଗଡରେ ଆଗରେ ରହିଛି । ସେହିପରି ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ବିଜେପି ଆଗରେ ରହିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଆକଳନ ତେଲେଙ୍ଗାନା କ୍ଷେତ୍ରରେ ଦେଖିବାକୁ ମିଳିଛି । ରାଜ୍ୟ ଗଠନ ହେବା ପରଠାରୁ କ୍ଷମତାରେ ରହି ଆସିଥିବା କେସିଆରଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏଥର କ୍ଷମତାଚ୍ୟୁତ ହୋଇପାରେ । ତେଲେଙ୍ଗାନାରେ କଡା ମୁକାବିଲା ମଧ୍ୟରେ ବିଆରଏସ ପ୍ରଦର୍ଶନ ଅପେକ୍ଷାକୃତ ଭଲ ରହିବା ନେଇ ଆଶା କରାଯାଉଥିଲା । ମାତ୍ର ଏକାଧିକ ଗଣମାଧ୍ୟମ ସଂସ୍ଥା କଂଗ୍ରେସ ଅଧିକ ଆସନ ସଂଖ୍ୟା ବହୁମତ ହାସଲ କରିବାକୁ ଯାଉଥିବା ସଙ୍କେତ ଦେଇଛନ୍ତି ।

ତେଣୁ ଏହି ‘ଏକଜିଟ ପୋଲ’ ଯଦି ‘ଏକଜାଟ ପୋଲ’ରେ ପରିଣତ ହୁଏ, ତେବେ କେସିଆରଙ୍କ ହାଟ୍ରିକ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନରେ ରହିଯିବ । ଅନ୍ୟପଟେ ଏକଜିଟ ପୋଲରେ ଦଳକୁ ବହୁମତ ମିଳୁଥିବା ଜଣାପଡିବା ପରେ କଂଗ୍ରେସ କ୍ୟାମ୍ପ ଉତ୍ସାହିତ ନଜର ଆସିଲାଣି । ଆଜି ଅପରାହ୍ନରେ ଭୋଟ ଦେବା ବେଳେ ପ୍ରଦେଶ କଂଗ୍ରେସ ରିବନ୍ତ ରେଡ୍ଡୀ କେସିଆରଙ୍କୁ ବିଦାୟୀ ମୁଖ୍ୟମନ୍ତ୍ରୀ କହିବା ସହ ରାଜ୍ୟରେ କଂଗ୍ରେସ ଶାସନ ଆରମ୍ଭ ହେବାକୁ ଯାଉଥିବା କହିଥିଲେ । ଏପରିକି 3 ତାରିଖରେ ଜନାଦେଶ ଆସିବା ପରେ 6 ତାରିଖରେ କଂଗ୍ରେସ ସରକାରର ଶପଥଗ୍ରହଣ ଉତ୍ସବ ଆୟୋଜିତ ହେବା ନେଇ ମଧ୍ୟ ତାରିଖ ସ୍ପଷ୍ଟ କରିଥିଲେ ।

କଣ କହୁଛି ଏଥର ଏକଜିଟ ପୋଲ:

ଏକାଧିକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ଏକଜିଟ ପୋଲରେ ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ଆଶ୍ଚର୍ଯ୍ୟଜନକ ଭାବେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଠାରୁ ଆଗରେ ରହିଛି କଂଗ୍ରେସ । ରାଜ୍ୟରେ ମ୍ୟାଜିକ ନମ୍ବର 60 ଥିବା ବେଳେ ଇଣ୍ଡିଆ ଟିଭି -ସିଏନଏକ୍ସ କଂଗ୍ରେସକୁ 63-79 ଆସନ ସହ ସ୍ପଷ୍ଟ ବହୁମତ ମିଳିବା ନେଇ ଆକଳନ କରିଛନ୍ତି । ସେହିପରି ବିଆରଏସ 31-47 ଆସନ ସହ ବହୁମତ ପଛରେ ରହିବା ନେଇ ସଂସ୍ଥା କହିଛି । ସେହିପରି ବିଜେପି ମାତ୍ର 2-4 ଆସନ ଓ MIMIM ପୂର୍ବ ପରି 5- 7 ଆସନ ମଧ୍ଯରେ ସୀମିତ ରହିବା ନେଇଅନୁମାନ କରିଛି ସଂସ୍ଥା । ଜନ କି ବାତ ବିଆରଏସକୁ 40-55 ଓ କଂଗ୍ରେକୁ 48-64, ବିଜେପିକୁ 2-4 ଓ MIMIM କୁ 6-8 ଆସନ ମିଳିବା ନେଇ ଆକଳନ ପ୍ରକାଶ ପାଇଛି । ରିପବ୍ଲିକ ଟିଭି-ମାର୍ଟିଜ କଂଗ୍ରେସକୁ 58-68 ଆସନ, ବିଆରଏସକୁ 46-56 , ବିଜେପିକୁ 5-9 ଓ MIMIM 5-7 ଆସନ ମିଳିବ । ଟିଭି-9 ଭାରତ ବର୍ଷ- ପୋଲଷ୍ଟାର କଂଗ୍ରେସକୁ 49-59 ଆସନ ବିଆରଏସକୁ 48- 58 ଆସନ, ବିଜେପି 5-10 ଓ MIMIM 6-8 ଆସନ ମିଳିବା ନେଇ ଆକଳନ ପ୍ରକାଶ କରିଛି । ପ୍ରାୟ ସମସ୍ତ ଏକଜିଟ ପୋଲରେ କଂଗ୍ରେସ ବହୁମତର ନିକଟତର କିମ୍ବା ସ୍ପଷ୍ଟ ବହୁମତ ପାଇବା ନେଇ ଆକଳନ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ :- ଏକଜିଟ ପୋଲ 2023: ଛତିଶଗଡ ଓ ତେଲେଙ୍ଗାନାରେ କଂଗ୍ରେସ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ବିଜେପି ପଲ୍ଲା ଭାରି

କିପରି ଥିଲା ଗତ ନିର୍ବାଚନର ଫଳାଫଳ :-

ଆନ୍ଧ୍ର ପ୍ରଦେଶରୁ ଅଲଗା ହୋଇ 2014 ରେ ସ୍ବତନ୍ତ୍ର ରାଜ୍ୟ ଭାବେ ଆତ୍ମପ୍ରକାଶ କରିଥିବା ତେଲେଙ୍ଗାନାରେ ପ୍ରଥମ ଥର ସେହିବର୍ଷ ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ କ୍ଷମତାକୁ ଆସିଥିଲା କେସିଆରଙ୍କ ଟିଆରଏସ (ଏବେ ବିଆରଏସ) । ଦେଶର ସର୍ବକନିଷ୍ଠ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ କେ.ଚନ୍ଦ୍ରଶେଖର ରାଓ । ଏହା ପରେ ଗତ ନିର୍ବାଚନରେ (2018) ରେ କେସିଆରଙ୍କ ଦଳ ମୋଟ 119 ଆସନରୁ 88 ଆସନରେ ବିଜୟ ଲାଭ କରି ପୁଣି ସରକାର ଗଠନ କରିଥିଲା ।

ଦଳକୁ ମୋଟ 47.4 ପ୍ରତିଶତ ଭୋଟ ସେୟାର ମିଳିଥିବା ବେଳେ 19 ଆସନ ସହ କଂଗ୍ରେସ ମାତ୍ର 28.7 ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା । ବିଜେପି ରାଜ୍ୟରେ ତୃତୀୟ ଦଳ ଭାବେ ରହିଛି । ଚଳିତ ଥର ମୁଖ୍ୟମନ୍ତ୍ରୀ କେସିଆର ନିଜେ ଦୁଇଟି ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେ ପାରମ୍ପରିକ ଆସନ ଗଜଓ୍ବେଲ ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ଦ୍ବିତୀୟ ଆସନ ଭାବେ କାମାରେଡ୍ଡୀରୁ ଚଳିତ ଥର ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି । କାମାରେଡ୍ଡୀରୁ କେସିଆରଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ରିବନ୍ତ ରେଡ୍ଡୀ । କେସିଆରଙ୍କ ଦୁଇଟି ଆସନରୁ ନିର୍ବାଚନ ଲଢିବା ନେଇ ମଧ୍ୟ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା । ବିରୋଧୀମାନେ ଏହା କେସିଆରଙ୍କ ପରାଜୟର ଭୟ ବୋଲି କହିଥିଲେ । ଏବେ ଏକଜିଟ ପୋଲ ସେହି ତଥାକଥିତ ଭୟ ସତରେ ପରିଣତ ହେବା ପରି ସଙ୍କେତ ଦେଇଛି । 3 ତାରିଖରେ ଗଣତି ଉପରେ ସମସ୍ତଙ୍କ ଅପେକ୍ଷ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 30, 2023, 10:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.