ଶ୍ରୀନଗର: ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରେ ପୁଲିତଜର ପୁରସ୍କାର ପ୍ରାପ୍ତ(Pulitzer winner) କାଶ୍ମୀର ସାମ୍ବାଦିକା ସନା ଇରସାଦ ମଟ୍ଟୁ ଅଟକ । ଆଜି ସନା ବିଦେଶ ଗସ୍ତରେ ଯାଉଥିବା ସମୟରେ ବିମାନବନ୍ଦର ଅଧିକାରୀ ତାଙ୍କୁ ଅଟକ ରଖିଛନ୍ତି । ଏନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଯାହା ଜଣାପଡିଛି, ସନା ଫ୍ରାନ୍ସ ଯିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ । ହେଲେ ଅଧିକାରୀ ତାଙ୍କୁ ଦେଶ ବାହାରକୁ ଯିବା ପାଇଁ ଅନୁମତି ଦେଇନଥିଲେ ।
-
I was scheduled to travel from Delhi to Paris today for a book launch and photography exhibition as one of 10 award winners of the Serendipity Arles grant 2020. Despite procuring a French visa, I was stopped at the immigration desk at Delhi airport. (1/2) pic.twitter.com/OoEdBBWNw6
— Sanna Irshad Mattoo (@mattoosanna) July 2, 2022 " class="align-text-top noRightClick twitterSection" data="
">I was scheduled to travel from Delhi to Paris today for a book launch and photography exhibition as one of 10 award winners of the Serendipity Arles grant 2020. Despite procuring a French visa, I was stopped at the immigration desk at Delhi airport. (1/2) pic.twitter.com/OoEdBBWNw6
— Sanna Irshad Mattoo (@mattoosanna) July 2, 2022I was scheduled to travel from Delhi to Paris today for a book launch and photography exhibition as one of 10 award winners of the Serendipity Arles grant 2020. Despite procuring a French visa, I was stopped at the immigration desk at Delhi airport. (1/2) pic.twitter.com/OoEdBBWNw6
— Sanna Irshad Mattoo (@mattoosanna) July 2, 2022
ଏନେଇ ସନା ଇରସାଦ ଟ୍ବିଟ୍ କରିଛନ୍ତି, ''ପ୍ୟାରିସ୍ରେ ଆୟୋଜିତ ଫଟୋଗ୍ରାଫି ମେଳା(photography exhibition) ଏବଂ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୋର ଦିଲ୍ଲୀ ବିମାନ ବନ୍ଦରରୁ ଯାତ୍ରା କରିବାର ଥିଲା । ମୋ ନିକଟରେ ଫ୍ରାନ୍ସ ଭିସା ଥିବା ସତ୍ତ୍ବେ ମୋତେ ବିମାନ ବନ୍ଦରର ଇମିଗ୍ରେସନ ଡେସ୍କ ନିକଟରେ ଅଟକ ରଖାଗଲା ।'' କିନ୍ତୁ କାହିଁକି ବିଦେଶ ଯାତ୍ରା ପାଇଁ ତାଙ୍କୁ ଅନୁମତି ଦିଆଗଲା ନାହିଁ, ତାହାର କାରଣ ମଧ୍ୟ କୁହାଯାଇନଥିବା ସନା କହିଛନ୍ତି । ଏହାକୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।