ETV Bharat / bharat

Kupwara Murder: ଆତ୍ମହତ୍ୟାରୁ ରୋକିବାର ଫଳ ଭୋଗିଲା ଝିଅ, ନିଜ ଝିଅକୁ ହତ୍ୟା କଲା ବାପା

author img

By

Published : Apr 3, 2023, 8:27 PM IST

୭ବର୍ଷ ଝିଅର ଗଳା କାଟି ହତ୍ୟା କଲା ବାପା । ପୋଲିସ ଆଗରେ ମାନିଲା ସତ । ଉତ୍ତର କାଶ୍ମୀର ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ଅଧିକ ପଢନ୍ତୁ

Kashmir shocker
Kashmir shocker

ଶ୍ରୀନଗର: ନିଜ ୭ବର୍ଷ ଝିଅର ଗଳା କାଟି ହତ୍ୟା କଲା ବାପା । ଏଭଳି ଜଘନ୍ୟକାଣ୍ଡ ଭିଆଇଥିବା ନେଇ ପୋଲିସ ଆଗରେ ନିଜ ଅପରାଧକୁ ସ୍ବୀକାର କରିଛି ଯୁବକ ଜଣକ । ଯୁବକ ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ଏପରି ନକରିବାକୁ କୁନି ଝିଅଟି ତାକୁ ଅଟକାଇଥିଲା । ଯାହାର ଫଳ ତାକୁ ଭୋଗିବାକୁ ପଡ଼ିଛି । ଏଥିରେ ରାଗି ଯାଇ ଅଭିଯୁକ୍ତ ଜଣକ ନିଜ ଝିଅର ଜୀବନ ନେଇଥିବା ଜଣାପଡ଼ିଛି । ଜମ୍ମୁକାଶ୍ମୀର କୁପୱାରା ଜିଲ୍ଲାର ଖୁରହମା ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି ।

ଉକ୍ତ ହତ୍ୟାକାରୀର ନାମ ମହମ୍ମଦ ଇକବାଲ ଖତାନା(୪୫) ବୋଲି ଜଣାପଡ଼ିଛି । ନିଜ ଝିଅକୁ ସେ ହତ୍ୟା କରିଛି ବୋଲି ପୋଲିସ ଆଗରେ ସ୍ବୀକାର କରିଛି । ମିଳିଥିବା ସୂଚନା ଅନୁସାରେ ଇକବାଲ ନିଜ ପତ୍ନୀ ସହିତ ଗତ ବୁଧବାର ଝଗଡ଼ା କରିଥିଲା । ଏହାପରେ ସେ ଏକ ଛୁରୀ ଧରି ବାହାରକୁ ଯିବା ସମୟରେ ତାକୁ କୁନି ଝିଅଟି ଅଟକାଇଥିଲା । ଏହାପରେ ଇକବାଲ ନିଜ ବାଇକ୍‌ ଧରି ଯିବା ସମୟରେ ଝିଅଟି ପଛରେ ଦୌଡ଼ିଥିଲା । ଏହାପରେ ଇକବାଲ ତାକୁ କିଛି ଟଙ୍କା ଦେଇ ଚକୋଲେଟ କିଣିବାକୁ ମଧ୍ୟ କହିଥିଲା । ହେଲେ ଏପରି କରିବାକୁ ଝିଅଟି ରାଜି ହୋଇନଥିଲା ।

ଏହା ବି ପଢନ୍ତୁ-ପାଲାମୁ-ଛତ୍ରା ସୀମାରେ ଏନକାଉଣ୍ଟର, ପୋଲିସ ଗୁଳିରେ ଟଳିଲେ 5 ନକ୍ସଲ

ଏହାପରେ କ୍ରୋଧିତ ଥିବା ଇକବାଲ ପ୍ରଥମେ ନିଜ ଝିଅର ତଣ୍ଟି ଚିପି ହତ୍ୟା କରିବା ପରେ ଗଳା କାଟିଥିଲା । ଏହାପରେ ତାକୁ ଏକ ସ୍ଥାନରେ ପୋତି ଦେଇଥିଲା । କିଛି ସମୟ ପରେ ସେ ଘରକୁ ଫେରିଥିବା ବେଳେ ଝିଅର ଅନୁପସ୍ଥିତିକୁ ଅଣଦେଖା କରିଥିଲା । ଏହାପରେ ଇକବାଲର ବାସଭବନଠାରୁ ମାତ୍ର ୩୦ମିଟର ଦୂରରେ ଝିଅର ମୃତଦେହ ଉଦ୍ଧାର ହୋଇଥିଲା । ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସ୍ଥାନୀୟ ବାସିନ୍ଦା ଆନ୍ଦୋଳନ କରି ଦାବି କରିଥିଲେ ।

ଏନେଇ କୁପୱାରା ଏସପି କହିଛନ୍ତି ଯେ କୁନି ଝିଅର ମୃତଦେହ ଉଦ୍ଧାର ହେବା ପରେ ଅଭିଯୁକ୍ତକୁ ପୋଲିସ ପଚରାଉଚରା ବେଳେ ସେ ନିଜ ଅପରାଧକୁ ସ୍ବୀକାର କରିଥିଲା । ଅନ୍ୟପଟେ ଝିଅର ମୃତଦେହ ମିଳିବା ଦିନ ଆଉ ଏକ ଘଟଣା ସାମ୍ନାକୁ ଆସିଥିଲା । ବାରାମୁଲ୍ଲା ଜିଲ୍ଲାର ଜଣେ ବ୍ୟକ୍ତି ନିଜ ମା'କୁ ହତ୍ୟା କରିଥିଲା ବୋଲି ଅଭିଯୋଗ ହୋଇଥିଲା । ଏହି ଅଭିଯୁକ୍ତର ନାମ ସୌକତ ଅହମ୍ମଦ ଗନାଇ(୨୮) ବୋଲି ଜଣାପଡ଼ିଛି । ସେ ନିଶାସକ୍ତ ଅବସ୍ଥାରେ ତାର ମାଆକୁ ହତ୍ୟା କରିଥିଲା । ଏହି ମାମଲାରେ ମଧ୍ୟ ଅଭିଯୁକ୍ତ ନିଜ ଦୋଷକୁ ସ୍ବୀକାର କରିଥିବା ବେଳେ ହତ୍ୟାର କାରଣ ସମ୍ପର୍କରେ ଜଣାପଡ଼ିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.