ଶ୍ରୀନଗର: ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପରେ କାଶ୍ମୀର ପୋଲିସ ଓ ସେନାକୁ ବଡ ସଫଳତା ମିଳିଛି । ଜମ୍ମୁ କଶ୍ମୀର କୁପୱାଡା ଜିଲ୍ଲା କରନାହ ଅଞ୍ଚଳରୁ ଜଣେ ବ୍ୟକ୍ତିକୁ ଗିରଫ କରିଛି କାଶ୍ମୀର ପୋଲିସ । ଗିରଫ ବ୍ୟକ୍ତିଠୁ ଅନେକ ଅସ୍ତ୍ରଶସ୍ତ୍ର ଓ ମାଦକ ଦ୍ରବ୍ୟ ଜବତ ହୋଇଛି ( arms ammunition and narcotics seized ) । କୁପୱାଡା ଜିଲ୍ଲା ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଅପରେସନ ଆରମ୍ଭ କରଥିଲା । ଘାଟିରେ ଏକ ଆତଙ୍କବାଦୀ ସଂଗଠନ ପାଇଁ ଜବତ ଅସ୍ତ୍ରଶସ୍ତ୍ର ରଖାଯାଇଥିଲା ।
ଜଣେ ପୋଲିସ ଅଧିକାରୀ କହିଛନ୍ତି, "ବିଶେଷ ସୂଚନା ଆଧାରରେ କୁପୱାଡା କନନାହର ଚଟକଟି ଅଞ୍ଚଳରେ ଦୁଇଜଣ ବ୍ୟକ୍ତି, ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ମାଦକ ଦ୍ରବ୍ୟର ଏକ ବଡ ରାକେଟ ଚଳାଉଥିଲେ । ସୁରକ୍ଷାବଳ ଦ୍ବାରା ଯାଞ୍ଚ ଅଭିଯାନ କରାଯାଇଥିଲା । ଅଭିଯାନରେ ଚଟକଟି ନିବାସୀ ଉମର ଅଜିଜ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଲଗାତାର ଭାବେ ବ୍ୟକ୍ତିଜଣଙ୍କୁ ପଚରାଉଚରା କରାଯିବାରୁ ବ୍ୟକ୍ତି ଜଣଙ୍କ ସେ ତାର ସହଯୋଗୀ ସହିତ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ନିଶାଦ୍ରବ୍ୟ କାରବାର ଚଳାଉଥିବା ସ୍ବୀକାର କରିଛି । ଏହାପରେ ଅଧିକ ଯାଞ୍ଚରେ ଗରଙ୍ଗମାର୍ଡ ଚଟକଟି ନିକଟରେ ମାଦକ ଦ୍ରବ୍ୟ, ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ରର ଏକ ବଡ ରାକେଟର ପର୍ଦ୍ଦାଫାସ କରଥିଲେ ।"
ଏହା ବି ପଢନ୍ତୁ...Mysterious Blast In Rajouri: ରଜୌରୀ ବିସ୍ଫୋରଣ, ୨ ଆହତ
ପୋଲିସ ଅଧିକାରୀ ଆହୁରି କହିଛନ୍ତି କି, ଜବତ ହୋଇଥିବା 5ଟି ବନ୍ଧୁକ, 10ଟି ମାଗାଜିନ, 77 ରାଉଣ୍ଡ ଗୁଳି, 4ଟି ଗ୍ରେନେଡ ଓ 10 ପ୍ୟାକେଟ ଭର୍ତ୍ତି 9.450 କିଲୋଗ୍ରାମ ହେରେଇନ ଭଳି ନିଶାଦ୍ରବ୍ୟ ଜବତ ହୋଇଛି । ବିସ୍ଫୋରଣ ଘଟାଇବା ପଦାର୍ଥ ଅଧିନରେ 8/21-29 ଏମସିପିଏସ ଆଇନ 13,18, 20, 23 ଏବଂ 38 ୟୁପି 7/25 ଆଇଏ ଆଇନ ଅଧୀନରେ ମାମଲା ଦାଖଲ କରି ଅଧିକ ତଦନ୍ତ ଜାରି ରହିଛି । ଏ ରାକେଟ ଅତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ପାଇଁ କାମ କରୁଥିବା ଗୁଇନ୍ଦା ସୁତ୍ରରୁ ଜଣାପଡିଛି ।
ଏହା ବି ପଢନ୍ତୁ...ପଞ୍ଜାବ ଆକାଶରେ ପୁଣି ଉଡିଲା ପାକ ଡ୍ରୋନ, ଗୁଳି ମାଡ ପରେ ଫେରିଗଲା ପାକିସ୍ତାନ
ପ୍ରକାଶ ଥାଉ କି, ରଜୌରୀ ଅପର ଦାଙ୍ଗୀର ଗ୍ରାମରେ ଆଜି (ସୋମବାର) ଏକ ବିସ୍ଫୋରଣ ହୋଇଛି । ୨ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି (ରବିବାର) ଦାଙ୍ଗୀର ଗ୍ରାମରେ ଆତଙ୍କବାଦୀ ଗୁଳିକାଣ୍ଡ ଘଟାଇଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୬ଜଣ ଆହତ ହୋଇଥିଲେ ।