ETV Bharat / bharat

ଜମ୍ମୁ ଓ କାଶ୍ମୀର ବ୍ୟାଙ୍କ ଠକେଇ ମାମଲା: ଶ୍ରୀନଗରରେ ଇଡିର ଚଢାଉ - Srinagar ED raids

ଜମ୍ମୁ ଓ କାଶ୍ମୀର ବ୍ୟାଙ୍କ ଠକେଇ ମାମଲାରେ ଇଡିର ଚଢାଉ । ଶ୍ରୀନଗରରେ ବିଭିନ୍ନ ସ୍ଥାନରେ ଚଢାଉ କରିଛି ଇଡି ।

ଜମ୍ମୁ ଓ କାଶ୍ମୀର ବ୍ୟାଙ୍କ ଠକେଇ ମାମଲା
ଜମ୍ମୁ ଓ କାଶ୍ମୀର ବ୍ୟାଙ୍କ ଠକେଇ ମାମଲା
author img

By

Published : Nov 21, 2020, 4:42 PM IST

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ବ୍ୟାଙ୍କ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାଶ୍ମୀରର ଅନେକ ସ୍ଥାନରେ ଚଢାଉ କରିଛି । ଶନିବାର 7 ଟି ସ୍ଥାନରେ ଚଢାଉ କରିଛି ଇଡି । 2002 ମସିହା ପିଏମଏଲଏ ଧାରା ଅନୁସାରେ ଇଡି ଚଢାଉ କରିଛି ।

ସାତଟି ସ୍ଥାନ ମଧ୍ୟରେ ଶ୍ରୀନଗରର 6ଟି ଓ ଅନନ୍ତନାଗ ଜିଲ୍ଲାର ଗୋଟିଏ ସ୍ଥାନରେ ଇଡି ଚଢାଉ କରିଛି । ଆର୍ଥିକ ଅନିୟମିତତା ଅଭିଯୋଗରେ ଏସବୁ ସ୍ଥାନରେ ଇଡି ଚଢାଉ କରିଥିବା ଜଣାପଡିଛି । ଟଙ୍କା ନେଣଦେଣ ତଥ୍ୟରେ ତାଳମେଳ ରହୁନଥିବାରୁ ଇଡି ଚଢାଉ କରିଥିବା ସୂଚନା ମିଳିଛି ।

ସେପଟେ ଅନିୟମିତତା ହୋଇଥିବାର ସୁରାକ ପାଇଁ ଜମ୍ମୁ ଓ କାଶ୍ମୀରର ସିଆଇଡି ବ୍ୟାଙ୍କର କର୍ମଚାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ଏହାସହ କିଛି ସମାଜସେବୀଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଛି ସିଆଇଡି । ସେହିପରି ବ୍ୟାଙ୍କରେ ଥିବା କିଛି ସନ୍ଦିଗ୍ଧ ନେଣଦେଣ ଆକାଉଣ୍ଟ ହୋଲଡରଙ୍କ ନାମରେ ମଧ୍ୟ ଏଫଆଇଆର ରୁଜୁ କରାଯାଇଛି ।

ତେବେ ବ୍ୟାଙ୍କରେ ଥିବା ଅନେକ ଆକାଉଣ୍ଟ କେବଳ ଠକେଇ ପାଇଁ ବ୍ୟବହାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଯାହା ଜମ୍ମୁ ଓ କାଶ୍ମୀର ବ୍ୟାଙ୍କରେ ଠକେଇର ଗନ୍ଧ ବାରି ହେଉଛି ବୋଲି କୁହାଯାଉଛି । ସୂଚନାଥାଉକି, ଜମ୍ମୁ ଓ କାଶ୍ମୀରରୁ ଧାରା 370 ହଟିବା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କଶ୍ମୀରରେ ପାଦ ରଖିବା ସହ ବିଭିନ୍ନ ମାମଲାରେ ତଦନ୍ତ ଚଳାଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.