ETV Bharat / bharat

Gyanvapi Masjid case: ମାମଲା ପ୍ରତ୍ୟାହାର କରିବ ବୈଦିକ ସନାତନ ସଂଘ

author img

By

Published : May 8, 2022, 9:30 PM IST

ଜ୍ଞାନବ୍ୟାପୀ ମସଜିଦ କମ୍ପ୍ଲେକ୍ସ ପରିସରରେ ଥିବା ମା’ ଶୃଙ୍ଗାରଗୌରୀ ମନ୍ଦିରରେ ପୂଜନ ବିବାଦ ମାମଲାରେ ପିଟିସନ ପ୍ରତ୍ୟାହାର ଘୋଷଣା କରିବ ବୈଦିକ ସନାତନ ସଂଘ । ଅଧିକ ପଢନ୍ତୁ

gyanvapi masjid case: ମାମଲା ପ୍ରତ୍ୟାହାର କଲା ବୈଦିକ ସନାତନ ସଂଘ

ଲକ୍ଷ୍ନୌ: ଗତ ଦୁଇ ଦିନ ଧରି ବାରାଣାସୀ କାଶୀ ବିଶ୍ବନାଥ ମନ୍ଦିର ସଂଲଗ୍ନ ଜ୍ଞାନବ୍ୟାପୀ ମସଜିଦ କମ୍ପ୍ଲେକ୍ସ ପରିସରରେ ଥିବା ମା’ ଶୃଙ୍ଗାରଗୌରୀ ମନ୍ଦିରରେ ପୂଜନ ବିବାଦର ସର୍ଭେକୁ ନେଇ ସମଗ୍ର ବାରାଣାସୀ ସହରରେ ଚର୍ଚ୍ଚା ଲାଗିରହିଛି । ଏହାରି ମଧ୍ୟରେ ଆଜି ଭିନ୍ନ ଏକ ଘଟଣାକ୍ରମ ମଧ୍ୟ ସାମ୍ନାକୁ ଆସିଛି । ବିଶ୍ୱ ବୈଦିକ ସନାତନ ସଂଗଠନର ସଭାପତି ଜିତେନ୍ଦ୍ର ସିଂ ବିସେନ୍ ଆଜି (ରବିବାର) ଏହି ମାମଲାରେ ମନ୍ଦିର ପକ୍ଷରୁ ଦାଖଲ ହୋଇଥିବା ଆବେଦନ ପ୍ରତ୍ୟାହାର କରିବେ ବୋଲି ଘୋଷଣା କରିଛନ୍ତି ।

ଗତକାଲି (ଶନିବାର) ସର୍ଭେ କାର୍ଯ୍ୟ ଚାଲିଥିଲାବେଳେ ବୈଦିକ ସନାତନ ସଂଗଠନ ନିଜ ପକ୍ଷର ମାମଲା ଲଢୁଥିବା ଆଇନଗତ ଟିମକୁ ଭଙ୍ଗ କରିବାକୁ ଘୋଷଣା କରିଥିଲା । ମାମଲା ପ୍ରତ୍ୟାହାର ଖବର ଆସିବା ମାତ୍ରେ ହିନ୍ଦୁ ପକ୍ଷ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ରାଖୀ ସିଂଙ୍କ ସମେତ ଅନ୍ୟ କିଛି ଅଭିଯୋଗକାରୀ ମହିଳା ଏକଜୁଟ ହୋଇ ମାମଲା ପ୍ରତ୍ୟାହାର ହେବ ନାହିଁ ଓ ମୃତ୍ୟୁ ପର୍ଯ୍ୟନ୍ତ ଏହି ମାମଲା ଲଢେଇ ଜାରି ରଖିବେ ବୋଲି ଗଣମାଧ୍ୟମରେ ସ୍ପଷ୍ଟୀକରଣ ରଖିଥିଲେ ।

ରାଖୀ ସିଂଙ୍କ ସମେତ ପାଞ୍ଚଜଣ ମହିଳା ଶୃଙ୍ଗାରଗୌରୀଙ୍କ ନିୟମିତ ଦର୍ଶନ ପାଇଁ ଅଗଷ୍ଟ 2021ରେ ବାରାଣାସୀ ସିଭିଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହି ମାମଲାର ଶୁଣାଣି କରି ସିଭିଲ ଜଜ ରବି କୁମାର ଦିୱାକର କୋର୍ଟ କମିଶନର ନିଯୁକ୍ତ କରିବା ସହ ଭିଡିଓଗ୍ରାଫି ସର୍ଭେ ମାଧ୍ୟମରେ ତଥ୍ୟ ଦାଖଲ କରିବାକୁ କହିଥିଲେ । ଗତକାଲି କମିଶନ ମଧ୍ୟ ମନ୍ଦିର ପରିସରରେ ପ୍ରବେଶ କରି ପ୍ରଥମ ପର୍ଯ୍ୟାୟ ଭିଡିଓଗ୍ରାଫି ସର୍ଭେ ମଧ୍ୟ ଶେଷ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.