ETV Bharat / bharat

କାସଗଞ୍ଜ କନେଷ୍ଟବଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ମୃତ

ପୋଲିସ ୱାରେଣ୍ଟ ଦେବାକୁ ଯାଇଥିବା ବେଳେ ପୋଲିସ କନଷ୍ଟେବଳ ଦେବେନ୍ଦ୍ରଙ୍କୁ ହତ୍ୟା ଘଟଣାର ମୁଖ୍ୟ ସନ୍ଦିଗ୍ଧ ମୋତି ସିଂକୁ ଉତ୍ତରପ୍ରଦେଶ ପୋଲିସ ଗୁଳି କରି ହତ୍ୟା କରିଛି । ଅଧିକ ପଢନ୍ତୁ...

author img

By

Published : Feb 21, 2021, 5:00 PM IST

କସଗଞ୍ଜ କନେଷ୍ଟବଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୋଲିସ ଗୁଳିରେ ମୃତ

ଲକ୍ଷ୍ନୌ: କାସଗଞ୍ଜ କନେଷ୍ଟବଲ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମୋତି ସିଂ ଉତ୍ତରପ୍ରଦେଶ ପୋଲିସ ଗୁଳିରେ ମୃତ୍ୟୁବରଣ କରିଛି । ତେବେ ରବିବାର ସକାଳେ ପୋଲିସ ଏନକାଉଣ୍ଟରରେ ମୋତିର ମୃତ୍ୟୁ ଘଟିଥିବା ଜଣାପଡିଛି ।

କାସଗଞ୍ଜ କନେଷ୍ଟବଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୋଲିସ ଗୁଳିରେ ମୃତ

ଏହି ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ 12ଟି ଟିମ୍ ଗଠନ କରିଥିଲା, ଯାହା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ପୋଲିସ ଗୁଳି ଚାଳନା କରିବା ପୂର୍ବରୁ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା । ଏହି ଅପରେସନ ସମୟରେ ମୁଖ୍ୟ ଅଭିଯୁକ୍ତ ମୋତି ଆଘାତପ୍ରାପ୍ତ ହେବା ପରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏହି ସମୟରେ ପୋଲିସ ଷ୍ଟେସନରୁ ଚୋରି କରିଥିବା ପିସ୍ତଲକୁ ମଧ୍ୟ ପୋଲିସ ଉଦ୍ଧାର କରିଛି ବୋଲି କାସଗଞ୍ଜ ଏସପି ମନୋଜ କୁମାର ସୋନକର କହିଛନ୍ତି ।

ଏହାପୂର୍ବରୁ କାସଗଞ୍ଜ ପୋଲିସ ଫେବୃଆରୀ 10ତାରିଖରେ କରିଥିବା ଏକ ଏନକାଉଣ୍ଟରରେ ସିଂଙ୍କ ସମ୍ପର୍କୀୟ ଭାଇ ଏଲକର ସିଂକୁ ଗୁଳି କରିଥିବା ବେଳେ ଅଭିଯୁକ୍ତର ମା' ସିଆରାନି ଓ ଅନ୍ୟ ସହଯୋଗୀ ନବାବ ଏବଂ ଗୁଡୁଙ୍କୁ ଗିରଫ କରିଥିଲା । ତେବେ ସୂଚନା ଥାଉ କି ପୋଲିସ ଟିମ୍ ଅଭିଯୁକ୍ତକୁ ୱାରେଣ୍ଟ ବା ଆତ୍ମସମର୍ପଣ କରିଦେବାକୁ କହିବା ପାଇଁ ନାଗଲା ଧିମର ଗ୍ରାମକୁ ଯାଇଥିବା ବେଳେ ଅଭିଯୁକ୍ତ କନଷ୍ଟେବଳ ଦେବେନ୍ଦ୍ରଙ୍କୁ ପିଟିପିଟି ହତ୍ୟା କରିଥିଲା । ଏହି ଘଟଣାରେ ଜଣେ ସବ୍-ଇନ୍ସପେକ୍ଟର ମଧ୍ୟ ଗୁରୁତର ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.