ETV Bharat / bharat

ଖୁବଶୀଘ୍ର ଖୋଲିବ କରତାରପୁର କରିଡର - ଶିଖ ତୀର୍ଥଯାତ୍ରୀ

ଖୁବଶୀଘ୍ର ଖୋଲିବ କରତାରପୁର କରିଡର । ଏନେଇ ବିଚାର ବିମର୍ଷ କରୁଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ଖୁବଶିଘ୍ର ଖୋଲିବ କରତାରପୁର କରିଡର
ଖୁବଶିଘ୍ର ଖୋଲିବ କରତାରପୁର କରିଡର
author img

By

Published : Nov 16, 2021, 9:13 AM IST

ନୂଆଦିଲ୍ଲୀ: ଭାରତୀୟ ଶିଖ ତୀର୍ଥଯାତ୍ରୀଙ୍କ ପାଇଁ ପୁଣିଥରେ ଖୋଲିବ କରତାରପୁର କରିଡର । କୋରୋନା ଭାଇରସର ପ୍ରକୋପକୁ ଦୃଷ୍ଟିରେ ରଖି ଏହି ଧାର୍ମିକ ସ୍ଥଳକୁ ବନ୍ଦ କରିଦିଆଯାଇଥିଲା । ତେବେ ଏହାକୁ ପୁଣି ଥରେ ଖୋଲିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଚାର କରୁଥିବା ସୂଚନା ମିଳିଛି । ଖୁବଶୀଘ୍ର ଏହା ଖୋଲିବା ନେଇ ସରକାରଙ୍କ ତରଫରୁ ମଧ୍ଯ ଘୋଷଣା କରାଯାଇପାରେ । ତେବେ ମହାମାରୀ କୋରୋନା ଯୋଗୁଁ ଦୀର୍ଘ ମାସ ହେଲା ବନ୍ଦ ରହିଛି କରତାରପୁର କରିଡର । ଏକ ବିଶେଷ ସୁତ୍ରରୁ ଜଣାପଡିଛି ଯେ ଆସନ୍ତା 19 ତାରିଖରେ ଏହା ଖୋଲିପାରେ । କିନ୍ତୁ ଏନେଇ ସରକାରଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ ଯେ, 2019 ନଭେମ୍ବର 9 ତାରିଖରେ ପାକିସ୍ତାନ କରତାରପୁର କରିଡର ଉଦଘାଟନ କରିଥିଲା । ଏହା ପଞ୍ଜାବସ୍ଥିତ ଡେରାବାବା ନାନକଙ୍କ କରତାରପୁରସ୍ଥିତ ଦରବାର ସହ ଜଡିତ । ଦୀର୍ଘ ସମୟରେ ଶିଖ ସମ୍ପ୍ରଦାୟ କରତାରପୁର କରିଡର ପାଇଁ ଦାବି କରି ଆସୁଥିଲେ । ତେବେ ଶିଖ ଧର୍ମର ସଂସ୍ଥାପକ ଗୁରୁ ନାନକ 1522 ମସିହାରେ କରତାରପୁର ଆସିଥିଲେ ବୋଲି ମାନ୍ୟତା ରହିଛି । ସେ ନିଜ ଜୀବନର ଶେଷ 18 ବର୍ଷ ଏଠାରେ ଅତିବାହିତ କରିଥିଲେ । ତେବେ କରତାରପୁରର ଯେଉଁ ସ୍ଥାନରେ ନାନକ ଦେବ ଦେହତ୍ୟାଗ କରିଥିଲେ, ସେଠାରେ ଗୁରୁଦ୍ବାରା ନିର୍ମାଣ ହୋଇଥିବା ମାନ୍ୟତା ରହିଛି । ତେଣୁ ଶିଖ ଶ୍ରଦ୍ଧାଳୁଙ୍କ ପାଇଁ ଏହି କରିଡର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.