ETV Bharat / bharat

ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା କର୍ଣ୍ଣାଟକର ଯୋଗାଥନ

author img

By

Published : Jan 16, 2023, 2:55 PM IST

ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା କର୍ଣ୍ଣାଟକରେ ଆୟୋଜିତ ହୋଇଥିବା ଯୋଗାଥୋନ । ଏକା ସାଙ୍ଗରେ ଯୋଗ କଲେ ୪ ଲକ୍ଷରୁ ଉର୍ଦ୍ଧ୍ବ ଲୋକ । ଅଧିକ ପଢନ୍ତୁ

Karnataka Yogathon entered Guinness Book

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆୟୋଜିତ ହୋଇଥିବା ଯୋଗାଥନକୁ ସଫଳତା । ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ଯୋଗାଥନ । ଗତ ଆଠ ମାସ ଧରି ରାଜ୍ୟ ଯୁବ ସେବା ଏବଂ କ୍ରୀଡ଼ା ବିଭାଗ କଠିନ ପରିଶ୍ରମ କରି ଯୋଗ ଆଶନର ଆୟୋଜନ କରିଥିଲା । ଏନେଇ କ୍ରୀଡ଼ାମନ୍ତ୍ରୀ ଡକ୍ଟର କେ.ସି ନାରାୟଣ ଗୌଡ କହିଛନ୍ତି, "ଆୟୋଜିତ ହୋଇଥିବା ଯୋଗାଥନ କାର୍ଯ୍ୟକ୍ରମରେ 4,05,255 ଲୋକ ଏକା ସାଙ୍ଗରେ ସାମିଲ ହୋଇ ଯୋଗ ପ୍ରଦର୍ଶନ କରିଥିଲେ । ଯାହା ଏବେ ଗିନିଜ ବୁକରେ ନୂତନ ରେକର୍ଡ କରିଛି ।"

ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ସେ ଆହୁରି ମଧ୍ୟ କହିଛନ୍ତି, "ଧରୱାଡରେ ଆୟୋଜିତ 26ତମ ଜାତୀୟ ଯୁବ ମହୋତ୍ସବର ଏକ ଅଂଶ ଭାବରେ ଯୋଗାଥନ୍ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ଆୟୋଜିତ ହୋଇଥିଲା । ରାଜ୍ୟର ପ୍ରାୟ 14 ଲକ୍ଷ ଲୋକ ଯୋଗରେ ଭାଗ ନେବାକୁ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ।"

କେଉଁ ଜିଲ୍ଲାରେ କେତେ ଲୋକ ସାମିଲ ହୋଇଥିଲେ: ଧରୱାଡ କୃଷି ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ 5904 ଏବଂ କର୍ଣ୍ଣାଟକ ୟୁନିଭରସିଟି ଗ୍ରାଉଣ୍ଡରେ 3405 ଏବଂ ଆରଏନ୍ ସେଠୀ ଜିଲ୍ଲା ଷ୍ଟାଡିୟମରେ 4769 ଏବଂ ବିଦ୍ୟାଗିରି JSS କଲେଜ ଗ୍ରାଉଣ୍ଡରେ 3769 ଏବଂ ହୁବାଲି ରେଳ କ୍ରିକେଟ୍ ଗ୍ରାଉଣ୍ଡରେ 6076 ଲୋକ ସାମିଲ ହୋଇଥିଲେ । 5ଟି ସ୍ଥାନର ମୋଟ 23,923 ଲୋକ ଧରୱାଡ ଜିଲ୍ଲାରେ ଏକକାଳୀନ ଯୋଗ ପ୍ରଦର୍ଶନ କରିଥିଲେ ।

ସେହିପରି ବାଗଲକୋଟ ଜିଲ୍ଲାର BVVS କଲେଜ ପଡିଆରେ 16,632 ଲୋକ ଏବଂ ବେଲଗାମ୍ରେ ଥିବା ଆର୍ମି ଗଲ୍ଫ କୋର୍ସ ଗ୍ରାଉଣ୍ଡରେ 41,914 ଏବଂ ସୁବର୍ଣ୍ଣ ସୌଧଙ୍କ ସମ୍ମୁଖରେ 17,712 ଏବଂ ବେଙ୍ଗାଲୁରୁର କାଣ୍ଟିରାଭା ଷ୍ଟାଡିୟମରେ 11,847, ରେୱା ବିଶ୍ୱବିଦ୍ୟାଳୟରେ 4,798, ବିଡର ଜିଲ୍ଲା ଷ୍ଟାଡିୟମରେ 1,980 ଚାମରାଜନଗର ଜିଲ୍ଲା ଷ୍ଟାଡିୟମରେ 6,843, ଚିକ୍କାବାଲାପୁର SJCIT କଲେଜ ଗ୍ରାଉଣ୍ଡରେ 9256 ଲୋକ ଯୋଗ ପ୍ରଦର୍ଶନ କରିଥିଲେ ।

ଗିନିଜ ୱାର୍ଲ୍ଡ ରେକର୍ଡ: ରାଜ୍ୟର ବିଭିନ୍ନ ଜିଲ୍ଲାର 33 ଟି ସ୍ଥାନରେ ମୋଟ 4,05,255 ଲୋକ ଯୋଗ ପ୍ରଦର୍ଶନ କରିଥିଲେ। 2018ରେ, 1,00,984 ଲୋକ ରାଜସ୍ଥାନର ବିଭିନ୍ନ ସ୍ଥାନରେ ଏକ ସମୟରେ ଯୋଗ ପ୍ରଦର୍ଶନ କରିଥିଲେ, ଯାହାକି ଗିନିଜ ରେକର୍ଡରେ ସ୍ଥାନ ପାଇଥିଲା । ଏହାପୂର୍ବରୁ, 2017 କର୍ଣ୍ଣାଟକର ମହୀଶୁର ସହରରେ 55,524 ଲୋକ ଏକାସାଙ୍ଗରେ ଯୋଗ ପ୍ରଦର୍ଶନ କରିଥିଲେ ଏବଂ ଗିନିଜ ରେକର୍ଡରେ ଏହା ମଧ୍ୟ ସ୍ଥାନ ପାଇଥିଲା ।

ବର୍ତ୍ତମାନ, 4,05,255 ଲୋକ ପୁରା କର୍ଣ୍ଣାଟକ ରାଜ୍ୟର 33ଟି ବିଭିନ୍ନ ସ୍ଥାନରେ ଏକକାଳୀନ ଯୋଗ ପ୍ରଦର୍ଶନ କରିଥିଲେ, ଯାହା ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଏକ ନୂତନ ଗିନିଜ ରେକର୍ଡ ସୃଷ୍ଟି କରିଛି । କ୍ରୀଡାମନ୍ତ୍ରୀ ସୂଚନା ଦେଇ କହିଛନ୍ତି, "ରାଜସ୍ଥାନରେ ଯୋଗ ପ୍ରଦର୍ଶନ କରୁଥିବା ଲୋକଙ୍କ ତୁଳନାରେ ତିନି ଗୁଣରୁ ଅଧିକ ଲୋକ ଏକ ସମୟରେ ଶୃଙ୍ଖଳିତ ଏବଂ ନିୟମ ଅନୁଯାୟୀ ଆମ ରାଜ୍ୟରେ ଯୋଗ କରିଥିଲେ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.