ମାଙ୍ଗାଲୁରୁ: ପ୍ଲାଟଫର୍ମରେ ଯଆଁଳା ସନ୍ତାନ ଜନ୍ମ ଦେଲେ ମହିଳା । ଟ୍ରେନ୍ରେ ଯାତ୍ରା କରିବା ସମୟରେ ଜଣେ ମହିଳାଙ୍କ ପ୍ରସବ ବେଦନା ହୋଇଥିଲା। ଆଉ ଷ୍ଟେସନରେ ଓହ୍ଲାଇବା ମାତ୍ରେ ସେ ଯଆଁଳା ଶିଶୁର ଜନନୀ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଚିକାବଲ୍ଲାରପୁର ଠାରେ । କଲବର୍ଗୀ ଜିଲ୍ଲାର ଚନ୍ଦ୍ରମା ନାମକ ଜଣେ ମହିଳା ଯଆଁଳା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସୂଚନା ଅନୁସାରେ, ମହିଳା ଜଣକ ତାଙ୍କ ସମ୍ପର୍କୀୟ ଘର ଚିତ୍ତପୁରା ଗ୍ରାମକୁ ଯାତ୍ରା କରୁଥିଲେ । ସେ ଉଦୟନ ଏକ୍ସପ୍ରେସ ଯୋଗେ ଯାତ୍ରା କରୁଥିବା ସମୟରେ ହଠାତ୍ ପ୍ରସବ ବେଦନା ଆରମ୍ଭ ହୋଇଯାଇଥିଲା ।
ତେବେ ମହିଳା ଜଣକ 8 ମାସର ଗର୍ଭବତୀ ଥିବାବେଳେ ସେ ବାଙ୍ଗାଲୋରରେ ରହି ଆସୁଥିଲେ । ହେଲେ ଚିତ୍ରପୁରା ଗାଁରେ ଥିବା ସମ୍ପର୍କୀୟଙ୍କ ଘରକୁ ଉଦୟନ୍ ଏକ୍ସପ୍ରେସ ଦ୍ୱାରା କାଲାବୁରାଗି ଯାତ୍ରା କରୁଥିବାବେଳେ ତାଙ୍କୁ ଅଧା ବାଟରେ ପ୍ରସବ ବେଦନା ହୋଇଥିଲା। ତେବେ ଟ୍ରେନଟି ବାଙ୍ଗାଲୋରରୁ ଆସି ୟଲହନଙ୍କାରେ ପହଞ୍ଚିଥିବା ବେଳେ ମହିଳାଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ମହିଳା ଜଣକ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏହାପରେ ସେ କିଛି ଉପାୟ ନପାଇ ରେଲୱେ କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରିଥିଲେ । କଣ୍ଟ୍ରୋଲ ରୁମକୁ ଫୋନ କରି ସହାୟତା ପାଇଁ ନିବେଦନ କରିଥିଲେ ଚନ୍ଦ୍ରମା । ଏହାପରେ ଗୌରିବିଦାନପୁର ରେଲୱେ ଷ୍ଟେସନରେ ଟ୍ରେନ ରହିଥିଲା ।
ଏହା ବି ପଢନ୍ତୁ...ଖୋଲିଲାନି ପ୍ରସୂତି କକ୍ଷ, ହ୍ବିଲଚେୟାରରେ ପ୍ରସବ କଲେ ଗର୍ଭବତୀ
ପରେ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ସେଠାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର ପାଇଁ ଯୋଜନା କରିଥିଲେ ରେଳବାଇ କର୍ତ୍ତୃପକ୍ଷ। ହେଲେ ସେତେବେଳକୁ ମହିଳାଙ୍କ ସ୍ବାସ୍ଥ୍ୟ ବିଗିଡିବାରେ ଲାଗିଥିଲା । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ଚନ୍ଦ୍ରମା ସେହି ପ୍ଲାଟଫର୍ମରେ ହିଁ ଦୁଇ ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏନେଇ ରେଲୱେ କର୍ତ୍ତୃପକ୍ଷଙ୍କ ସମେତ ସେଠାରେ ଉପସ୍ଥିତ ଥିବା ଲୋକେ ମହିଳାଙ୍କୁ ସହାୟତା କରିବା ସହ ପ୍ରସବ ପରେ ମା ଓ ଶିଶୁଙ୍କୁ ଗୌରିବିଦାନପୁର ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ସ୍ଥାନ୍ତାନର କରିଛନ୍ତି । ବର୍ତ୍ତମାନ ମା' ଓ ଦୁଇ ଯାଆଁଳା ସନ୍ତାନ ସୁସ୍ଥ ଥିବା କହିଛନ୍ତି ଡାକ୍ତର । ତେବେ ଏକା ସାଙ୍ଗରେ ଦୁଇ ଦୁଇଟି ସନ୍ତାନଙ୍କ ଜନନୀ ହେବା ପରେ ଚନ୍ଦ୍ରମା ଖୁସି ଅନୁଭବ କରିଥିବା କହିଛନ୍ତି । ଏନେଇ ତାଙ୍କ ପରିବାରଲୋକଙ୍କୁ ମଧ୍ୟ ଖବର ଦିଆଯଇଥିବା ଜଣାପଡିଛି ।
ଏହା ବି ପଢନ୍ତୁ...ନଥିଲେ ସ୍ୱାସ୍ଥ୍ୟକର୍ମୀ, ରାୟଗଡାରେ ହସ୍ପିଟାଲ ବାରଣ୍ଡାରେ ପ୍ରସବ କଲେ ଗର୍ଭବତୀ