ETV Bharat / bharat

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ କ୍ଷତିପୂରଣ ଟଙ୍କା ଫିଙ୍ଗିଲେ ମହିଳା

author img

By

Published : Jul 16, 2022, 2:37 PM IST

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଗାଡିକୁ ଟଙ୍କା ଫିଙ୍ଗିଲେ ମୁସଲିମ ମହିଳା । ଅଧିକ ପଢନ୍ତୁ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଟଙ୍କା ଫିଙ୍ଗିଲେ ମହିଳା

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ (Siddaramaiah) ଗାଡି ଉପରକୁ ଟଙ୍କା ଫିଙ୍ଗିଲେ ମୁସଲିମ ମହିଳା । କର୍ଣ୍ଣାଟକ ବଙ୍ଗଲକୋଟ ଜିଲ୍ଲାରୁ ଏହି ଘଟଣା ସାମ୍ନାକୁ ଆସିଛି । ଯାହାସୂଚନା ରହିଛି, ଗତ ୬ ତାରିଖରେ କେରୁର ସହରରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା । ଏଥିରେ ଅନେକ ଲୋକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆହତଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶୁକ୍ରବାର ମେଡିକାଲକୁ ଯାଇଥିଲେ । ସେମାନଙ୍କ ପରିବାରକୁ କ୍ଷତିପୂରଣ ରାଶି ରୂପେ ୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ।

ସିଦ୍ଧରମୈୟା ମେଡିକାଲରୁ ଫେରୁଥିବା ସମୟରେ ଜଣେ ଆହତଙ୍କ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ ଏବଂ କ୍ଷତିପୂରଣ ରାଶି ଫେରାଇଥିଲେ । କିନ୍ତୁ ସିଦ୍ଧରମୈୟା ଟଙ୍କା ନ ନେଇ ଫେରିଯାଉଥିଲେ । ସେ ଟଙ୍କା ନେବାକୁ ଅମଙ୍ଗ ହେବାରୁ ଏଥିରେ ମହିଳା ଜଣକ ରାଗିଯାଇ ତାଙ୍କ ଗାଡିକୁ ୨ ଲକ୍ଷ ଟଙ୍କା ଫିଙ୍ଗିଥିଲେ । ଏହାକୁ ନେଇ ସମ୍ପୃକ୍ତ ମହିଳା କହିଛନ୍ତି, ''ନିର୍ବାଚନ ସମୟରେ ରାଜନେତାମାନେ ଭୋଟ ପାଇଁ ଆସନ୍ତି । କିନ୍ତୁ ଆମ ସମସ୍ୟା ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ ।

ହିନ୍ଦୁ ହୁଅନ୍ତୁ ଅବା ମୁସଲିମ ସମସ୍ତଙ୍କୁ ସମାନ ବ୍ୟବହାର କରାଯିବା ଉଚିତ୍ । ଆମର ଦୋଷ ନଥିବା ସତ୍ତ୍ବେ ଆମ ଲୋକଙ୍କ ଉପରେ ଆକ୍ରମଣ ହେଲା । ଆଉ ଆଜି ସେ ଏଥିପାଇଁ କ୍ଷତିପୂରଣ ଦେବାକୁ ଆସିଛନ୍ତି । ଟଙ୍କା ସବୁ ସମସ୍ୟାର ସମାଧାନ ନୁହେଁ । ସମ୍ପ୍ରଦାୟ ନିର୍ବିଶେଷରେ କାହା ସହ ଏପରି ଘଟିବା ଉଚିତ୍ ନୁହେଁ ବୋଲି ମହିଳାଜଣଙ୍କ କହିଛନ୍ତି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.