ETV Bharat / bharat

ଛାତ୍ରଛାତ୍ରୀଙ୍କ ପାଇଁ ଧର୍ମୀୟ ଆଭୂଷଣ ନିଷେଧ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ନୁହେଁ: ହାଇକୋର୍ଟ

author img

By

Published : Feb 24, 2022, 7:03 AM IST

ଶିକ୍ଷାନୁଷ୍ଠାନରେ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ନିଷେଧ ଧର୍ମୀୟ ଆଭୁଷଣ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ନୁହେଁ । ଶୁଣାଣି ବେଳେ ସ୍ପଷ୍ଟ କଲେ ଖଣ୍ଡପୀଠ । ଅଧିକ ପଢନ୍ତୁ

କେବଳ ଛାତ୍ରଛାତ୍ରୀଙ୍କ ପାଇଁ ନିଷେଧ ଧର୍ମୀୟ ଆଭୁଷଣ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ନୁହେଁ: High Court

ବେଙ୍ଗାଲୁରୁ: କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଜାରି ରହିଥିବା ବହୁଚର୍ଚ୍ଚିତ ହିଜାବ ନିଷେଧ ମାମଲାରେ ଭିନ୍ନ ଏକ ନିଷ୍ପତ୍ତିକୁ ବାଖ୍ୟା କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଧାର୍ମିକ ଆଭୂଷଣ ନିଷେଧାଦେଶ କେବଳ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ ହେବ, କୌଣସି ଶିକ୍ଷକ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ ବୋଲି କୋର୍ଟ ଆଜି ଶୁଣାଣି ସମୟରେ ସ୍ପଷ୍ଟ କରିଛନ୍ତି ।

ବୁଧବାର ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷ ରଖୁଥିବା ଆଇନଜୀବୀ ମହମ୍ମଦ ତାହିର କୋର୍ଟଙ୍କ ସ୍ମୁଖରେ ଯୁକ୍ତି ରଖିଥିଲେ ଯେ, ସଂଖ୍ୟାଲଘୁ ବର୍ଗ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଧର୍ମୀୟ ଆଭୂଷଣ ପିନ୍ଧିଥିବା କାରଣରୁ ଶିକ୍ଷାନୁଷ୍ଠାନ ପରସରକୁ ପ୍ରବେଶ ଅନୁମତି ମିଳୁନାହିଁ । ତେବେ ଏହି ଅଭିଯୋଗ ସମ୍ପର୍କରେ ବାଖ୍ୟା କରି ପ୍ରତିପକ୍ଷଙ୍କ ଠାରୁ ଉତ୍ତର ଚାହିଁଥିଲେ ଖଣ୍ଡପୀଠ । ପରେ ଏହି ନିଷେଧାଦେଶ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଖଣ୍ଡପୀଠ ମୁଖ୍ୟ ତଥା ମୁଖ୍ୟ ବିଚାରପତି ଜଷ୍ଟିସ ରିତୁରାଜ ଅଓ୍ବସ୍ତି ସ୍ପଷ୍ଟ କରିଥିଲେ ।

ସେହିପରି ବୁଧବାର ଶୁଣାଣି ସମୟରେ କଲେଜ ଡେଭଲପମେଣ୍ଟ କମିଟି (CDC)ର ପ୍ରତିନିଧିତ୍ୱ କରିଥିଲେ ବରିଷ୍ଠ ଆଡଭୋକେଟ୍ ସାଜନ ପୋଭାୟା । ଯେକୌଣସି ଶିକ୍ଷାନୁଷ୍ଠାନରେ ଧର୍ମନିରପେକ୍ଷତା ବଜାୟ ରଖିବା ହେଉଛି ଅନୁଷ୍ଠାନର ପ୍ରମୁଖ କର୍ତ୍ତବ୍ୟ । ଧର୍ମନିରପେକ୍ଷ ଶିକ୍ଷା ପ୍ରଦାନ କରିବା ହେଉଛି ଅନୁଷ୍ଠାନଗୁଡ଼ିକ ପାଇଁ ମୌଳିକ ସାମ୍ବିଧାନିକ ମୂଲ୍ୟବୋଧ । ତେଣୁ ନିରପେକ୍ଷତାକୁ ଗ୍ରହଣ କରିବାକୁ ହେବା ନେଇ ଖଣ୍ଡପୀଠଙ୍କ ସମ୍ମୁଖରେ ଯୁକ୍ତି ଦର୍ଶାଇଥିଲେ ।

ପ୍ରଥମେ ଏହି ହିଜାବ ନିଷେଧାଦେଶ କର୍ଣ୍ଣାଟକ ସରକାର ଜାରି କରିଥିବା ବେଳେ ଏହାକୁ ନେଇ ରାଜ୍ୟବ୍ୟାପୀ ବିରୋଧ କରିଥିଲେ ସଂଖ୍ୟାଲଘୁ ଛାତ୍ରୀ । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇନଥିବା ବେଳେ ଶୁଣାଣି ଉଚ୍ଚ ନ୍ୟାୟାଳୟରେ ଜାରି ରହିଛି । ତେବେ ବୁଧବାର ପାଇଁ ଶୁଣାଣି ଶେଷ ହୋଇଛି । ଏହି ସପ୍ତାହ ସୁଦ୍ଧା ଚୂଡାନ୍ତ ରାୟ ପ୍ରକାଶ କରିବା ପାଇଁ କୋର୍ଟ ପୂର୍ବରୁ ସୂଚନା ପ୍ରଦାନ କରିସାରିଛନ୍ତି । ସେହିପରି ଶୁଣାଣି ପ୍ରକ୍ରିୟା ଶେଷ କରିବା ପାଇଁ ସମସ୍ତ ପକ୍ଷଙ୍କ ସହଯୋଗ ମଧ୍ୟ ଲୋଡିଥିଲେ ମୁଖ୍ୟ ବିଚାରପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.