ବେଙ୍ଗାଲୁରୁ: କର୍ଣ୍ଣାଟକରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ସରକାର କେତେକ କଟକଣାକୁ କୋହଳ କରିଛନ୍ତି । ଆସନ୍ତା ଜାନୁଆରୀ ୩୧ରୁ ନାଇଟ କର୍ଫ୍ୟୁ ହଟାଇବା ସହ ସ୍କୁଲ ଖୋଲିବାକୁ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେଣୁ ସୋମବାର ଠାରୁ ବେଙ୍ଗାଲୁରୁରେ ଥିବା ସମସ୍ତ ସ୍କୁଲ ଓ କଲେଜ ଗୁଡ଼ିକ କୋରୋନା କଟକଣାରେ ଖୋଲିବ।
ପିଲାମାନଙ୍କ ଠାରୁ ଆରମ୍ଭ କରି ଶିକ୍ଷକମାନେ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତା ରଖି ଶିକ୍ଷାଦାନ ଦିଆଯିବ । ସେହିପରି ବିବାହ ପାଇଁ ଲୋକ ସଂଖ୍ୟାରେ ବୃଦ୍ଧି କରାଯାଇଛି । ଇନଡୋର ହଲରେ ସର୍ବାଧିକ ୨୦୦ ଜଣ ଓ ଆଉଟଡୋରରେ ୩୦୦ ଲୋକଙ୍କୁ ଅନୁମତି ଦିଆଯାଇଛି ।
ସିନେମା ହଲ, ଅଡିଟୋରିୟମ, ଥିଏଟର ଓ ମଲ୍ଟିପ୍ଲେକ୍ସ ଗୁଡ଼ିକ ୫୦% କ୍ଷମତାରେ ଚାଲିବ । ହୋଟେଲ, ରେଷ୍ଟୁରାଣ୍ଟ, ବାର ଗୁଡ଼ିକ ୧୦୦% କ୍ଷମତାରେ ଆରମ୍ଭ ହେବ। ସରକାରୀ ଅଫିସଗୁଡ଼ିକ ସଂପୂର୍ଣ୍ଣ ଉପସ୍ଥାନ ସହ ଚାଲିପାରିବ । ମନ୍ଦିର ଓ ଧର୍ମାନୁଷ୍ଠାନଗୁଡ଼ିକୁ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ । ତେବେ ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶକୁ ଅନୁମତି ଦିଆଯିବ ନାହିଁ । ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ର,ଗୋଆ ଓ କେରଳରୁ ଆସୁଥିବା ଲୋକମାନଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।