ETV Bharat / bharat

ପୁଷ୍ପରାଜଙ୍କ ସି-ପ୍ଲେନ: ପାଣିରେ ଚାଲୁଛି, ଆକାଶେ ଉଡ଼ୁଛି

author img

By

Published : Mar 19, 2021, 11:03 PM IST

ସ୍ବପ୍ନ ସାକାର ପାଇଁ ତାଙ୍କ ପାଖରେ ସମ୍ବଲ ନଥିଲା। ହେଲେ ଦୃଢ଼ଥିଲା ମନୋବଳ, ଏହାକୁ ନେଇ ନିଜ ସ୍ବପ୍ନର ସିପ୍ଲେନ ତିଆରି କଲେ। ନିଜ ପ୍ଲେନ ତିଆରି କରିବା ସହ ଏରୋନୋଟିକାଲ ଛାତ୍ରଛାତୀଙ୍କୁ ପ୍ଲେନ ସମ୍ପର୍କିତ ପ୍ରଶିକ୍ଷଣ ଦେଇଥିଲେ। ଅଧିକ ପଢ଼ନ୍ତୁ...

ପାଣିରେ ଚାଲୁଛି, ଆକାଶେ ଉଡ଼ୁଛି, ପୁଷ୍ପରାଜଙ୍କ ସି ପ୍ଲେନ

ବେଙ୍ଗାଲୁରୁ: ରନୱେ ଅପେକ୍ଷା ସମୁଦ୍ର କିମ୍ବା ନଦୀରୁ ପ୍ଲେନ ଟେକ୍ ଅଫ କରିବା ଦୃଶ୍ୟ ଅଧିକ ରୋମାଞ୍ଚିତ କରିଥାଏ। ଏଭଳି ଏକ ନିଆରା ସିପ୍ଲେନ ତିଆରି କରି ଚର୍ଚ୍ଚାରେ କର୍ଣ୍ଣାଟକ ଉଡୁପି ଯୁବଗୋଷ୍ଠୀ। ପାଣିରେ ଚାଲିଥିବା ଏହି ଛୋଟିଆ ଲୋକାଲ ପ୍ଲେନ କିଛି ସମୟ ମଧ୍ୟରେ ଟେକ ଅଫ କରୁଥିବା ଆପଣ ଦେଖି ପାରିବେ। ଏହି ନିଆରା ମାଇକ୍ରୋ-ଲାଇଟ ସିପ୍ଲେନ ଆବିଷ୍କାର କରିଛନ୍ତି କର୍ଣ୍ଣାଟକ ଉଡ଼ୁପିର ପୁଷ୍ପରାଜ।

ଏହି ପ୍ଲେନ ପାଣିରେ ଚାଲିବା ସହ ଆକାଶରେ ମଧ୍ୟ ଉଡ଼ି ପାରୁଛି। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଆହ୍ବାନରୁ ପ୍ରେରଣା ନେଇ ଏଭଳି ଏକ ପ୍ଲେନ ବିକଶିତ ହୋଇପାରିଛି। ଗୁଜରାଟରେ ପ୍ରଥମ ସିପ୍ଲେନ ଉଦାଘାଟନ କରିଥିଲେ ପ୍ରଧାନମନ୍ତ୍ରୀ। ଏହି ପ୍ଲେନ ସଫଳ ଭାବରେ ନର୍ମଦା ନଦୀରେ ଚାଲୁଥିବା ବେଳେ ଉଡ଼ାଣ ଭରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଉଡ଼ୁପିର ମାଇକ୍ରୋ-ଲାଇଟ ସିପ୍ଲେନ ମଧ୍ୟ ହେଜାମାଦିରେ ଶଂବବୀ ନଦୀରେ ଚାଲୁଥିବା ଦେଖିବାକୁ ମିଳିଛି। ହେଜାମାଦି ନାଦିକୁନ୍ଦ୍ର ଗାଁ ବାସିନ୍ଦା ପୁଷ୍ପରାଜ ଏହି ସୂକ୍ଷ୍ମ ବିମାନର ଉଦ୍ଭାବକ।

ଏୟାର ମଡେଲିଂ ଏନସିସି ପ୍ରଶିକ୍ଷକ ଭାବରେ କାମ କରିଛନ୍ତି ପୁଷ୍ପରାଜ। ରିମୋଟ ଦ୍ବାରା ନିୟନ୍ତ୍ରିତ ୟୁଆଇଭି ଉଡ଼ାଯାହାଜ ତିଆରି କରି ସାରିଛନ୍ତି ସେ। ଅସଲି ଉଡ଼ାଯାହାଜ ତିଆରି କରିବା ତାଙ୍କର ସ୍ବପ୍ନ ଥିଲା କିନ୍ତୁ ଲ୍ୟାଣ୍ଡ ପ୍ଲେନ ତଆରି ପାଇଁ ତାଙ୍କୁ ଅନୁମତି ମିଳି ପାରିନଥିଲା। ଏଥିପାଇଁ ସେ ସିପ୍ଲେନ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ।

ଏୟାର ମଡେଲିଂ ଏନସିସି ପ୍ରଶିକ୍ଷକ ପୁଷ୍ପରାଜ ଏହି ମାଇକ୍ରୋ ଲାଇଟ ସିପ୍ଲେନ ପ୍ରସ୍ତୁତ କରିବା ପାଇଁ ଦ୍ରୁତି ନାମକ ଏକ ଏନଜିଓର ସହାୟତା ନେଇଥିଲେ। ଏହାକୁ ଉଦ୍ଭାବନ କରିବାକୁ ଲାଗିଥିଲା ପ୍ରାୟ 15 ବର୍ଷ। ଖାଲି ସେତିକି ନୁହେଁ ଏରୋନୋଟିକାଲ ଇଞ୍ଜିନିୟର ଛାତ୍ରମାନେ ମଧ୍ୟ ଏହି ବିମାନ ବିକଶିତ କରିବାରେ ପୁଷ୍ପରାଜରଙ୍କୁ ସାହାଯ୍ୟ କରିଛନ୍ତି। ବିମାନରେ କବେଳ ଜଣେ ପାଇଲଟ ବସି ପାରିବେ। ଆଗାମୀଦିନରେ 7 ସିଟର ପ୍ଲେନ ତିଆରି କରିବାକୁ ପୂଷ୍ପରାଜ ଯୋଜନା ରଖିଛନ୍ତି।

4, 6 ବା 10 ସିଟର ପ୍ଲେନ ତିଆରି ହେଲେ ବହୁ ସୁବିଧା ଏହାକୁ ବ୍ୟବହାର କରିହେବ। ଏହାଛଡ଼ା ଏହାଏକ ନୌକା ଭଳି ମଧ୍ୟ କାର୍ଯ୍ୟ କରି ପାରିବ। ଏଥିପାଇଁ ଅଧିକ ଯାଗା ମଧ୍ୟ ଆବଶ୍ୟକ ନାହିଁ। ପରିବହନ, ରକ୍ଷା, ପ୍ରଶିକ୍ଷଣ ବା ପର୍ଯ୍ୟଟନ ଉଦ୍ଦେଶ୍ୟରେ ଏହା ବ୍ୟବହୃତ ହୋଇ ପାରିବ।

ଏରୋନୋଟିକାଲ ଇଞ୍ଜିନିୟରିଂ ଛାତ୍ର ଓ ପୁଷ୍ପରାଜଙ୍କ ମିଳିତ ଉଦ୍ୟମରେ ଆବିଷ୍କୃତ ସିପ୍ଲେନ 190 କେଜି ଓଜନ ପରିବହନ କରି ପାରିବ। ଗ୍ରେଡ ଆଲୁମିନିୟମ, ନାୟଲନର ବିଶେଷ ରସି, ନାୟଲନ କପଡ଼ା ଓ 200 ସିସି ଇଟାଲିଅନ ସୋମୋନୀନି ଇଞ୍ଜିନ ଆଦି ଉପକରଣ ଏହି ବିମାନରେ ବ୍ୟବହୃତ ହୋଇଛି। ଏଥିରେ 33 ଏଚପି ଶକ୍ତି ଓ 53 ଇଞ୍ଚର ଏକ କାଠ ପ୍ରଲେପର ରହିଛି। ସ୍ପିଡ ପେଟ୍ରୋଲ ଇନ୍ଧନରେ ଏହି ବିମାନ ଦ୍ରୁତରେ ଚାଲିବା ସହ ଟେକଅଫ କରି ପାରିବ।

ଏହି ସିପ୍ଲେନ ବିକଶିତ କରିବା ପାଇଁ ପୁଷ୍ପରାଜ ପ୍ରାୟ 7 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ନିଜ ଫାର୍ମରେ ଏରୋନୋଟିକାଲ ଛାତ୍ରଙ୍କୁ ନେଇ ଏହି ପ୍ଲେନ ତିଆରି ଆରମ୍ଭ କରିଥିଲେ। ଏଥିପାଇଁ ନିଜ ବନ୍ଧୁଙ୍କଠାରୁ ସେ ଟଙ୍କା ଧାର କରଜ କରିଛନ୍ତି। ନାଦୁକୁଦ୍ରୁ ନିକଟରେ ଏକ ବିମାନ କର୍ମାଶାଳା ଖୋଲିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠୁ ସହୟତା ନେଇଥିଲେ। ଏହାସହ ବିମାନ ନିର୍ମାଣ ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ବିମାନ ଉଡ଼ିବା ଆରମ୍ଭ କରିବା ପରେ ପୁଷ୍ପରାଜଙ୍କ ଯୋଜନାକୁ ଏକ ନୂଆ ଦିଗ ମିଳିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.