ETV Bharat / bharat

Karnataka polls: କଂଗ୍ରେସର 40 ଜଣିଆ ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ସୋନିଆ, ରାହୁଲ, ଖଡଗେ ଓ ଶେଟ୍ଟର - କଂଗ୍ରେସର ଷ୍ଟାର ପ୍ରଚାରକ

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରଚାର କରିବେ ସୋନିଆ, ରାହୁଲ, ଖଡଗେ ଓ ପ୍ରିୟଙ୍କାଙ୍କ ସମେତ ବହୁ ଦଳୀୟ ହେଭିଓ୍ବେଟ । ଦଳ ଜାରି କଲା 40ଜଣିଆ ତାରକା ପ୍ରଚାରକ ତାଲିକା । ଆଜି ନାମାଙ୍କନ ଭରିଛନ୍ତି ବହୁ ଦଳୀୟ ପ୍ରାର୍ଥୀ । ଅଧିକ ପଢନ୍ତୁ

Karnataka polls: କଂଗ୍ରେସର 40 ଜଣିଆ ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ସୋନିଆ, ରାହୁଲ, ଖଡଗେ ଓ ଶେଟ୍ଟର

author img

By

Published : Apr 19, 2023, 7:29 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆଜି କଂଗ୍ରେସ ଜାରି କରିଛି 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା । କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ନିକଟରେ ବିଜେପି ଛାଡି ହାତ ଧରିଥିବା ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର ଏହି ତାଲିକାରେ ରହିଛନ୍ତି ।

ସେହିପରି ଅନ୍ୟ ପ୍ରମୁଖ ଚେହେରାଙ୍କ ମଧ୍ୟରେ ବର୍ତ୍ତମାନର ବିରୋଧୀ ଦଳ ନେତା ସିଦ୍ଧରମୈୟା, ପ୍ରଦେଶ କଂଗ୍ରେସ କମିଟି ସଭାପତି ଡି.କେ ଶିବ କୁମାର, ଥିରୁଅନନ୍ତପୁରମ ସାଂସଦ ଶଶୀ ଥରରୁ ମଧ୍ୟ ଦଳ ପାଇଁ ପ୍ରଚାର କରିବେ । ଏହି ତାଲିକାରେ ଦଳ କେନ୍ଦ୍ରୀୟ ନେତୃତ୍ବଙ୍କୁ ମଧ୍ୟ ସ୍ଥାନ ଦେଇଛି । ଦଳର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ, ରାଷ୍ଟ୍ରୀୟ ମୁଖ୍ୟ ପ୍ରବକ୍ତା ରଣଦ୍ବୀପ ସୂର୍ଯ୍ୱେୱାଲା , ଦଳର ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କ ସମେତ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକୁ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥିବୀରାଜ ଚୌହାନ ମଧ୍ୟ କର୍ଣ୍ଣାଟକ ନିର୍ବାନଚୀ ମୈଦାନରେ ନଜର ଆସିବେ ।

10 ତାରିଖରେ ହୋଉଥିବା ନିର୍ବାଚନ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ଭରିବା ସହ ପ୍ରଚାର ଆରମ୍ଭ କରି ସାରିଲେଣି । ଦଳ ମଧ୍ୟ ଖୁବଶୀଘ୍ର ହେଭିଓ୍ବେଟଙ୍କୁ ଧରି ପ୍ରଚାର ମୈଦାନକୁ ଓହ୍ଲାଇବ । ଆଜି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ କରିବା ପରେ ସିଦ୍ଧରମୈୟା କହିଛନ୍ତି, କଂଗ୍ରେସ ଏକ ନିରପେକ୍ଷ ରାଜନୈତିକ ଦଳ । କେବେ ହେଲ ଜାତି ଆଧାରରେ ଭୋଟ ମାଗେ ନାହିଁ । ରାଜ୍ୟର ସବୁ ସମ୍ପ୍ରଦାୟର ସମର୍ଥନ କଂଗ୍ରେସ ପ୍ରତି ରହିଆସିଛି । ଚଳିତଥର ମଧ୍ୟ ସବୁ ସମ୍ପ୍ରଦାୟର ଭୋଟ କଂଗ୍ରେସକୁ ମିଳିବା ନେଇ ଆଶାବାଦୀ ଥିବା କହିଥିଲେ ।

ଆସନ୍ତା ମାସ(ମେ’) 10 ତାରିଖରେ ଭୋଟଗ୍ରହଣ ହେବାକୁ ଥିବା ବେଳେ 13 ତାରିଖରେ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ । ଶାସନରେ ଭାରତୀୟ ଜନତା ପାର୍ଟି ଥିବା ବେଳେ ମୁଖ୍ୟ ବିରୋଧୀ ଭାବେ କଂଗ୍ରେସ ରହିଛି । ଏକାଧିକ ବିଜେପି ନେତା ଟିକେଟ ନପାଇବା କାରଣରୁ କଂଗ୍ରେସରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର ଅନ୍ୟତମ । ଯାହାକୁ ନେଇ କଂଗ୍ରେସ ଲାଭାନ୍ବିତ ହେବା ନେଇ ଆଶା ରଖିଛି ।

ଅନ୍ୟପଟେ ଏହି ଦୁଇ ଜାତୀୟ ଦଳର ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରାସ୍ବାମୀଙ୍କ ଜନତା ଦଳ ସିକ୍ୟୁଲାର (JDS) ଯଦି ଭଲ ପ୍ରଦର୍ଶନ କରେ, ତେବେ ନୂଆ ସମୀକରଣ ସହ କିଙ୍ଗ୍‌ ମେକର ହୋଇପାରେ ବୋଲି ଆଶା କରାଯାଉଛି । ଏଥର ଏକପାଖିଆ ନୁହେଁ, ବରଂ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବା ନେଇ ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.