ETV Bharat / bharat

ଚୀନର ରହସ୍ୟମୟୀ ରୋଗ ନେଇ ଆଲର୍ଟରେ କର୍ଣ୍ଣାଟକ ସରକାର, ଆଡଭାଇଜରୀ ଜାରି

author img

By ETV Bharat Odisha Team

Published : Nov 29, 2023, 9:17 AM IST

Karnataka Govt Issues Advisory: ଚୀନର ସଂକ୍ରମଣଜନିତ ରୋଗକୁ ନେଇ ଆଲର୍ଟରେ କର୍ଣ୍ଣାଟକ ସରକାର । ଜାରି କଲେ ନିର୍ଦ୍ଦେଶନାମା । ପଢନ୍ତୁ ପୁରା ଖବର

ଚୀନର ରହସ୍ୟମୟୀ ରୋଗକୁ ନେଇ ଆଲର୍ଟରେ କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ: ଚୀନରେ ଶ୍ବାସକ୍ରିୟା ଜନିତ ରୋଗ ବୃଦ୍ଧି ପାଇବା ପରେ କର୍ଣ୍ଣାଟକରେ ଆଲର୍ଟ । ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିକୁ ଆଲର୍ଟ ମୋଡ୍‌ରେ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରିବା ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିବା ପରେ କର୍ଣ୍ଣାଟକ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

କର୍ଣ୍ଣାଟକ ସ୍ବାସ୍ଥ୍ୟ ବିଭାଗର ଆଡଭାଇଜରୀ: ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ ସିଜନାଲ ଫ୍ଲୁ'କୁ ଚିନ୍ତାର କାରଣ ଭାବେ ଦର୍ଶାଯାଇଛି । ଏହି ସଂକ୍ରମିତ ରୋଗ ଅଟେ ଯାହା ସାଧାରଣତଃ 5ରୁ 7 ଦିନ ପର୍ଯ୍ୟନ୍ତ ରହିଥାଏ । ଏହି ରୋଗ ଶିଶୁ, ବୃଦ୍ଧ, ଗର୍ଭବତୀ, ପ୍ରତିରୋଧକ ଶକ୍ତି କମ ଥିବା ଲୋକଙ୍କ ପାଇଁ ବିପଦ ସାଜିପାରେ । ତେବେ ଏହା ଅଧିକ ହେଲେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିପାରେ । ନିଜ ନାଗରିକମାନଙ୍କୁ ମଧ୍ୟ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଛି କର୍ଣ୍ଣାଟକ ସ୍ବାସ୍ଥ୍ୟ ବିଭାଗ ।

ଏହି ରୋଗର ଲକ୍ଷଣ: ଥଣ୍ଡା ଲାଗିବା, ଅସୁସ୍ଥତା ଅନୁଭବ କରିବା, ଭୋକ ନ ଲାଗିବା, ଛିଙ୍କ, ଶୁଖିଲା କାଶ ପାଖାପାଖି 3 ସପ୍ତାହ ଧରି ଲାଗିପାରେ । ତେବେ ଏହି ଆଡଭାଇଜରୀରେ ଏହି ରୋଗରୁ ବର୍ତ୍ତିବା ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ଛିଙ୍କିବା କାଶିବା ସମୟରେ ସାଧାରଣତଃ ମୁହଁ ଓ ନାକରେ ରୁମାଲ କିମ୍ବା ହାତ ଦେବା, ହାତ ବାରମ୍ବାର ଧୋଇବା, ଭିଡ଼ ସ୍ଥାନରେ ମାକ୍ସ ପିନ୍ଧିବା ଓ ଆବଶ୍ୟକ ନଥିଲେ ମୁହଁରେ ହାତ ନମାରିବା ପାଇଁ ପରାମର୍ଶ ଦିଆଯାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଡଭାଇଜରୀ : ଏହାପୂର୍ବରୁ ରବିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏନେଇ ଆଡଭାଇଜରୀ ଜାରି କରାଯାଇଥିଲା । ଆଡଭାଇଜରୀରେ କୁହାଯାଇଥିଲା ଯେ, ଭାରତରେ ବର୍ତ୍ତମାନ ସ୍ଥିତି ଚିନ୍ତାଜନକ ନାହିଁ । ଏହି ଘଟଣା ଉପରେ ଦୃଷ୍ଟି ରଖାଯାଇଛି ।

ଏହାମଧ୍ୟ ପଢନ୍ତୁ.. ଚୀନର ରହସ୍ୟମୟ ରୋଗ ନେଇ 'WHO'ର ବଡ଼ ବୟାନ, କୋରୋନା ପରି ଏକ ମାରାତ୍ମକ ରୋଗ...

ତେବେ ଚୀନରେ ହାଇ ଫିଭର ସହ କାଶ ଏବଂ ନିଶ୍ୱାସ ପ୍ରଶ୍ୱାସ ଜନିତ ରୋଗ ବୃଦ୍ଧି ପାଇବା ପରେ ସାରା ବିଶ୍ବରେ ଚିନ୍ତା ବଢ଼ିଯାଇଛି । କୋରୋନା ପରଠୁ କୌଣସି ନୂତନ ରୋଗ ନାଁ ସାମ୍ନାକୁ ଆସିଲେ ସବୁଠି ଭୟର ବାତାବରଣ ଖେଳିଯାଉଛି । ଏଭଳି ସ୍ଥଳେ ଅଧିକାଂଶ ଦେଶରେ ଚୀନରେ ଶ୍ବାସ ଜନିତ ରୋଗକୁ ନେଇ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ମଧ୍ୟରେ ଦେଶର ସମସ୍ତ ହସ୍ପିଟାଲ ଓ ସ୍ବାସ୍ଥ୍ୟ ସେବାକୁ ଯାଞ୍ଚ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ନିକଟରେ କୌଣସି ନୂଆ ମାମଲା ସାମ୍ନାକୁ ଆସିନାହିଁ । ସଂକ୍ରମିତ ପିଲାମାନଙ୍କଠାରେ ଏହି ରୋଗ ଅଧିକ ଦେଖାଯାଉଛି । ଏହି ରୋଗ କୋରୋନା ଭଳି ମାରାତ୍ମକ ନୁହେଁ । ବିଶେଷଜ୍ଞମାନେ ଏହାକୁ ନିମୋନିଆ ବୋଲି କହୁଛନ୍ତି । ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଦ୍ବାରା ସେୟାର ହୋଇଥିବା ରିପୋର୍ଟରେ ଚୀନ୍‌ର ଉତ୍ତର ଭାଗରେ ଶ୍ବାସକ୍ରିୟା ରୋଗର ବୃଦ୍ଧି ଘଟିଥିବାର ଏହା ସଙ୍କେତ ଦେଇଛି । ଇନ୍‌ଫ୍ଲୁଏଞ୍ଜା, ମାଇକୋପ୍ଲାଜମା ନିମୋନିଆ, SARS-CoV-2 ଇତ୍ୟାଦି ସାଧାରଣ କାରଣ ଏଥିପାଇଁ ଦାୟୀ ବୋଲି କୁହାଯାଇଛି । ଶୀତ ଋତୁ ଆରମ୍ଭ ହେବା ସହ ମାଇକୋପ୍ଲାଜ୍ମା ନିମୋନିଆ ଭଳି ଶ୍ବାସକ୍ରିୟା ରୋଗର ବିସ୍ତାର ସହ COVID-19 ପ୍ରତିବନ୍ଧକକୁ ହଟାଇବା ବି ଏଭଳି ରୋଗ ବୃଦ୍ଧିର କାରଣ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.