ETV Bharat / bharat

ଆଜିଠୁ ଏହି ସହରରେ ଗଡିବନି ଓଲା, ଉବେର ଓ ରାପିଡୋ ଅଟୋ

author img

By

Published : Oct 12, 2022, 12:33 PM IST

ଆଜିଠୁ ବେଙ୍ଗାଲୁରୁରେ ବନ୍ଦ ହେବ ଓଲା, ଉବେର କିମ୍ବା ରାପିଡୋ ଅଟୋ । ଯାତ୍ରୀଙ୍କ ଠାରୁ ଅଧିକ ଭଡା ଦାବି କରୁଥିବା ଅଭିଯୋଗ ଆସିବା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ଆଜିଠୁ ବେଙ୍ଗାଲୁରୁରେ ଚାଲିବନି ଓଲା, ଉବେର ଓ ରାପିଡୋ ଅଟୋ

ବେଙ୍ଗାଲୁରୁ: ଆଜିଠୁ ବେଙ୍ଗାଲୁରୁ ଚାଲିବନି ଓଲା, ଉବେର କିମ୍ବା ରାପିଡୋ ଅଟୋ । ଆପ୍ ଆଧାରିତ ସେବା ଯୋଗାଉଥିବା ଏହି କମ୍ପାନୀ ଗୁଡିକର ଅନଲାଇନରେ ଅଟୋ ବୁକିଂକୁ କର୍ଣ୍ଣାଟକ ସରକାର ବେଆଇନ ଘୋଷଣା କରିଛନ୍ତି । ଗତକାଲି(ମଙ୍ଗଳବାର) କର୍ଣ୍ଣାଟକ ପରିବହନ ଓ ସଡକ ସୁରକ୍ଷା ବିଭାଗର ମୋବିଲିଟି କମ୍ପାନୀ ପ୍ରତିନିଧିମାନଙ୍କ ସହ ବୈଠକ ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଓଲା, ଉବେର ଯାତ୍ରୀଙ୍କ ଠାରୁ ଅଧିକ ଭଡା ଦାବି କରୁଥିବାର ମାତ୍ରାଧିକ ଅଭିଯୋଗ ଆସିବା ପରିପ୍ରେକ୍ଷୀରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

କର୍ଣ୍ଣାଟକ ପରିବହନ କମିଶନର ଟିଏଚଏମ୍ କୁମାର କହିଛନ୍ତି, ''ସରକାରଙ୍କ ଆଗାମୀ ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ ରାପିଡୋ, ଓଲା କିମ୍ବା ଉବେର ଅଟୋ ସେବା ଯୋଗାଇ ପାରିବେନାହିଁ । ରାଜ୍ୟର ଅନ ଡିମାଣ୍ଡ ପରିବହନ ଟେକ୍ନୋଲୋଜି ଏଗ୍ରିଗେଟର ନିୟମ(KOTTAR), 2016 ଟ୍ୟାକ୍ସି ଏଗ୍ରିଗେଟର କମ୍ପାନୀଗୁଡିକୁ ଅଟୋରିସ୍କା ସେବା ଯୋଗାଇବାକୁ ଅନୁମତି ଦିଏ ନାହିଁ । ଯଦି ଏହି ଟ୍ୟାକ୍ସି ଏଗ୍ରିଗେଟର କମ୍ପାନୀଗୁଡିକ ନିୟମ ଉଲ୍ଳଙ୍ଘନ କରନ୍ତି, ତାହାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଅଟୋ ଗୁଡିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇ ସିଧାସଳଖ ଟ୍ୟାକ୍ସି ଏଗ୍ରିଗେଟର(Ola-Uber)ଙ୍କ ଠାରୁ ପ୍ରତି ଯାନ ପିଛା ୫ ହଜାର ଫାଇନ ଆଦାୟ କରାଯିବ ।

ବେଙ୍ଗାଲୁରୁ ସହରରେ ଓଲା, ଉବେର କିମ୍ବା ରାପିଡୋ ଅଟୋ ଚଳାଚଳ ବନ୍ଦ ପାଇଁ ରାଜ୍ୟ ପରିବହନ ବିଭାଗ ଗତ ୬ ତାରିଖରେ ଏକ ନୋଟିସ୍ ଜାରି କରିଥିଲା । କମ୍ପାନୀ ଗୁଡିକ ଯାତ୍ରୀଙ୍କ ଠାରୁ ଅଧିକ ଭଡା ଆଦାୟ କରୁଥିବା ଅଭିଯୋଗରେ ପରିବହନ ବିଭାଗ ଏହି ନୋଟିସ୍ କରିଥିଲା । ଲାଇସେନ୍ସ ବିନା ଯେପରି କୌଣସି ଟ୍ୟାକ୍ସି ଏଗ୍ରିଗେଟରର ଅଟୋ ଚଳାଚଳ ନ କରେ ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ବିଭାଗୀୟ କମିଶନରଙ୍କୁ କହିଥିଲେ ।

ଏହାମଧ୍ୟ ପଢନ୍ତୁ: ବେଙ୍ଗାଲୁରୁରେ ବନ୍ଦ ହେବ ଓଲା, ଉବେର ଓ ରାପିଡୋର ଅଟୋ ସେବା

ନିୟମ ଅନୁସାରେ, ପ୍ରଥମ ଦୁଇ କିଲୋମିଟର ଯାତ୍ରା ପାଇଁ ୩୦ ଟଙ୍କା ଓ ତା ପରେ ପ୍ରତି କିମିକୁ ୧୫ ଟଙ୍କା ହିସାବରେ ଭଡା ନେବାର ନିୟମ ରହିଛି । ହେଲେ ଏହି ଅଟୋ ସେବା ଯୋଗାଉଥିବା କମ୍ପାନୀଗୁଡିକ ନିୟମର ଉଲ୍ଲଂଘନ କରି ଯାତ୍ରୀଙ୍କୁ ଠାରୁ ଅଧିକ ଟଙ୍କା ନେଉଛନ୍ତି । ଓଲା, ଉବେର ଓ ରାପିଡୋ ଦୁଇ କିଲୋମିଟରରୁ କମ୍ ଦୂରତା ପାଇଁ ୧୦୦ ଟଙ୍କା ଭଡା ଚାର୍ଜ କରୁଥିବା ଅନେକ ଯାତ୍ରୀ ପରିବହନ ବିଭାଗ ନିକଟରେ ଅଭିଯୋଗ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.