ବେଙ୍ଗାଲୁରୁ: ଆଥନି ନିର୍ବାଚନ ମଣ୍ଡଳୀରେ ବିଜେପିକୁ ଲାଗିଲା ବଡ ଝଟ୍କା । କର୍ଣ୍ଣାଟକର ଏହି ହାଇପ୍ରୋଫାଇଲ ଆସନରେ ବିଜୟୀ ହେଲେ ନିକଟରେ କଂଗ୍ରେସରେ ମିଶିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ । ଟିକେନ ନମିଳିବାରୁ ବିଜେପିକୁ ବାଏବାଏ କହିଥିବା ସାବଦୀ ଆଥନି ଆସନ ଦଖଲ କରିଛନ୍ତି । ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ମହେଶ କୁମାଥଲ୍ଲିଙ୍କୁ ହରାଇ ବିଜୟ ହାସଲ କରିଛନ୍ତି । ଚଳିତ ନିର୍ବାଚନରେ ହୁବଲି-ଧାନୱାଦ କେନ୍ଦ୍ରୀୟ ଏବଂ ଆଥନି ଆସନ ଖୁବ୍ ଚର୍ଚ୍ଚାରେ ରହିଥିଲା । ଦୁଇଟି ହାଇପ୍ରୋଫାଇଲ ଆସନରୁ ଗୋଟିଏରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ଅନ୍ୟଟି ବିଜେପିକୁ କବ୍ଜା ଯାଇଛି । କଂଗ୍ରେସ ମିଶିଥିବା ଜଗଦୀଶ ସେଟ୍ଟାର ୩୫ ହଜାର ଖଣ୍ଡ ଭୋଟରେ ହୁବଲି ଆସନରେ ପରାଜିତ ହୋଇଛନ୍ତି ।
ଲକ୍ଷ୍ମଣ ସାବଦୀ ଲିଙ୍ଗାୟତ ନେତା ଅଟନ୍ତି । ସାବଦୀ ବିଜେପି ଟିକେଟ୍ରେ ନିର୍ବାଚନ ଲଢି ୩ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ହେଲେ ଚଳିତ ବର୍ଷ ନିର୍ବାଚନରେ ଟିକେନ କଟିବାରୁ ବିଜେପି ବିରୋଧରେ ମୈଦାନକୁ ଓହ୍ଲାଇଥିଲେ । ସାବଦୀ ଅଥାନି ଆସନରୁ ନିର୍ବାଚନ ଲଢୁଥିବା ବେଳେ ଏଠି ତାଙ୍କ ବିପକ୍ଷରେ ମହେଶ କୁମାଥଲ୍ଲୀଙ୍କୁ ଛିଡା କରିଥିଲା ବିଜେପି । ହେଲେ ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେଇ ସାବଦୀ ବିଜୟର ବାନା ଉଡାଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ମୋ ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ, ରେଲଜ୍ଟ ନବାହାରୁଣୁ ଏମିତି କହିଲେ ସିଦ୍ଧରମୈୟାଙ୍କ ପୁଅ
ଏଠାରେ ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକର ୨୨୪ ବିଧାନସଭା ଆସନ ପାଇଁ ଆଜି ଭୋଟ ଗଣତି ହେଉଛି । ବର୍ତ୍ତମାନର ଟ୍ରେଣ୍ଡ୍ ଅନୁସାରେ କଂଗ୍ରେସ ସର୍ବାଧିକ ଆସନରେ ଆଗୁଆ ରହିଛି । ଶାସକ ବିଜେପିକୁ ପଛରେ ପକାଇ ବିଜୟ ଆଡକୁ ଅଗ୍ରସର ହେଉଛି କଂଗ୍ରେସ । ବର୍ତ୍ତମାନ ସୁଦ୍ଧା କଂଗ୍ରେସ ୩୫ଟି ଆସନ ଜିତି ସାରିଥିବା ବେଳେ ୮୮ ଆସନରେ ଆଗୁଆ ରହିଛି । ନିର୍ବାଚନ ଫଳାଫଳକୁ ଦେଖି କଂଗ୍ରେସ କ୍ୟାମ୍ପ୍ରେ ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ବାଣ ଫୁଟାଇ ମିଠା ଖାଇ ଦଳୀୟ କର୍ମୀ ସେଲିବ୍ରେସନ କରୁଛନ୍ତି । ଗତ ୧୦ ତାରିଖରେ କର୍ଣ୍ଣାଟକରେ ଭୋଟ ଗ୍ରହଣ ହୋଇଥିଲା । ସମୁଦାୟ ୭୩.୧୯ ପ୍ରତିଶତ ମତଦାନ ହାର ରେକର୍ଡ କରାଯାଇଥିଲା ।
ଏହାମଧ୍ୟ ପଢନ୍ତୁ: Karnataka Election Results: ବଜରଙ୍ଗବଲୀ ଶରଣରେ ପ୍ରିୟଙ୍କା, ଜୋଶରେ କଂଗ୍ରେସ