ETV Bharat / bharat

କର୍ଣ୍ଣାଟକରେ ଅକ୍ସିଜେନ ଅଭାବ, ଚାଲିଗଲା 24 କୋରୋନା ରୋଗୀଙ୍କ ଜୀବନ

author img

By

Published : May 3, 2021, 1:16 PM IST

ଦେଶରେ ଅକ୍ସିଜେନ ସଙ୍କଟ ଟଳିବାରେ ନାଁ ଥରୁନି । କର୍ଣ୍ଣାଟକର ଚାମରାଜନଗର ହସ୍ପିଟାଲରେ ଅକ୍ସିଜେନ ଅଭାବ କାରଣରୁ 24 ଜଣ କୋରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ...

କର୍ଣ୍ଣାଟକ ଚାମରାଜନଗର ହସ୍ପିଟାଲରେ ଅକ୍ସିଜେନ ଅଭାବ, 24 କୋରୋନା ରୋଗୀ ମୃତ

ବେଙ୍ଗାଲୁରୁ: ଦେଶରେ ଅକ୍ସିଜେନ ସଙ୍କଟ ଟଳିବାରେ ନାଁ ଥରୁନି । କର୍ଣ୍ଣାଟକର ଚାମରାଜନଗର ହସ୍ପିଟାଲରେ ଅକ୍ସିଜେନ ଅଭାବ କାରଣରୁ 24 ଜଣ କୋରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି । ଗତକାଲି(ରବିବର) ମଧ୍ୟରାତ୍ରୀରେ ଘଟିଛି ଏହି ଘଟଣା । ଏହି ଘଟଣା ପରେ ମହୀଶୂରରୁ ଚାମରାଜନଗରୁ ଅକ୍ସିଜେନ ଯୋଗାଣ କରାଯାଇଛି ।

ପ୍ରକୃତରେ ଚାମରାଜନଗର ହସ୍ପିଟାଲକୁ ବେଲ୍ଲୋରୀରୁ ଅକ୍ସିଜେନ ଆସିବାରେ ବିଳମ୍ବ ହେବାରୁ ଏତେ ବଡ ଅଘଟଣ ଘଟିଯାଇଛି । ମୃତକଙ୍କ ମଧ୍ୟରେ ଅଧିକ ରୋଗୀ ଭେଣ୍ଟିଲେଣ୍ଟରରେ ରହିଥିଲେ ।

ଏହା ପୂର୍ବରୁ କାଲାବୁର୍ଗୀ କିବିଏନ ହସ୍ପିଟାଲରେ ମଧ୍ୟ ଅକ୍ସିଜେନ କମ ଥିବାରୁ 4 ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଏକ ସରକାରୀ ହସ୍ପିଟାଲରେ ବିଜୁଳି ଚାଲିଯିବାରୁ ଭେଣ୍ଟିଲେଟର ଥିବା ଜଣେ ରୋଗୀ ଆଖି ବୁଜିଥିଲେ । ବର୍ତ୍ତମାନ କର୍ଣ୍ଣାଟକରେ ମଧ୍ୟ ଅକ୍ସିଜେନ ଅଭାବରୁ ଅନେକ କୋଭିଡ ଆକ୍ରାନ୍ତ ଜୀବନ ଚାଲିଯାଉଛି ।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ କୋରୋନା ସଂକ୍ରମିତ ସଂଖ୍ୟା 16 ଲକ୍ଷରେ ପହଞ୍ଚିଛି । ରବିବାର 37ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 217 ଜଣ ସଂକ୍ରମିତଙ୍କ ଜୀବନ ନେଇଛି କୋରୋନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.