ETV Bharat / bharat

Karnataka: ଉଚ୍ଛେଦ ହେବ ଧର୍ମାନ୍ତରୀକରଣ ନିରୋଧ ଆଇନ, ପାଠ୍ୟକ୍ରମରୁ ହଟିଲା RSS ପ୍ରତିଷ୍ଠାତାଙ୍କ ବିଷୟ

author img

By

Published : Jun 15, 2023, 6:11 PM IST

କର୍ଣ୍ଣାଟକରେ ବସବରାଜ ବୋମ୍ମାଇ ସରକାରଙ୍କ ଧର୍ମାନ୍ତରୀକରଣ ନିରୋଧ ଆଇନ ଉଚ୍ଛେଦ କରିବ ସିଦ୍ଧରମୈୟା ସରକାର । ସ୍କୁଲ ପାଠ୍ୟକ୍ରମରୁ ବାଦ ପଡିଲା RSS ପ୍ରତିଷ୍ଠାତା ଡ. କେଶବ ବଳିରାମ ହେଡଗେଓ୍ବାର ଓ ସାବରକରଙ୍କ ସମ୍ପର୍କିତ ବିଷୟ । ଅଧିକ ପଢନ୍ତୁ

Karnataka Cabinet Karnataka: ଉଚ୍ଛେଦ ହେବ ଧର୍ମାନ୍ତରୀକରଣ ନିରୋଧୀ ଆଇନ, ପାଠ୍ୟକ୍ରମରୁ RSS ପ୍ରତିଷ୍ଠାତାଙ୍କ ବିଷୟ ହଟିଲା
Karnataka: ଉଚ୍ଛେଦ ହେବ ଧର୍ମାନ୍ତରୀକରଣ ନିରୋଧୀ ଆଇନ, ପାଠ୍ୟକ୍ରମରୁ RSS ପ୍ରତିଷ୍ଠାତାଙ୍କ ବିଷୟ ହଟିଲା

ବେଙ୍ଗାଲୁର: ବୋମ୍ମାଇ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ଧର୍ମାନ୍ତରୀକରଣ ନିରୋଧୀ ଆଇନକୁ ଉଚ୍ଛେଦ କରିବାକୁ ଯାଉଛନ୍ତି ସିଦ୍ଧରମୈୟା ସରକାର । ପୂର୍ବରୁ ବସବରାଜ ବୋମ୍ମାଇ ସରକାର ଆଣିଥିବା ଧର୍ମାନ୍ତରୀରଣ ନିରୋଧ ଆଇନକୁ ଉଚ୍ଛେଦ କରାଯିବ । ଆଜି(ଗୁରୁବାର) କ୍ୟାବିନେଟ ବୈଠକରେ ଏନେଇ ଆଲୋଚନା ହେବା ସହ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ଆସନ୍ତାମାସ ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ଅଧିବେଶନରେ ଏନେଇ ପ୍ରକ୍ରିୟା ଆରମ୍ଭ ହେବା ନେଇ ରାଜ୍ୟ ଆଇନ ମନ୍ତ୍ରୀ ଏଚ.କେ ପାଟିଲ ସଙ୍କେତ ଦେଇଛନ୍ତି ।

  • #WATCH | "They (Congress) want votes of Muslims, Siddramaiah's govt is against Hindus...they might even re-introduce hijab...they want to attract votes of minorities and politicise everything...": BC Nagesh, Former Karnataka Education Minister https://t.co/8NimglOzH0 pic.twitter.com/plbgrqh1id

    — ANI (@ANI) June 15, 2023 " class="align-text-top noRightClick twitterSection" data=" ">

ଆଜି କ୍ୟାବିନେଟ ବୈଠକ ପରେ ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ.କେ ପାଟିଲ କହିଛନ୍ତି, କ୍ୟାବିନେଟ ବୈଠକରେ ପୂର୍ବ ସରକାର ଆଣିଥିବା ଧର୍ମାନ୍ତରୀକରଣ ନିରୋଧ ଆଇନ ଉଚ୍ଛେଦ କରାଯିବା ନେଇ ଆଲୋଚନା ହୋଇଛି । ପୂର୍ବ ସରକାର କର୍ଣ୍ଣାଟକ ପ୍ରୋଟେକ୍ସନ ଅଫ୍‌ ରିଲିଜିଅସ ରାଇଟ୍‌ ଆକ୍ଟରେ ସଂଶୋଧନ କରିଥିଲେ । ପୂର୍ବ ସରକାରର ଏହି ସଂଶୋଧିତ ଆଇନକୁ ଉଚ୍ଛେଦ କରାଯିବ । ଜୁଲାଇ ପ୍ରଥମ ସପ୍ତାହରୁ ରାଜ୍ୟରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିରେ ଏହି ଆଇନକୁ ଉଚ୍ଛେଦ କରାଯିବା ନେଇ ବିଲ୍‌ ଆଗତ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ।

କେବଳ ଏହି ନିୟମ ଉଚ୍ଛେଦ ନିଷ୍ପତ୍ତି ନୁହେଁ ବରଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ବଡ ସଂଶୋଧନ କରିଛନ୍ତି ସିଦ୍ଧରମୈୟା ସରକାର । ରାଜ୍ୟରେ ଏବେ ସ୍କୁଲ ପିଲାଙ୍କ ପାଠ୍ୟକ୍ରମରୁ ସ୍ବଂୟ ସେବକ ସଂଘର (ଆରଏସଏସ) ପ୍ରତିଷ୍ଠାତା ଡ. କେଶବ ବଳିରାମ ହେଡଗେଓ୍ବାରଙ୍କ ବିଷୟକୁ ବାଦ ଦିଆଯାଇଛି । ଏହାସହ ହିନ୍ଦୁ ମହାସଭା ପ୍ରତିଷ୍ଠାତା ତଥା ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମଦୋର ସାବରକର, ଚିନ୍ତକ ଚକ୍ରବର୍ତ୍ତୀ ସୁଲିବେଲେଙ୍କ ବିଷୟଙ୍କୁ ମଧ୍ୟ ପାଠ୍ୟକ୍ରମରୁ ବାଦ ଦିଆଯାଇଥିବା ରାଜ୍ୟ ଶିକ୍ଷାମନ୍ତ୍ରୀ ମଧୁ ବାଙ୍ଗାରପ୍ପା ସୂଚନା ଦେଇଛନ୍ତି । ଏହି ବିଷୟଗୁଡିକୁ ସ୍କୁଲ ପାଠ୍ୟକ୍ରମରେ ପୂର୍ବରୁ ବିଜେପି ସରକାରଙ୍କ କାର୍ଯ୍ୟକାଳରେ ସାମିଲ କରାଯାଇଥିଲା ।

ତେବେ ସିଦ୍ଧରମୈୟା ସରକାରଙ୍କ ଏହି ନିଷ୍ପତ୍ତିକୁ ବିଜେପି ସମାଲୋଚନା କରିଛି । ବୋମ୍ମାଇ କ୍ୟାବିନେଟରେ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିବା ବି.ସି ନାଗେଶ କହିଛନ୍ତି, ସେମାନେ(କଂଗ୍ରେସ) ମୁସଲିମ୍ ଭୋଟ ହାତେଇବା ପାଇଁ ପ୍ରୟାସ କରୁଛି । ସେମାନେ ସଂଖ୍ୟାଲଘୁ ଭୋଟ ପାଇଁ ଏସବୁ କରୁଛନ୍ତି । ସିଦ୍ଧରମୈୟା ସରକାର ହିନ୍ଦୁ ବିରୋଧୀ । ସେମାନେ ହୁଏତ ହିଜାବ ପରିଧାନକୁ ମଧ୍ୟ ଲାଗୁ କରିପାରନ୍ତି । ସେମାନେ ଭୋଟବ୍ୟାଙ୍କ ପାଇଁ ସବୁ କ୍ଷେତ୍ରରେ ରାଜନୀତି କରିପାରନ୍ତି ବୋଲି କହିଛନ୍ତି ପୂର୍ବତନ ଶିକ୍ଷାମନ୍ତ୍ରୀ ନାଗେଶ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.