ETV Bharat / bharat

କର୍ଣ୍ଣାଟକରେ BJP ଯୁବ ମୋର୍ଚ୍ଚା ନେତାଙ୍କୁ ହତ୍ୟା

author img

By

Published : Jul 27, 2022, 10:21 AM IST

କର୍ଣ୍ଣାଟକ ଦକ୍ଷିଣ କନ୍ନଡ ଜିଲ୍ଲାରେ ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଭାପତିଙ୍କୁ ହତ୍ୟା କରାଯାଇଛି । ବିଜେପି ଯୁବ ମୋର୍ଚ୍ଚା ସଭାପତି ପ୍ରବୀଣଙ୍କୁ (32) ବିଭତ୍ସ ଭାବେ ଦୁଇଜଣ ଲୋକ ହତ୍ୟା କରିଛନ୍ତି । ଅଧିକ ପଢନ୍ତୁ

କର୍ଣ୍ଣାଟକରେ BJP ଯୁବ ମୋର୍ଚ୍ଚା ନେତାଙ୍କୁ ହତ୍ୟା
କର୍ଣ୍ଣାଟକରେ BJP ଯୁବ ମୋର୍ଚ୍ଚା ନେତାଙ୍କୁ ହତ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକ ଦକ୍ଷିଣ କନ୍ନଡ ଜିଲ୍ଲାରେ ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଭାପତିଙ୍କୁ ହତ୍ୟା କରାଯାଇଛି । ବିଜେପି ଯୁବ ମୋର୍ଚ୍ଚା ସଭାପତି ପ୍ରବୀଣଙ୍କୁ (32) ବିଭତ୍ସ ଭାବେ ଦୁଇଜଣ ହତ୍ୟା କରିଛନ୍ତି । ବୋଲାରୋ ଅଞ୍ଚଳରେ ପ୍ରବୀଣ ଏକ ଦୋକାନ କରିଥିଲେ । କାମ ସାରି ଦୋକାନ ବନ୍ଦ କରି ଫେରୁଥିବା ବେଳେ ତାଙ୍କ ଉପରକୁ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ସେ ଗୁରୁତର ହୋଇଥିଲେ । ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯିବା ସମୟରେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

  • ದಕ್ಷಿಣ ಕನ್ನಡ ಜಿಲ್ಲೆ ಸುಳ್ಯದ ನಮ್ಮ ಪಕ್ಷದ ಕಾರ್ಯಕರ್ತ ಪ್ರವೀಣ್ ನೆಟ್ಟಾರು ಅವರ ಬರ್ಬರ ಹತ್ಯೆ ಖಂಡನೀಯ. ಇಂಥ ಹೇಯಕೃತ್ಯ ಎಸಗಿರುವ ದುಷ್ಕರ್ಮಿಗಳನ್ನು ಶೀಘ್ರವಾಗಿ ಬಂಧಿಸಿ ಕಾನೂನಿನ ಅಡಿಯಲ್ಲಿ ಶಿಕ್ಷಿಸಲಾಗುವುದು.
    ಪ್ರವೀಣ ಆತ್ಮಕ್ಕೆ ಶಾಂತಿ ಸಿಗಲಿ, ಈ ನೋವನ್ನು ಭರಿಸುವ ಶಕ್ತಿಯನ್ನು ದೇವರು ಅವರ ಕುಟುಂಬಕ್ಕೆ ಕರುಣಿಸಲಿ. ಓಂ ಶಾಂತಿಃ pic.twitter.com/kCk3W6hVc5

    — Basavaraj S Bommai (@BSBommai) July 26, 2022 " class="align-text-top noRightClick twitterSection" data=" ">

ଆକ୍ରମଣକାରୀମାନେ ପ୍ରକୃତରେ କିଏ ତାହା ଜଣାପଡିନାହିଁ । ଏପରି କରିବା ପଛରେ ତାଙ୍କର କଣ ଉଦ୍ଦେଶ୍ୟ ଅଛି ତାହା ସ୍ପଷ୍ଚ ହୋଇନାହିଁ । ଦକ୍ଷିଣ କନ୍ନଡ ଏସପି ଋଷିକେଶ କହିଛନ୍ତି, ମାମଲାର ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳର ଯଦି ସିସିଟିଭ କ୍ୟାମେରା ମିଳେ ତେବେ ଯାଞ୍ଚ କରାଯିବ । ଫୁଟେଜ ସାହାଯ୍ୟରେ ଆକ୍ରମଣକାରୀଙ୍କୁ ଖୋଜାଯିବ । ମୃତ ପ୍ରବୀଣଙ୍କ ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଥିବା କହିଛନ୍ତି ଦକ୍ଷିଣ କନ୍ନଡ ଏସପି ।

ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ । ‘ଦକ୍ଷିଣ କନ୍ନଡ ଜିଲ୍ଲାରେ ଆମ ଦଳୀୟ କର୍ମୀଙ୍କୁ ହତ୍ୟା ନିନ୍ଦନୀୟ । ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ଏବଂ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ’ ବୋଲି କହିଛନ୍ତି ସିଏମ । ପ୍ରବୀଣଙ୍କ ଆତ୍ମାର ସଦଗତି ସହ ପରିବାର ଲୋକଙ୍କ ସମବେଦନା ଜମାଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.