ETV Bharat / bharat

Karnataka Results Live Update:କର୍ଣ୍ଣାଟକରେ ମଉଳିଲା ପଦ୍ମ, ଉଠିଲା ହାତ - କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ

Karnataka election result live update
Karnataka election result live update
author img

By

Published : May 13, 2023, 7:44 AM IST

Updated : May 13, 2023, 4:02 PM IST

15:50 May 13

ଶେଷ ହେଲା ଭୋଟ ଗଣତି, 136ଟି ଆସନରେ କଂଗ୍ରେସର ବିଜୟ

କର୍ଣ୍ଣାଟକରେ ବଦଳିଲା ସରକାର । ବିପୁଳ ଭୋଟରେ କଂଗ୍ରେସର ବାଜିମାତ । 224ଟି ଆସନ ମଧ୍ୟରୁ 136ଟି ଆସନରେ କଂଗ୍ରେସର ବିଜୟ । ଅନ୍ୟପଟେ 64 ଆସନରେ ବିଜେପି ବିଜୟୀ ହୋଇଥିବା ବେଳେ 20ଟି ଆସନରେ ଜେଡିଏସ ବିଜୟୀ ହୋଇଛି । ଅନ୍ୟାନ୍ୟ ଦଳ 4ଟି ଆସନରେ ବିଜୟୀ ହୋଇଛନ୍ତି।

14:42 May 13

ଆସିଲା 204ଟି ଆସନର ଫଳାଫଳ,124ଟି ଆସନରେ କଂଗ୍ରେସ ବିଜୟୀ

କର୍ଣ୍ଣାଟକରେ ଆଗେଇ ଚାଲିଛି କଂଗ୍ରେସ। 124ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ 59ଟି ଆସରେ ବିଜେପି ବିଜୟୀ ହୋଇଛି। ମାତ୍ର 17ଟି ଆସନ ଜେଡିଏସ ଖାତାକୁ ଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ 204ଟି ଆସନର ଫଳାଫଳ ସ୍ପଷ୍ଟ ହୋଇଥିବା ବେଳେ ଆଉ 20 ଆସନର ଫଳାଫଳ ଭୋଟ ଗଣତି ପରେ ସ୍ପଷ୍ଟ ହେବ ।

13:27 May 13

73ଟି ଆସନରେ କଂଗ୍ରେସର ବାଜିମାତ

ଏଥର କର୍ଣ୍ଣାଟକରେ କଂଗ୍ରେସ ସରକାର ! 73ଟି ଆସନରେ କଂଗ୍ରେସର ବାଜିମାତ ।

12:52 May 13

କର୍ଣ୍ଣାଟକରେ 84ଟି ସିଟରେ ଲିଡ କରୁଛି କଂଗ୍ରେସ

କର୍ଣ୍ଣାଟକରେ ଜାରି ରହିଛି ଭୋଟ ଗଣତି । କଂଗ୍ରେସ ବର୍ତ୍ତମାନ 84ଟି ସିଟରେ ଲିଡ କରୁଥିବା ବେଳେ ବିଜେପି 48 ସିଟରେ ଲିଡ କରୁଛି। ଜେଡିଏସ 18ଟି ସିଟରେ ଆଗରେ ରହି ପଛରେ ପଡିଯାଇଛି। 3ଟି ଆସନରେ ଅନାନ୍ୟ ଦଳ ଆଗରେ ରହିଛନ୍ତି। କଂଗ୍ରେସ ଖାତାକୁ 45ଟି ଆସନ ଯାଇଥିବା ବେଳେ ବିଜେପି ମାତ୍ର 19ଟି ଆସନ ବିଜୟୀ ହୋଇ ପଛରେ ରହିଛି। ସେହିପରି ଜେଡିଏସ 5ଟି ଓ ସ୍ବାଧୀନ ପ୍ରାର୍ଥୀ 2ଟି ଆସନରେ ବିଜୟୀ ହୋଇଛନ୍ତି।

12:34 May 13

କଂଗ୍ରେସ ଖାତାକୁ ଗଲା 35ଟି ଆସନ, 15ଟି ବିଜେପିର ବାଜିମାତ

କର୍ଣ୍ଣାଟକରେ ବିଜୟି ମୁହାଁ ହେବାରେ ଲାଗିଛି କଂଗ୍ରେସ। 35ଟି ଆସନରେ କଂଗ୍ରେସର ବାଜିମାତ ହୋଇଥିବା ବେଳେ 15ଟି ଆସନରେ ବିଜେପିର ବିଜୟ ହୋଇଛି। ଜେଡିଏସ ଖାତାକୁ ମାତ୍ର 2ଟି ଆସନ ଆସିଛି।

11:51 May 13

10ଟି ଆସନରେ କଂଗ୍ରେସର ବାଜିମାତ

ଜାରି ରହିଛି ଭୋଟ ଗଣତି। 10ଟି ଆସନରେ କଂଗ୍ରେସର ବାଜିମାତ। ଅନ୍ୟପଟେ ଜେଡିଏସ ଓ ବିଜେପି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇ ସିମିତ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା 113ଟି ଆସନରେ କଂଗ୍ରେସ ଲିଡ କରୁଥିବା ବେଳେ ପଛରେ ରହିଛନ୍ତି ବିଜେପି ଓ ଜେଡିଏସ।

11:35 May 13

ତିନିଟି ଆସନରେ କଂଗ୍ରେସର ବାଜିମାତ

ଆଜି ଆସିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ । ଭୋଟ ଗଣତି ଜାରି ରହିଥିବା ବେଳେ 3ଟି ଆସନରେ କଂଗ୍ରେସ ବିଜୟୀ ହୋଇଛି । ଚାଲାକେରା, ହିରିୟୁର ଓ ମୋଲକାମୁରୁ ବିଧାନସଭା ଆସନ କଂଗ୍ରେସ ଖାତାକୁ ଯାଇଛି । ସେହିପରି ବିଜେପି ଓ ଜେଡିଏସ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି ।

10:48 May 13

115ଟି ଆସନରେ ଲିଡ କରୁଛି କଂଗ୍ରେସ, ପଛରେ ବିଜେପି

ଜାରି ରହିଛି ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା କଂଗ୍ରେସ 115 ବିଧାନସଭା ଆସନରେ ଆଗରେ ରହିଥିବା ବେଳେ ବିଜେଡି 73ଟି ଆସନରେ ଲିଡ କରୁଛି । ଜେଡିଏସ 29ଟି ଆସନରେ ଆଗରେ ରହିଛି । ଏନେଇ ନିର୍ବାଚନ ଆୟୋଗଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

10:16 May 13

ଶିଗଗାଓଁ ଆସନରେ ଲିଡ କରୁଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ

ଜାରି ରହିଛି ଭୋଟ ଗଣତି । ଏକାଧିକ ଆସନରେ କଂଗ୍ରେସ ଲିଡ କରୁଥିବା ବେଳେ ପଛରେ ପଡିଯାଇଛି ବିଜେପି । ଶିଗଗାଓଁ ବିଧାନସଭା ଆସନରେ ଆଗରେ ରହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ । ବିଜେପି ଏହି ଆସନରେ ଲିଡ କରୁଛି ।

09:52 May 13

ଖୁସିରେ ନାଚିଲେ କଂଗ୍ରେସ କର୍ମୀ

ଜାରି ରହିଛି ଭୋଟ ଗଣତି । 82ଟି ଆସରେ ଆଗରେ କଂଗ୍ରେସ ଲିଡ କରୁଥିବା ବେଳେ 52 ଆସନରେ ବିଜେପି ଆଗୁଆ ରହିଥିବା ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବିଜେପିକୁ ପଛରେ ପକାଇ କଂଗ୍ରେସ ଅଧିକ ଆସନରେ ଲିଡ କରୁଥିବାରୁ ମାଉଣ୍ଟ କାରମେଲ କଲେଜ ପରିସରରେ କଂଗ୍ରେସ କର୍ମୀ ମାନେ ଉତ୍ସବ ମନାଉଛନ୍ତି ।

09:51 May 13

ଚିତାପୁର ଆସନରେ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ୍‌ ଖଡଗେ ଆଗରେ

ଜାରି ରହିଛି ଭୋଟ ଗଣତି। ଚିତାପୁର ଆସନରେ ଲିଡ କରୁଛି କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ୍‌ ଖଡଗେଙ୍କ ଏହି ଆସନରେ ଆଗରେ ରହିଛନ୍ତି।

09:40 May 13

କର୍ଣ୍ଣାଟକରେ ଲିଡ କରୁଛି କଂଗ୍ରେସ

ଆଜି ଆସିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ । ବର୍ତ୍ତମାନ ସୁଦ୍ଧା କଂଗ୍ରେସ 116 ସିଟରେ ଆଗରେ ରହିଥିବା ବେଳେ ବିଜେପି 69 ଓ ଜେଡିଏସ 30ଟି ସିଟରେ ଆଗରେ ରହିଛି ।

09:11 May 13

ବେଲାରି ଓ ମାନଭି ଆସନରେ ଲିଡ କରୁଛି କଂଗ୍ରେସ

ବେଲାରି ବିଧାନସଭା ଆସନରେ ଆଗରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ ବି ନଗେନ୍ଦ୍ର । ମାନଭି ଆସନରେ କଂଗ୍ରେସ ପ୍ରାର୍ଥୀ ଜି ହାମପାୟା ନାୟକ ଆଗରେ ରହିଛନ୍ତି ।

08:52 May 13

73 ସିଟରେ ଆଗରେ କଂଗ୍ରେସ, ପଛରେ ପଡିଲା ବିଜେପି

ଆଜି ଆସିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ । ଭୋଟ ଗଣତି ଜାରି ରହିଥିବା ବେଳେ ବର୍ତ୍ତମାନ କଂଗ୍ରେସ 73 ସିଟରେ ଆଗରେ ରହିଥିବା ବେଳେ ବିଜେପି 67 ଓ ଜେଡିଏସ 16ଟି ସିଟରେ ଆଗରେ ରହିଛନ୍ତି ।

08:43 May 13

ହୁକେରି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ

ହୁକେରି ବିଧାନସଭା ଆସନରେ କଂଗ୍ରେସକୁ ପଛରେ ପକାଇ ଆଗରେ ରହିଛି ବିଜେପି । ଏଠାରେ ବିଜେପି ପ୍ରାର୍ଥୀ କାଟି ନିଖିଲ ଉମେଶ ଆଗରେ ରହିଛନ୍ତି।

08:42 May 13

କନକପୁର ଆସନରେ ଆଗରେ ରହିଛନ୍ତି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର

କନକପୁର ଆସନରେ ବିଜେପିକୁ ପଛରେ ପକାଇ ଆଗରେ ରହିଛି କଂଗ୍ରେସ । ଭୋଟ ଗଣତି ଜାରି ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ତଥା କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଏହି ଆସନରେ ଆଗରେ ରହିଛନ୍ତି ।

08:30 May 13

42 ସିଟରେ କଂଗ୍ରେସ ଆଗୁଆ, ପଛରେ ପଡିଲା ବିଜେପି

ଆଜି ଆସିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ । ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ କଂଗ୍ରେସ 42 ସିଟରେ ଆଗରେ ରହିଛି। ବିଜେପି 39 ଓ ଜେଡିଏସ 11ଟି ସିଟରେ ଆଗରେ ରହିଛି ।

08:27 May 13

ହୁବଲି ଓ ମାଙ୍ଗାଲୋରରେ ଭୋଟ ଗଣତି ଜାରି

ହୁବଲିରେ ଆରମ୍ଭ ହେଲା ଭୋଟ ଗଣତି । ପୋଷ୍ଟାଲ ବାଲଟ ଭୋଟ ଗଣତି ଜାରି । ମାଙ୍ଗାଲୁରୁରେ କଡାସୁରକ୍ଷା ମଧ୍ୟରେ ଭୋଟ ଗଣତି ଜାରି।

06:11 May 13

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ

ବେଙ୍ଗାଲୁରୁ: ଆଜି ଆସିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ । ସକାଳ 8ଟାରୁ ଆରମ୍ଭ ହେଲା ଭୋଟ ଗଣତି । କଡା ସୁରକ୍ଷା ମଧ୍ୟରେ ମୋଟ 36ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି । ରାଜ୍ୟରେ ସରକାର କିଏ ଗଢିବ ? ବିଜେପି, ଜେଡିଏସ ନା କଂଗ୍ରେସ ତାହାର ଫଳାଫଳ ଆଜି ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ । 224 ଆସନ ବିଶିଷ୍ଟ ବିଧାନସଭା ପାଇଁ ଗତ 10 ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମୋଟ ମତଦାନ ହାର 73.19 ପ୍ରତିଶତ ରହିଥିଲା । ଏକାଧିକ ଜାତୀୟ ଗଣମାଧ୍ୟମ ଦ୍ବାରା କରାଯାଇଥିବା ଏକ୍‌ଜିଟ୍‌ ପୋଲରେ ଝୁଲା ସରକାର ଗଠନ ସହ କଂଗ୍ରେସ ବିଜେପି ଅପେକ୍ଷା ଆଗରେ ରହିବା ନେଇ ଅନୁମାନ ପ୍ରକାଶ ପାଇଥିଲା ।

Last Updated : May 13, 2023, 4:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.