ବେଙ୍ଗାଲୁରୁ: ଜଣ କି ଦୁଇ ଜଣ ନୁହଁନ୍ତି । ଏକାଥରେ 65 ଜଣ । ଆଗ ପଛ ହୋଇ ପ୍ରମାଣପତ୍ର ଧରି ଭୋଟ ଦେବାକୁ ଧାଡିରେ ଛିଡା ହୋଇଛନ୍ତି ଗୋଟିଏ ପରିବାରର 65 ଜଣ ସଦସ୍ୟ । କର୍ଣ୍ଣାଟକର ଚିକ୍କାବାଲାପୁଲ ନିର୍ବାଚନମଣ୍ଡଳୀରେ କିଛି ଏମିତି ଦେଖିବାକୁ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହାରି ଭିତରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ପରିବାରର 65ଜଣ ସଦସ୍ୟ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇଛନ୍ତି । ରାଜ୍ୟର ଚିକ୍କାବାଲାପୁଲ ନିର୍ବାଚନମଣ୍ଡଳୀର ବାଦାମ ପରିବାରର 65ଜଣ ସଦସ୍ୟ ମତଦାନ ସାବ୍ୟସ୍ତ କରିଛନ୍ତି । 224 ଆସନରେ ଗୋଟିଏ ପର୍ଯ୍ୟାୟରେ କର୍ଣ୍ଣାଟକରେ ଭୋଟ ଗ୍ରହଣ ଜାରି ରହିଛି । ପୂର୍ବାହ୍ନ 9ଟା ସୁଦ୍ଧା 8.26% ଭୋଟ ଗ୍ରହଣ ନେଇ ସୂଚନା ମିଳିଛି ।
65ଜଣ ଏକାସଙ୍ଗରେ ଭୋଟ କେନ୍ଦ୍ରକୁ ଆସିଥିବା ଦେଖିବାକୁ ମିଳିଥିଲା । ଆଗ ପଛ ହୋଇ ଧାଡିରେ ଛିଡା ହୋଇ ଏକାସଙ୍ଗରେ ଭୋଟ ଦେଇଛନ୍ତି ଗୋଟିଏ ପରିବାରର 65ଜଣ ସଦସ୍ୟ । 65ଜଣ ଭୋଟ ଦେବା ପରେ ଖୁସି ବ୍ୟକ୍ତ କରିଛନ୍ତି । ଏକାଠି ହୋଇ ପରିବାର ଭୋଟ ଦେବା ପରେ ଫଟୋ ମଧ୍ୟ ଉଠାଇଛନ୍ତି । ପ୍ରତି ନିର୍ବାଚନରେ ଏହି ପରିବାର ମତଦାନ ପ୍ରକ୍ରିୟାରେ ସାମିଲ ହୋଇଥାନ୍ତି । 15 ଥରରୁ ଅଧିକ ଥର ହେବ ଏହିପରି ଭୋଟ ଦେଇଛନ୍ତି । ପରିବାରର ଜଣ ସଦସ୍ୟ ଗୋପାଳକ୍ରିଷ୍ଣ କହିଛନ୍ତି, ''ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥାନ୍ତି । ମାତ୍ର ଥରେ ଭୋଟ ଦେବାକୁ ଏକାଠି ହୋଇଥାଉ ଏବଂ ଭୋଟ ଦେଇ ବହୁତ ଖୁସି ଲାଗୁଛି ।''
ଚିକ୍କାବାଲାପୁଲ ନିର୍ବାଚନମଣ୍ଡଳୀର ଏବେ ସୁଦ୍ଧା ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗ୍ରହଣ ଜାରି ରହିଛି । ନିର୍ବାଚନୀ ମଣ୍ଡଳରେ ପୋଲିସ ପକ୍ଷରୁ ପୋଲିଂ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । କର୍ଣ୍ଣାଟକରେ ମୋଟ ୫,୧୦,୫୫,୧୭୨ ଭୋଟର ନିଜର ମତାଧିକାରୀ ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରେ ୨,୫୮,୦୧୪୦୮ ପୁରୁଷ ଓ ୨,୫୨,୨୮,୯୨୫ ମହିଳା ଅଛନ୍ତି ।
ଏହା ବି ପଢନ୍ତୁ...Karnataka Battle: କର୍ଣ୍ଣାଟକରେ ଚାଲିଛି ମତଦାନ, ମୈଦାନରେ ୨୬୧୫ ପ୍ରାର୍ଥୀ
ଏହା ବି ପଢନ୍ତୁ...PM Modi Visit Rajasthan: ଆଜି ରାଜସ୍ଥାନ ଆସୁଛନ୍ତି ମୋଦି, 5500 କୋଟିର ପ୍ରକଳ୍ପ ଦେବେ ଭେଟି
224 ବିଶିଷ୍ଟ ବିଧାନସଭା ଆସନରେ ଭୋଟ ଦେଉଛି କର୍ଣ୍ଣାଟକ । ମୈଦାନରେ 2615 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରଛନ୍ତି ଜନତା । ସମୁଦାୟ ୫୮,୫୪୫ ମତଦାନ କେନ୍ଦ୍ରରେ ମତଗ୍ରହଣ ଆରମ୍ଭ ହୋଇଛି । ତେବେ କର୍ଣ୍ଣାଟକରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଛି । ନିର୍ବାଚନରେ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଓ ଜେଡିଏସ ମୁଖ୍ୟ ପ୍ରତିଦ୍ବନ୍ଦୀ ଦଳ ହୋଇଛନ୍ତି । ମେ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ ।