ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି । ବଡ ବଡିଆଙ୍କ ପ୍ରଚାରରେ କମ୍ପୁଛି ମଇଦାନ । ଏହାରି ଭିତରେ ଆଜି କର୍ଣ୍ଣାଟକ ବିଜେପି କର୍ମକର୍ତ୍ତାଙ୍କୁ ସମ୍ବାଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସି ଜରିଆରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, "ଲୋକଙ୍କୁ ବୁଥ୍ ନିକଟକୁ ଆଣିବା ସହ ସରକାରଙ୍କ କାର୍ଯ୍ୟ ବିଷୟରେ ସେମାନଙ୍କୁ ଜଣାଇବାକୁ ହେବ । କର୍ଣ୍ଣାଟକରେ ଲୋକତନ୍ତ୍ର ଉତ୍ସବ ଚାଲିଛି । ବିଜେପି ସର୍ବଦା ନିର୍ବାଚନକୁ ଲୋକତନ୍ତ୍ରର ଉତ୍ସବ ଭାବେ ପାଳନ କରିଛି । ତୁମ ଉପରେ ଡବଲ ଦାୟିତ୍ବ ରହିଛି ମୋତେ ବିଶ୍ବାସ ଅଛି ପ୍ରତି ବୁଥ ପ୍ରତି ତୁମର ପ୍ରୟାସ କର୍ଣ୍ଣାଟକରେ ବିଜେପିକୁ ରେକର୍ଡ ସଂଖ୍ୟାକ ଭୋଟରେ ବିଜୟୀ କରାଇବ । ଯେବେ ବୁଥ୍ ବିଜୟୀ ହୋଇଥାଏ ନିର୍ବାଚନରେ ବିଜୟ ନିଶ୍ଚିନ୍ତ ହୋଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।"
-
#WATCH | "In the last 9 years, India has become an important centre for investors from all over the world and due to the double engine govt, Karnataka govt has got a huge benefit from this...," says PM Modi during his interaction with Karnataka BJP workers pic.twitter.com/KiC8Dmaxs6
— ANI (@ANI) April 27, 2023 " class="align-text-top noRightClick twitterSection" data="
">#WATCH | "In the last 9 years, India has become an important centre for investors from all over the world and due to the double engine govt, Karnataka govt has got a huge benefit from this...," says PM Modi during his interaction with Karnataka BJP workers pic.twitter.com/KiC8Dmaxs6
— ANI (@ANI) April 27, 2023#WATCH | "In the last 9 years, India has become an important centre for investors from all over the world and due to the double engine govt, Karnataka govt has got a huge benefit from this...," says PM Modi during his interaction with Karnataka BJP workers pic.twitter.com/KiC8Dmaxs6
— ANI (@ANI) April 27, 2023
ଜଣେ ବୁଥ କର୍ମୀଙ୍କ ପ୍ରଶ୍ନର ଉତ୍ତରରେ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ବୁଥ୍କୁ ଜିତିବାକୁ ହେଲେ 10ଜଣ ପୁରୁଷ ଓ 10 ଜଣ କର୍ମଠ ମହିଳାଙ୍କୁ ନେଇ ମଜଭୁତ ଟିମ୍ ଗଠନ କର । କର୍ଣ୍ଣାଟକର ଉଜ୍ବଳ ଭବିଷ୍ୟତ ପାଇଁ ଭାଜପାର ରାଜ୍ୟ ସରକାର ଓ କେନ୍ଦ୍ର ସରକାର କିପରି କାର୍ଯ୍ୟ କରୁଛନ୍ତି ତାର ଏକ ଡାଏରୀ ସାଥିରେ ରଖ । ଗରିବ, ଦଳିତ, ମହିଳା, କିଷାନ ଓ ଯୁବଗୋଷ୍ଠୀଙ୍କ ପାଇଁ ସରକାର କି କାର୍ଯ୍ୟ କରୁଛନ୍ତି ତାର ସମସ୍ତ ସୂଚନା ତୁମ ପାଖରେ ରହିବା ଆବଶ୍ୟକ । ମହିଳା ଓ ପୁରୁଷଙ୍କୁ ଦଳ ଗଠନ କରି ସେମାନଙ୍କୁ ପ୍ରତି ପରିବାରଙ୍କ ପାଖକୁ ପଠାଅ ଗୁରୁଜନଙ୍କ ଆର୍ଶୀବାଦ ନିଅ । ଗୋଟିଏ ପରିବାର ସହ ଘଣ୍ଟାଏ ସମୟ ବିତାଅ ବହୁତ ଫାଇଦା ହେବ । ବୁଥ ସହ ଜଡିତ ପରିବାକକୁ ଜିତିଲେ ହିଁ ବୁଥ ଜିତିବା ସମ୍ଭବ ହେବ । କର୍ଣ୍ଣାଟକବାସୀ ବିଜେପି ଉପରେ ବିଶ୍ବାସ ରଖିଛନ୍ତି । ଭଲ ପାଇବା ବର୍ଷା କରୁଛନ୍ତି । ଲୋକ ଜାଣିଛନ୍ତି ଆମେ କିପରି ଦ୍ରୁତ ଗତିରେ ଦେଶର ଅର୍ଥନୀତି ବ୍ୟବସ୍ଥାକୁ ସୁଧାର ଆଣିଛୁ ।"
-
#WATCH | Congress means false guarantee, Congress means guarantee of corruption. Congress is in that state where they cannot give any guarantee. And their warranty has also expired..." says PM Modi during his interaction with Karnataka BJP workers pic.twitter.com/k9OK81LDfK
— ANI (@ANI) April 27, 2023 " class="align-text-top noRightClick twitterSection" data="
">#WATCH | Congress means false guarantee, Congress means guarantee of corruption. Congress is in that state where they cannot give any guarantee. And their warranty has also expired..." says PM Modi during his interaction with Karnataka BJP workers pic.twitter.com/k9OK81LDfK
— ANI (@ANI) April 27, 2023#WATCH | Congress means false guarantee, Congress means guarantee of corruption. Congress is in that state where they cannot give any guarantee. And their warranty has also expired..." says PM Modi during his interaction with Karnataka BJP workers pic.twitter.com/k9OK81LDfK
— ANI (@ANI) April 27, 2023
ଏହା ବି ପଢନ୍ତୁ...Operation Kaveri: ଚତୁର୍ଥ ଦିନରେ ସୁଦାନରୁ ଫେରିଲେ ୧୨୮ ଭାରତୀୟ
ବିଜେପି ବିକଶିତ ଭାରତ ରୋଡ୍ ମ୍ୟାପ ଉପରେ କାର୍ଯ୍ୟ କରୁଛି । ଆଗାମୀ 25 ବର୍ଷରେ କର୍ଣ୍ଣାଟକ ଉଜ୍ବଳ ଭବିଷ୍ୟତ ନେଇ ବିଜେପି ଏକ ଯୁବ ଟିମ୍ ଗଠନ କରୁଛି । ଲମ୍ବା ସମୟ ଧରି କର୍ଣ୍ଣାଟକରେ ବିଜେପି ଜନାଦେଶ ରହିଛି । ଡବଲ ଇଞ୍ଜିନ ସରକାର ଅର୍ଥ ହେଉଛି ବିକାଶର ଡବଲ ଗତି । ଯେଉଁଠି ଡବଲ ଇଞ୍ଜିନ ସରକାର ଅଛି ସେଠାରେ ଗରିବ କଲ୍ୟାଣ ଯୋଜନା ଦ୍ରୁତ ଗତିରେ ହୋଇଛି । ଯେଉଁ ରାଜ୍ୟରେ ଭଜପା ସରକାର ନାହିଁ ସେଠାରେ ମୋଦିଙ୍କ ଜୟ ଜୟକାର ନେଇ ଭୟଭୀତ ଅଛନ୍ତି । ଗତ 9 ବର୍ଷ ନିବେଶର କେନ୍ଦ୍ରସ୍ଥଳ ହୋଇଛି ଭାରତ । ଆମ ସରକାର ସର୍ବଦା ଆଗାମୀ ଭବିଷ୍ୟତ ପିଢି କଥା ଚିନ୍ତା କରିଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ବିରୋଧୀଙ୍କ ଉପରେ ବର୍ଷିଲେ: କଂଗ୍ରେସ ଦୁର୍ନୀତିମୁକ୍ତ ପାଇଁ କୌଣସି ପଦକ୍ଷେପ ନେଇ ନାହିଁ କାରଣ ସେ ହିଁ ଦୁର୍ନୀତିର ମୂଳ । ପ୍ରଧାନମନ୍ତ୍ରୀ କହିଛନ୍ତି, "2014 ପରେ ଦେଶ ଦେଖିଛି କେତେ ଦ୍ରୁତ ଗତିରେ ଦୁର୍ନୀତି ମୂଳପୋଛ ହୋଇଛି । ବିରୋଧୀଙ୍କ ଏଜେଣ୍ଡା ହେଉଛି ପଦ ହାତେଇବା ମାତ୍ର ଆମ ଏଜେଣ୍ଡା ଆଗାମୀ 25 ବର୍ଷରେ ଦେଶକୁ ବିକଶିତ କରିବା । ଦେଶକୁ ଗରିବୀମୁକ୍ତ କରିବା । କଂଗ୍ରେସ ମାନେ ମିଥ୍ୟା ଗ୍ୟାରେଣ୍ଟି । କଂଗ୍ରେସର ଅର୍ଥ ଦେଉଛି ଦୁର୍ନୀତି ଓ ମିଥ୍ୟା । କଂଗ୍ରେସ ଏପିରି ସ୍ଥିତିରେ ଅଛି ସେ ଆଉ ଗ୍ୟାରେଣ୍ଟି ଦେଇ ପାରିବ ନାହିଁ । ତାର ୱାରେଣ୍ଟି ଶେଷ ହୋଇଛି । ଯାହାର ୱାରେଣ୍ଟି ନାହିଁ ସେ ଆଉ କି ଗ୍ୟାରେଣ୍ଟି ଦେବ ? ହିମାଚଳବାସୀ ଆଜି ଯାଏଁ କଂଗ୍ରେସ ଗ୍ୟାରେଣ୍ଟି ପୁରଣ ହେବାକୁ ଅପକ୍ଷା କରିଛନ୍ତି । ରାଜସ୍ଥାନ କଂଗ୍ରେସ ଗ୍ୟାରେଣ୍ଟି ଉପରେ ଆନ୍ଦୋଳନ କରୁଛି ।
ଏହା ବି ପଢନ୍ତୁ...Traffic Violations: ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗ
ପ୍ରକାଶଥାଉ କି, 224 ବିଧାନସଭା ଆସନରେ କର୍ଣ୍ଣାଟକରେ ନିର୍ବାଚନ ଅନୁଷ୍ଠିତ ହେବ । ମଇ 10 ତାରିଖରେ ଭୋଟ ଗ୍ରହଣ ଓ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ । ଆସନ୍ତା 29 ତାରିଖରେ କର୍ଣ୍ଣାଟକ ଗସ୍ତ କରି ବିଶାଳ ରାଲି କରିବେ ପ୍ରଧାନମନ୍ତ୍ରୀ ।