ETV Bharat / bharat

କାବେରୀ ଜଳ ବିବାଦ: ଆଜି କର୍ଣ୍ଣାଟକ ବନ୍ଦ, ବେଙ୍ଗାଲୁରୁରେ ଶିକ୍ଷାନୁଷ୍ଠାନ ଛୁଟି

author img

By ETV Bharat Odisha Team

Published : Sep 29, 2023, 9:28 AM IST

Updated : Sep 29, 2023, 10:52 AM IST

କାବେରୀ ଜଳ ବିବାଦକୁ ନେଇ ଆଜି କର୍ଣ୍ଣାଟକ ବନ୍ଦ ପାଳନ ହେଉଛି । ବେଙ୍ଗାଲୁରୁରେ ସ୍କୁଲ, କଲେଜ ଛୁଟି ଘୋଷଣା । ବନ୍ଦ ପାଳନକୁ ସମର୍ଥନ କଲା ବିଜେପି ଓ ଜେଡିଏସ୍ । ଅଧିକ ପଢନ୍ତୁ

ଆଜି କର୍ଣ୍ଣାଟକ ବନ୍ଦ
ଆଜି କର୍ଣ୍ଣାଟକ ବନ୍ଦ

ବେଙ୍ଗାଲୁରୁ: କାବେରୀ ଜଳ ବିବାଦ ତାତି ଥମିବାରୁ ନାଁ ନେଉନି । ପଡ଼ୋଶୀ ତାମିଲନାଡ଼ୁକୁ କାବେରୀ ଜଳ ଛାଡିବାକୁ ବିରୋଧ କରି ଆଜି(ଶୁକ୍ରବାର) କର୍ଣ୍ଣାଟକରେ ବନ୍ଦ ଡାକରା ଦିଆଯାଇଛି । କର୍ଣ୍ଣାଟକର 'କନ୍ନଡ଼ ଓକ୍କୁଟା' ନାମକ ଏକ ପ୍ରୋ-କନ୍ନଡ଼ ସଂଗଠନ ରାଜ୍ୟବ୍ୟାପୀ ଏହି ବନ୍ଦ ଡାକରା ଦେଇଛି । ଏହାକୁ ଶତାଧିକ କନ୍ନଡ଼ ସଂଗଠନ ସମେତ ବିଭିନ୍ନ କୃଷକ ସଂଗଠନ ସମର୍ଥନ କରିଛନ୍ତି । ଯାହାଫଳରେ ଆଜି ସାରା ରାଜ୍ୟରେ ଗାଡ଼ିମୋଟର ଚଳାଚଳ, ହୋଟେଲ, ରେସ୍ତୋରାଁ, ସପିଂ ମଲ ଏବଂ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ସବୁ ବନ୍ଦ ରହିବ । ବଡ଼ ଧରଣର ବନ୍ଦ ପାଳନ ହେଉଥିବାରୁ ଏଥିରେ ସାଧାରଣ ଜୀବନ ଯାତ୍ରା ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ରାଜଧାନୀ ବେଙ୍ଗାଲୁରୁ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କନ୍ନଡ ସଂଗଠନ ଗୁଡିକ ଆଜି ରାଲି କରିବାର ଯୋଜନା କରିଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ୧୪୪ ଧାରା ଜାରି କରାଯାଇଛି । ବେଙ୍ଗାଲୁରୁ ଓ ମାଣ୍ଡ୍ୟା ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା ହୋଇଛି । ଏହି ବନ୍ଦ ପାଳନକୁ ଓଲା ଉବେର ସଂଗଠନ ମଧ୍ୟ ପୂର୍ଣ୍ଣ ସମର୍ଥନ ଦେଇଛି । ସଂଗଠନର ସଭାପତି ତନଭିର ପାସା ବନ୍ଦ ପାଳନକୁ ସମର୍ଥନ ଘୋଷଣା କରିଛନ୍ତି । ଫଳରେ ଘରୋଇ କ୍ୟାବ ଅପରେଟର, ଓଲା, ଉବେର ସମେତ ପାଖାପାଖି ୪୮ ହଜାର ଟ୍ୟାକ୍ସି ଓ ୧.୨୫ ଲକ୍ଷ ଅଟୋ ଆଜି ରାସ୍ତାରେ ଚଳାଚଳ କରିବ ନାହିଁ ।

ଏହାମଧ୍ୟ ପଢନ୍ତୁ: Cauvery Water Dispute: ତାମିଲନାଡୁ-କର୍ଣ୍ଣାଟକ କାବେରୀ କଳିର ସମାଧାନ କେବେ ?

ଏନେଇ ବେଙ୍ଗାଲୁରୁ ପୋଲିସ କମିଶନର ବି ଦୟାନନ୍ଦ କହିଛନ୍ତି ଯେ, ସହରରେ ବନ୍ଦ ପାଳନକୁ ଅନୁମତି ମିଳିବ ନାହିଁ । ଏଥିପାଇଁ ରାଜଧାନୀରେ ଗୁରୁବାର ରାତି ୧୨ଟାରୁ ଶୁକ୍ରବାର ରାତି ୧୨ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି । କେବଳ ଫ୍ରିଡମ୍‌ ପାର୍କରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଅନୁମତି ଦିଆଯିବ । ଏ ସମ୍ପର୍କରେ ସଂଗଠନଗୁଡିକୁ ଅବଗତ କରାଯାଇଛି ।

ତେବେ କନ୍ନଡ ଓକ୍କୁଟା ସଂଗଠନର ନେତାମାନେ ଆଜି ଟ୍ରେନ ଚଳାଚଳ, ହାଇୱେ ଓ ବିମାନ ବନ୍ଦର ଟୋଲ ଗେଟ୍ ବନ୍ଦ କରିବାକୁ ଚେଷ୍ଟା କରିବେ । ଏନେଇ ସଂଗଠନ ପକ୍ଷରୁ ପୂର୍ବରୁ ଚେତାବନୀ ଦିଆଯାଇଛି । କର୍ଣ୍ଣାଟକର ଦକ୍ଷିଣ ଭାଗରେ ବନ୍ଦର ଅଧିକ ପ୍ରଭାବ ଦେଖିବାକୁ ମିଳିପାରେ । ବନ୍ଦ ପାଳନକୁ ସଫଳ କରିବାକୁ କନ୍ନଡ଼ ଓକ୍କୁଟା ସମସ୍ତଙ୍କୁ ଆହ୍ବାନ କରିଛି । ରାଜ୍ୟର ବିରୋଧୀ ଦଳ ବିଜେପି ଓ ଜେଡିଏସ୍‌ ଏହି ବନ୍ଦକୁ ସମର୍ଥନ କରିଛନ୍ତି ।

Last Updated : Sep 29, 2023, 10:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.