ମେଷ :
ରବି ବା ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରୁଥିବାରୁ ଆପଣଙ୍କ ପାଇଁ ଭଲ ସମୟ ଆସିବ । ଆପଣ ନିଜର ମା’ଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି । ଜମି କିମ୍ବା ସମ୍ପତ୍ତି କିଣା ବିକା ପାଇଁ ଆପଣଙ୍କର କିଛି ଅର୍ଥ କାରବାର ହୋଇପାରେ । କର୍ମ କ୍ଷେତ୍ରରେ ଅହଂ ଗୁଣ ପାଇଁ ଆପଣଙ୍କର କ୍ଷତି ହୋଇପାରେ ।
ଉପଚାର - ଗୋଟିଏ ମାଳ (ଜପାମାଳା) ସାହାଯ୍ୟରେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।
ବୃଷ:
କର୍କଟ ରାଶିରେ ରବିଙ୍କର ଚଳନ ହେଉଥିବାରୁ ଏହି ମାସରେ ପ୍ରେମ କ୍ଷେତ୍ରରେ ଅହଂ ଭାବ ରଖନ୍ତୁ ନାହିଁ । ନିଜର ପରିବାର ସଦସ୍ୟମାନଙ୍କ ସହିତ ଆପଣଙ୍କର ସମ୍ପର୍କ ମଧୁର ହେବ । ଆପଣ ନିଜର ପିଲାମାନଙ୍କ ସହିତ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି । ଆପଣଙ୍କ ଆତ୍ମବିଶ୍ଵାସ ବୃଦ୍ଧି ହେବ । ଆପଣଙ୍କର ସାହସ ମଧ୍ୟ ବୃଦ୍ଧି ପାଇବ ।
ଉପଚାର - ସୂର୍ଯ୍ୟ ଦେବଙ୍କୁ ଶୁଦ୍ଧ ଜଳରେ ଅର୍ଘ୍ୟ ଦିଅନ୍ତୁ ।
ମିଥୁନ:
କର୍କଟ ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ଆପଣଙ୍କୁ ନିଜର କଥା ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ଯଦି ଆପଣ ନିଜର ପରିବାର ସଦସ୍ୟଙ୍କୁ ଅହଂକାର ଭାବ ପ୍ରଦର୍ଶନ କରନ୍ତି, ତାହାଲେ ଆପଣଙ୍କର ଅନିଷ୍ଠ ହୋଇପାରେ । କିନ୍ତୁ ଆପଣଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ହେବାକୁ ଯାଉଛି । ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଲୋକମାନେ କିଛି ମାତ୍ରାରେ ଲାଭବାନ ହୋଇପାରନ୍ତି ।
ଉପଚାର - ସୂର୍ଯ୍ୟ ମନ୍ତ୍ର 108 ଥର ଜପ କରନ୍ତୁ ।
କର୍କଟ:
କର୍କଟ ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ଆପଣ ଏହି ସମୟରେ ଅହଂକାରୀ ଓ ବଦରାଗି ହୋଇପାରନ୍ତି । ନିଜର ଜୀବନସାଥୀ ଓ ଆପଣଙ୍କ ମଧ୍ୟରେ ଦୂରତା ଆସିପାରେ । ଅନ୍ୟ ପକ୍ଷରେ ମାର୍କେଟିଂ ଓ ସେଲ୍ସ କାମ କରୁଥିବା ଲୋକମାନେ ଲାଭବାନ ହୋଇପାରନ୍ତି ।
ଉପଚାର - ଗାୟତ୍ରୀ ଚାଳିଶା ପାଠ କରନ୍ତୁ ।
ସିଂହ:
କର୍କଟ ରାଶିରେ ରବିଙ୍କର ଚଳନ ହେଉଥିବାରୁ ଏହି ମାସଟି ଆପଣଙ୍କ ପାଇଁ ମଧ୍ୟମରୁ ଉତ୍ତମ ହୋଇପାରେ । ଅନ୍ୟ ଦେଶଗୁଡ଼ିକରେ ସମ୍ପାଦିତ ହେବାକୁ ଥିବା କାମଗୁଡ଼ିକ ଏହି ସମୟରେ ପ୍ରକୃତ ରୂପ ନେଇପାରେ । ଆପଣ ଗୋଟିଏ ପୁରୁଣା ରୋଗରୁ ମୁକ୍ତ ହୋଇପାରନ୍ତି । କିନ୍ତୁ ଆପଣ ନିଜର ଶତ୍ରୁମାନଙ୍କ ପ୍ରତି ସତର୍କ ରହିବା ଉଚିତ । ଚାକିରୀ କରୁଥିବା ଲୋକମାନେ ମଧ୍ୟ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ ।
ଉପଚାର - ଆଦିତ୍ୟହୃଦୟ ସ୍ତୋତ୍ର ଜପ କରନ୍ତୁ ।
କନ୍ୟା:
କର୍କଟ ରାଶିରେ ରବିଙ୍କର ଚଳନ ମୂଳ ରାଶି କନ୍ୟା ଥିବା ଲୋକମାନଙ୍କ ପାଇଁ ଶୁଭଙ୍କାରୀ ଅଟେ । ସମାଜରେ ଆପଣଙ୍କର ସମ୍ମାନ ଓ ପ୍ରତିପତ୍ତି ବୃଦ୍ଧି ପାଇବ । ଆପଣ ନୂତନ ଲୋକଙ୍କ ସମ୍ପର୍କରେ ଆସିବେ । ଆପଣ କିଛି ରାଜନେତା କିମ୍ବା ଉଚ୍ଚ ପଦାଧିକାରୀଙ୍କ ସମ୍ପର୍କରେ ଆସି ପାରନ୍ତି, ଯାହା ଦ୍ଵାରା ଆପଣଙ୍କର ଅଟକି ଥିବା କାମ ସମ୍ପନ୍ନ ହୋଇଯିବ ।
ଉପଚାର - ଭଗବାନ ଶିବଙ୍କର ଜଳାଭିଷେକ କରନ୍ତୁ ଏବଂ ସୂର୍ଯ୍ୟ ଚାଳିଶା ଜପ କରନ୍ତୁ ।
ତୁଳା:
ଏହି ସମୟରେ ମୂଳ ରାଶି ତୁଳା ଥିବା ଲୋକମାନେ ମଧ୍ୟମରୁ ଉତ୍ତମ ଫଳ ଲାଭ କରିବେ । ଚାକିରୀ କରୁଥିବା ଲୋକମାନଙ୍କର ସମ୍ମାନ ବୃଦ୍ଧି ପାଇବ । ଆପଣଙ୍କର ବ୍ୟବସାୟରେ ପ୍ରଚୁର ଲାଭ ହୋଇପାରେ । ଏହି ସମୟରେ ବାପାଙ୍କ ସହିତ ଆପଣଙ୍କର ସମ୍ପର୍କ ଆହୁରି ଭଲ ହେବ ଏବଂ ସେ ଆପଣଙ୍କୁ କିଛି ବିଷୟରେ ସାହାଯ୍ୟ କରିପାରନ୍ତି, ଯଦ୍ବାରା ଅପଣ ଲାଭବାନ ହେବେ ।
ଉପଚାର - ବିଷ୍ଣୁଙ୍କ ସହସ୍ରନାମ ଜପ କରନ୍ତୁ ଏବଂ ସୂର୍ଯ୍ୟ ଦେବତାଙ୍କୁ ଧଳା ମନ୍ଦାର ଅର୍ପଣ କରନ୍ତୁ ।
ବିଛା:
ମୂଳ ରାଶି ବିଛା ଥିବା ଲୋକମାନଙ୍କ ପାଇଁ ସମୟ ମଧ୍ୟମ ରହିବ । ଆପଣ ଏହି ସମୟରେ ଅନେକ ସୁଖଦ ଭ୍ରମଣ ପାଇଁ ଲୋକମାନଙ୍କୁ ରାଜି କରାଇବେ । ଆପଣ ଆର୍ଥିକ କାରବାର ଓ ବ୍ୟାଙ୍କ ସମ୍ବନ୍ଧୀତ କାମଗୁଡ଼ିକରେ ଅତ୍ୟନ୍ତ ସତର୍କ ରହିବା ଉଚିତ । ଆପଣଙ୍କର ଗୋଡ଼ରେ ଯନ୍ତ୍ରଣା ହୋଇପାରେ । ଆପଣ ଆଧ୍ୟାତ୍ମିକ ଗୁରୁଙ୍କ ସମ୍ପର୍କରେ ଆସିପାରନ୍ତି ।
ଉପଚାର - ପ୍ରତ୍ୟେକ ଦିନ ନିଜର ମାତାପିତାଙ୍କୁ ପ୍ରଣାମ କରନ୍ତୁ ଏବଂ ସେମାନଙ୍କର ଆଶୀର୍ବାଦ କାମନା କରନ୍ତୁ ।
ଧନ୍ତୁ:
ରବିଙ୍କର କର୍କଟ ରାଶିକୁ ଚଳନ ହେଉଥିବାରୁ ଆପଣଙ୍କୁ ଅତ୍ୟନ୍ତ ସତର୍କତାର ସହ ରହିବା ଉଚିତ । ଆପଣ ସମ୍ପତ୍ତି ସମ୍ବନ୍ଧୀତ ଗଣ୍ଡଗୋଳରେ ପଡ଼ିପାରନ୍ତି । ଏହା ସହିତ ଆପଣ ନୂଆ ସମ୍ପତ୍ତି କିଣିବା ପାଇଁ ଇଚ୍ଛୁକ ହୋଇପାରନ୍ତି । ଜୀବନ ପ୍ରତି ସକାରାତ୍ମକ ମନୋଭାବ ରଖିବା ପାଇଁ ଚେଷ୍ଟା କରନ୍ତୁ । ଗାଡ଼ି ଚଳାଇବା ସମୟରେ ବହୁତ ସତର୍କ ରୁହନ୍ତୁ ।
ଉପଚାର - ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତୁ ଏବଂ ସୂର୍ଯ୍ୟଙ୍କୁ ଜଳର ଅର୍ଘ୍ୟ ଦିଅନ୍ତୁ ।
ମକର:
ଏହି ମାସରେ କର୍କଟ ରାଶିରେ ରବିଙ୍କର ଚଳନ, ମୂଳ ରାଶି ମକର ଥିବା ଲୋକମାନଙ୍କ ପାଇଁ ଭଲ ସମୟ ଅଟେ । ଅପ୍ରତ୍ୟାଶିତ ଭାବେ ଆପଣଙ୍କର ଆର୍ଥିକ ଲାଭ ହୋଇପାରେ । ଜୀବନସାଥୀଙ୍କ ପ୍ରତି ଅହଂ ଭାବ ରଖନ୍ତୁ ନାହିଁ । ବ୍ୟବସାୟ କ୍ଷେତ୍ରରେ ଅତି ସତର୍କ ରୁହନ୍ତୁ ।
ଉପଚାର - ଗାୟତ୍ରୀ ଚାଳିଶା ପାଠ ଆପଣଙ୍କ ପାଇଁ ସାହାଯ୍ୟକାରୀ ହେବ ।
କୁମ୍ଭ:
କର୍କଟ ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ମୂଳ ରାଶି କୁମ୍ଭ ଥିବା ଲୋକମାନେ ନିଜର ଶତ୍ରୁମାନଙ୍କ ଉପରେ ଜୟ ଲାଭ କରିବେ । ଏହି ସମୟରେ ଆପଣଙ୍କର ସ୍ଵାସ୍ଥ୍ୟ ଭଲ ରହିବ । ହେଲେ ବାହାରର ଖାଦ୍ୟ ଖାଇବା ଆପଣଙ୍କ ପାଇଁ ଭଲ ନୁହେଁ । ଆପଣ ଅଯଥା ଚିନ୍ତାରେ ପଡ଼ିପାରନ୍ତି । ଆପଣ ଅଧିକାଂଶ ସମୟ ନିଜକୁ ସୃଜନାତ୍ମକ କାମରେ ନିୟୋଜିତ କରିବା ଉଚିତ ।
ଉପଚାର - ଶିବ ପଞ୍ଚାକ୍ଷର ସହିତ ସୂର୍ଯ୍ୟାଷ୍ଟକ ମଧ୍ୟ ଜପ କରନ୍ତୁ ।
ମୀନ:
ଏହି ଚଳନ ସମୟରେ ମୂଳ ରାଶି ମିନ ଥିବା ବ୍ୟକ୍ତିମାନଙ୍କର ସୃଜନଶୀଳତା ବୃଦ୍ଧି ପାଇବ । ବିଦ୍ୟାର୍ଥୀମାନେ ପାଠପଢ଼ାରେ ଧ୍ୟାନ ଦେବେ । ଆପଣ କିଛି ନୂଆ ଶିଖିବା ପାଇଁ ମନ କରିପାରନ୍ତି । ଆପଣ ନିଜର ସନ୍ତାନକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି । ଆଇନ ସମ୍ବନ୍ଧୀତ କାମରୁ ଆପଣ ସାମାନ୍ୟ ଲାଭ ପାଇବେ ।
ଉପଚାର - ଭଗବାନ ବିଷ୍ଣୁଙ୍କ ମନ୍ତ୍ର ସହିତ ସୂର୍ଯ୍ୟ ମନ୍ତ୍ର ମଧ୍ୟ ଜପ କରନ୍ତୁ ।