ETV Bharat / bharat

କରଣୀ ସେନା ମୁଖ୍ୟ ହତ୍ୟା ମାମଲା, 3 ଅଭିଯୁକ୍ତ ଗିରଫ - ଜୟପୁର ହତ୍ୟା ମାମଲା

Karani Sena Chief Murder Case: ରାଜସ୍ଥାନ ଜୟପୁରରେ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡି ହତ୍ୟା ଘଟଣାରେ 3 ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

କରଣୀ ସେନା ମୁଖ୍ୟ ସୁଖଦେବ ହତ୍ୟା ମାମଲା
କରଣୀ ସେନା ମୁଖ୍ୟ ସୁଖଦେବ ହତ୍ୟା ମାମଲା
author img

By ETV Bharat Odisha Team

Published : Dec 10, 2023, 11:31 AM IST

ଜୟପୁର: ରାଜସ୍ଥାନର ଜୟପୁରରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡି ହତ୍ୟା ଘଟଣାରେ 3 ଅଭିଯୁକ୍ତ ଗିରଫ । ଚଣ୍ଡିଗଡ ସ୍ଥିତ ସେକ୍ଟର 22A ଠାରେ ଏକ ହୋଟେଲରୁ 2 ସୁଟରଙ୍କ ସମେତ 3 ଜଣଙ୍କୁ ଗିରଫ କରାଯାଇଛି । ରାଜସ୍ଥାନ ପୋଲିସ ଓ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିତ ଚଢାଉ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି । ଡିସେମ୍ବର 5 ତାରିଖରେ ଜୟପୁରଠାରେ ଅତି ନିର୍ମମ ଭାବେ ଗୁଳିକରି ସୁଖଦେବ ସିଂହ ଗୋଗାମେଡିଙ୍କୁ ହତ୍ୟା କରାଯାଇଥିଲା ।

ସୁଖଦେବ ସିଂହ ଗୋଗାମେଡି ହତ୍ୟା ଘଟଣାର ଅଭିଯୁକ୍ତମାନେ ଚଣ୍ଡିଗଡଠାରେ ଲୁଚି ରହିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ରାଜସ୍ଥାନ ପୋଲିସ ଓ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ ମିଳିତ ଭାବେ ଚଣ୍ଡିଗଡଠାରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଅପରେସନ ଆରମ୍ଭ କରିଥିଲା । ଏକ ହୋଟେଲରୁ 2 ସୁଟରଙ୍କ ସମେତ 3 ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ରୋହିତ ରାଠୋର, ନୀତିନ ଫୌଜି ଓ ଉଧମ । ଅଭିଯୁକ୍ତମାନଙ୍କ ନିକଟରୁ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ...କରଣୀ ସେନା ମୁଖ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ: 2 ସୁଟରଙ୍କ ମଧ୍ୟରୁ ଜଣେ ସେନା ଯବାନ

ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ 3 ଜଣ ଅଭିଯୁକ୍ତଙ୍କୁ ଦିଲ୍ଲୀ ନେଇଥିବା ଜଣାପଡିଛି । ଏହାପରେ ସମସ୍ତଙ୍କୁ ଜୟପୁର ନିଆଯିବ । ତେବେ ଏହାପୂର୍ବରୁ ସିସିଟିଭି ଆଧାରରେ ସୁଖଦେବ ସିଂହଙ୍କୁ ଗୁଳିକରି ହତ୍ୟା କରିଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା ରାଜସ୍ଥାନ ପୋଲିସ । ଡିସେମ୍ବର 5 ତାରିଖ ଦିନ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ ।

ରାଜସ୍ଥାନରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡି ଜୟପୁରର ଶାମାନଗର ବାସଭବନରେ କିଛି ସହଯୋଗୀଙ୍କ ସହ ବସିଥିବା ବେଳେ 4 ଜଣ ଦୁର୍ବୃତ୍ତ ଘରେ ପଶି ଅତର୍କିତ ଗୁଳିମାଡ଼ କରିଥିଲେ । ଏଥିରେ ସୁଖଦେବଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ, ତାଙ୍କର ଜଣେ ଅଙ୍ଗରକ୍ଷୀ ଓ ଅନ୍ୟ ଜଣେ ସହଯୋଗୀ ମଧ୍ୟ ଆହତ ହୋଇଥିଲେ । ଏହି ହତ୍ୟାକାଣ୍ଡ ପାଇଁ ରୋହିତ ଗୋଦରା ଗ୍ୟାଙ୍ଗ ନିଜକୁ ଦାୟୀ କରିଛି ।

ପରେ ଏହି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପୋଲିସ ଟିମ୍ ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଦୁଇ ସୁଟରଙ୍କୁ ଚିହ୍ନଟ କରିଥିଲା । ହତ୍ୟାକାରୀ ରୋହିତ ଏବଂ ନୀତିନଙ୍କୁ ଚିହ୍ନଟ କରିବା ସହ ଦୁହିଁଙ୍କ ଫଟୋ ମଧ୍ୟ ଜାରି କରାଯାଇଥିଲା । ହତ୍ୟାକାରୀଙ୍କ ମଧ୍ୟରେ ଥିବା ନୀତିନ ଜଣେ ସେନା କର୍ମଚାରୀ । ଭାରତୀୟ ସେନାରେ ଚାକିରି କରୁଥିବା ନୀତିନ ଗତ ନଭେମ୍ବର ମାସରେ ଛୁଟିରେ ଘରକୁ ଆସିଥିଲେ । ତେବେ ଅଭିଯୁକ୍ତମାନେ ଚଣ୍ଡିଗଡରେ ଲୁଚି ରହିଥିବା ଜାଣିବା ପରେ ଅପରେସନ ଆରମ୍ଭ କରିଥିଲା ପୋଲିସ । ଏବେ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଅଭିଯୁକ୍ତ ନୀତିନ ସେନା ବାହିନୀରେ କାମ କରନ୍ତି । ତାଙ୍କ ଘର ହରିୟାଣାରେ । ରୋହିତ ରାଠୋର ରାଜସ୍ଥାନର ନାଗଉର ଅଞ୍ଚଳର । ନୀତିନ ନଭେମ୍ବରରେ ଛୁଟିରେ ଘରକୁ ଫେରିଥିବା ବେଳେ ଝୋଟୱାରାରେ ତାଙ୍କର ଏକ କପଡ଼ା ଦୋକାନ ଅଛି ।

କ୍ରାଇମବ୍ରାଞ୍ଚ ଏଡିଜି ଦିନେଶ ଏମଏନଙ୍କ ସୂଚନା ଅନୁଯାୟୀ, ଏହି ହତ୍ୟା ଘଟଣାରେ ଟିମକୁ ବଡ ସଫଳତା ମିଳିଛି । କ୍ରାଇମବ୍ରାଞ୍ଚ ଓ ରାଜସ୍ଥାନ ପୋଲିସର ମିଳିତ ଅପରେସନରେ 2 ସୁଟରଙ୍କୁ ଗିରଫ କରାଯାଇଛି । ସୁଖଦେବ ସିଂହ ଗୋଗାମେଡିଙ୍କୁ ହତ୍ୟା କରିଥିବା 2 ଅଭିଯୁକ୍ତ ନୀତିନ ଫୋଜି ଓ ରୋହିତ ରାଠୋରଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ଅନ୍ୟ ସ୍ଥାନମାନଙ୍କରେ ସର୍ଚ୍ଚ ଅପରେସନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.