ETV Bharat / bharat

ମଦ କିଣିବାକୁ ଅଫିସ କାଗଜପତ୍ର ବିକି ଦେଲେ ସରକାରୀ କର୍ମଚାରୀ - ମଦ ନିଶା

ମଦ କିଣିବାକୁ ଅଫିସ କାଗଜପତ୍ର ବିକି ଦେଲେ କର୍ମଚାରୀ । ଜଣାପଡ଼ିବା ପରେ ଚାକିରିରୁ ବିଦା ହେଲେ । ଅଧିକ ପଢ଼ନ୍ତୁ

ମଦ କିଣିବାକୁ ଅଫିସ କାଗଜପତ୍ର ବିକି ଦେଲେ ସରକାରୀ କର୍ମଚାରୀ

author img

By ETV Bharat Odisha Team

Published : Sep 24, 2023, 10:26 AM IST

ଲକ୍ଷ୍ନୌ: ବାଇୟା କଲା ମଦ ନିଶା । ମଦ କିଣିବାକୁ ଅଫିସର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ବିକ୍ରି କରିଦେଲେ କର୍ମଚାରୀ । କାଗଜପତ୍ର ବିକି ସେହି ଟଙ୍କାରେ ମଦ ପିଇଲେ । ଏଭଳି ଆଶ୍ଚର୍ଯ୍ୟ କଲାପରି ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର କାନପୁରରୁ । କାନପୁର ବିକାଶ ଭବନରେ କାମ କରୁଥିବା ଜଣେ କର୍ମଚାରୀ ମଦ ପାଇଁ ଟଙ୍କା ଯୋଗାଡ କରିବାକୁ ଅନେକ ସରକାରୀ କାଗଜପତ୍ର ବିକ୍ରି କରିଦେଇଛନ୍ତି । ଏହା ଜଣାପଡ଼ିବା ସେହି କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି ।

ଯାହା ସୂଚନା ମିଳିଛି, ଏହି ଉନ୍ମତ୍ତ କାଣ୍ଡ ଭିଆଇଥିବା ବ୍ୟକ୍ତି ଜଣେ ସଫେଇ କର୍ମଚାରୀ । ତାଙ୍କର ନାମ ମୋହନ ଓ ସେ ଅଫିସରେ ଝାଡୁଦାର ଭାବେ କାର୍ଯ୍ୟରତ ଥିଲା । ମୋହନ ଆଗରୁ ମଧ୍ୟ ମଦ କିଣିବା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ସରକାରୀ କାଗଜପତ୍ର ବିକ୍ରି କରିଥିବା ସ୍ବୀକାର କରିଛି । ଗତ ଗୁରୁବାର ଦିନ ତା'ର ଏଭଳି କାରନାମା ସାମ୍ନାକୁ ଆସିଥିଲା । ସେହି ଦିନ ଅପରାହ୍ନରେ ମୋହନ କାର୍ଯ୍ୟାଳୟରେ ସଫେଇ କରିବା ବାହାନାରେ ସେଠାରେ ଥିବା ଦୁଇ ବଣ୍ଡଲ ଫାଇଲ ନେବାକୁ ଉଦ୍ୟମ କରିଥିଲା । ହେଲେ ବିଭାଗୀୟ ଅଧିକାରୀମାନେ ତାକୁ ଧରି ପକାଇଥିଲେ ।

ଏହାମଧ୍ୟ ପଢନ୍ତୁ: Shocking: ରିଲ୍ସ ନିଶା, ୮ ମାସର ପୁଅକୁ ବିକି ଆଇଫୋନ ୧୪ କିଣିଲେ ବାପାମାଆ

ପଚରାଉଚରା କରିବାରୁ ସେ ମଦ କିଣିବାକୁ ଏସବୁ କାଗଜପତ୍ର ବିକ୍ରି କରିବା ପାଇଁ ନେଉଥିବା କହିଥିଲା । ଏହାଶୁଣି ସମସ୍ତେ ଚିନ୍ତିତ ହୋଇପଡ଼ିଥିଲେ ଏବଂ ଅନ୍ୟ କାଗଜପତ୍ର ସବୁ ଖୋଜାଖୋଜି କରିବାକୁ ଲାଗିଥିଲେ । ଯାହାପରେ ସାମାଜିକ ନ୍ୟାୟ ବିଭାଗ କାର୍ଯ୍ୟାଳୟରେ ଥିବା ବାର୍ଦ୍ଧକ୍ୟ ଭତ୍ତା କାଗଜପତ୍ର ଓ ଅନ୍ୟାନ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ନିଖୋଜ ଥିବା ଜଣାପଡିଥିଲା । ସଫେଇ କର୍ମଚାରୀ ଜଣକ ସାମାଜିକ ନ୍ୟାୟ, ଉଦ୍ୟାନ ଭତ୍ତା ସହ ଜଡ଼ିତ ଦସ୍ତାବିଜ ସବୁ ବିକ୍ରି କରିଦେଇଥିବା ଜଣାପଡ଼ିଛି । ତେବେ ଆହୁରି କେଉଁସବୁ ଦସ୍ତାବିଜ ସେ ବିକ୍ରି କରିଛି, ସେନେଇ ବିଭାଗର କୌଣସି ଧାରଣା ନାହିଁ ।

ବିକାଶ ଭବନରେ ପରିମଳ କାର୍ଯ୍ୟ ପାଇଁ ଉତ୍ତର ପ୍ରଦେଶ ପ୍ରଶାସନ କିଛି ଘରୋଇ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ । ସେମାନଙ୍କ ମଧ୍ୟରେ ମୋହନ ଅନ୍ୟତମ ଥିଲା । ଏହି ଘଟଣା ପରେ ତାକୁ ଚାକିରିରୁ ବହିଷ୍କାର କରାଯାଇଛି । ଆଗକୁ ଯଦି ଏପରି ଘଟେ, ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡିଓ ସୁଧୀର କୁମାର ଚେତାବନୀ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.