ଲକ୍ଷ୍ନୌ: ଉତ୍ତର ପ୍ରଦେଶ କାନପୁର ଦେହତରେ ଜବରଦଖଲ ଉଚ୍ଛେଦ ବେଳେ ମା’ ଓ ଝିଅ ପୋଡି ହୋଇ ପ୍ରାଣ ହରାଇବା ଘଟଣାରେ ଏତଲା ଦାଏର ହୋଇଛି । ପ୍ରଶାସନିକ ଅଧିକାରୀ ନିଆଁ ଲଗାଇ ଉଭୟଙ୍କୁ ହତ୍ୟା କରିଥିବା ପରିବାର ସଦସ୍ୟ ଏତଲାରେ ଦର୍ଶାଇଛନ୍ତି । ପୀଡିତାଙ୍କ ପିତା ଏତଲା ଆଧାରରେ ସ୍ଥାନୀୟ ଏସଡିଏମ ଦାୟିତ୍ୱରେ ଥିବା ପୋଲିସ ଷ୍ଟେସନର ଅଧିକାରୀ, ଉଚ୍ଛେଦରେ ବ୍ୟବହୃତ ଜେସିବି ଡ୍ରାଇଭର ସମେତ ମୋଟ 39 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।
-
#kanpurdehatpolice#UPPolice pic.twitter.com/ZXM2U7bQwY
— Kanpur Dehat Police (@kanpurdehatpol) February 14, 2023 " class="align-text-top noRightClick twitterSection" data="
">#kanpurdehatpolice#UPPolice pic.twitter.com/ZXM2U7bQwY
— Kanpur Dehat Police (@kanpurdehatpol) February 14, 2023#kanpurdehatpolice#UPPolice pic.twitter.com/ZXM2U7bQwY
— Kanpur Dehat Police (@kanpurdehatpol) February 14, 2023
ପୀଡିତାଙ୍କ ପିତାଙ୍କ ଅଭିଯୋଗ ଅନୁସାରେ ଭାରତୀୟ ଦଣ୍ଡବିଧି ଆଇନର ଧାରା 302, 307, 436, 429, 323 ଏବଂ 34 ଅନୁଯାୟୀ 11 ଜଣ ନାମିତ ଏବଂ 12 ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏଥିସହିତ ପୀଡିତାଙ୍କ ପରିବାର ସେମାନଙ୍କ ଦାବି ସମ୍ପର୍କରେ ପ୍ରଶାସନ ନିକଟରେ ଏକ ଚିଠି ମଧ୍ୟ ଦାଖଲ କରିଛନ୍ତି । ପ୍ରଶାସନ ତାଙ୍କ ଘରେ ନିଆଁ ଲଗାଇ ମହିଳା ଓ ତାଙ୍କ ଝିଅକୁ ଉଦ୍ଦେଶ୍ୟମୂଳକ ପୋଡି ମାରିଦେଇଥିବା ଅଭିଯୋଗ କରିଛନ୍ତି । ଏହି ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା । ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରୁ ଗାଡି ଛାଡି ପଳାଇଥିଲେ । ତେବେ ଉଚ୍ଛେଦ ବେଳେ ସୃଷ୍ଟି ହୋଇଥିବା ସାଙ୍ଘାତିକ ସ୍ଥିତି କ୍ୟାମେରାରେ କଏଦ ହୋଇଛି ।
ଏହା ମଧ୍ୟ ପଢନ୍ତୁ:- ଜବରଦଖଲ ଉଚ୍ଛେଦ ବେଳେ ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ମାଆ ଓ ଝିଅ
ଗତକାଲି (ସୋମବାର) ଉତ୍ତର ପ୍ରଦେଶ କାନପୁର ଦେହାତରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ବେଳେ ଏପରି ଛାତିଥରା ଘଟଣା ଘଟିଥିଲା । ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଏକ ଟିମ୍ ବୁଲଡୋଜର ଧରି ଜବରଦଖଲ ଉଚ୍ଛେଦ ପାଇଁ ପହଞ୍ଚିଥିଲା । ବୁଲଡୋଜରରେ ଘର ଭଙ୍ଗା ଯାଉଥିବା ବେଳେ ଏକ ଘରେ ନିଆଁ ଲାଗିଯାଇଥିଲା । ଏଥିରେ ଜଣେ ମହିଳା ଓ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଯାଇ ମହିଳାଙ୍କ ସ୍ବାମୀ ଗୁରୁତର ଆହତ ହୋଇଥଲେ । ଏହି ଘଟଣା ପାଇଁ ସ୍ଥାନୀୟ SDM, SHOଙ୍କ ସମେତ ଉଚ୍ଛେଦ ପାଇଁ ଆସିଥିବା ଅଧିକାରୀଙ୍କ ବିରୁଦ୍ଧରେ ଏତଲା ଦାଏର ହୋଇଛି ।
ସୂଚନା ଅନୁସାରେ, ପ୍ରଶାସନିକ ଟିମ୍ କାନପୁର ଦେହାତ ରୁରା ଥାନା ଅଞ୍ଚଳରେ ଥିବା ଶିବ ମନ୍ଦିର ଉଚ୍ଛେଦ କରିବାକୁ ଆସିଥିଲେ । ଉଚ୍ଛେଦ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ମନ୍ଦିର ନିକଟରେ ଥିବା କୁଡିଆରେ ନିଆଁ ଲଗାଯାଇଥିଲା । ଘର ଭିତରେ ମାଆ ଓ ଝିଅ ଥିବାବେଳେ ସେମାନେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଯାହାର ଏକ ଭାଇରାଲ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
ଅନ୍ୟ ଏକ ସୂଚନା ଅନୁସାରେ, ଗତ ଜାନୁଆରୀରେ ମନ୍ଦିର ନିକଟରେ ବେଆଇନ ଘର ନିର୍ମାଣ କରିଥିବା ନେଇ ଉଚ୍ଛେଦ କରାଯାଇଥିଲା । ପରିବାର ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ଲାଭ ମିଳିନଥିଲା । ସେମାନେ ବାଧ୍ୟ ହୋଇ ମନ୍ଦିର ନିକଟରେ ଏକ କୁଡିଆ ଘରେ ରହୁଥିଲେ (ଗତକାଲି ) ସୋମବାର ଜିଲ୍ଲା ପ୍ରଶାସନର ଟିମ୍ ପୋଲିସ ଫୋର୍ସ ସହ ପୁଣି ଥରେ କୁଡିଆ ଓ ମନ୍ଦିର ଉଚ୍ଛେଦ କରିବାକୁ ଆସିଥିଲେ । ପ୍ରଶାସନ ଏହାକୁ ଏକ ଅଘଟଣ ବୋଲି କହୁଥିଲା ବେଳେ ପୀଡିତ ପରିବାର ପ୍ରଶାସନିକ ଅଧିକାରୀ ନିଆଁ ଲଗାଇ ମହିଳା ଓ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ