ETV Bharat / bharat

ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ କୁଇନ

author img

By

Published : May 2, 2022, 9:43 AM IST

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଯୋଗୀ ଆଦିତ୍ୟ ନାଥଙ୍କୁ ଭେଟିଲେ ବଲିଉଡ କୁଇନ କଙ୍ଗନା ରଣାୱତ । ଅଧିକ ପଢନ୍ତୁ

ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ କୁଇନ
ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ କୁଇନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଭେଟିଲେ ବଲିଉଡ କୁଇନ କଙ୍ଗନା ରଣାୱତ । ଗତକାଲି ସନ୍ଧ୍ୟା ସମୟରେ ଲକ୍ଷ୍ନୌ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସେ ସାକ୍ଷାତ କରିଛନ୍ତି । ତେବେ ଦ୍ବିତୀୟ ଥର ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଛନ୍ତି କଙ୍ଗନା । ଏହା ପୂର୍ବରୁ ଗତବର୍ଷ ଅକ୍ଟୋବର ୨ରେ ସାକ୍ଷାତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-Sexually Assaulted: ଯୌନ ଶୋଷଣର ଶିକାର ହୋଇଥିଲେ କଙ୍ଗନା, ନିଜେ କଲେ ଖୁଲାସା

ଏନେଇ କଙ୍ଗନା ଇଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ‘ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବା ପରେ ମୁଁ ଦ୍ବିତୀୟ ଥର ପାଇଁ ଆଜି ମହାରାଜ ଜୀଙ୍କୁ ସାକ୍ଷାତ କଲି, ମହାରାଜ ଜୀଙ୍କ ସହ ଆଜିର ସନ୍ଧ୍ୟା ମୋ ପାଇଁ ବହୁତ ଭଲ ଥିଲା ଏହା ପୂର୍ବରୁ ମଧ୍ୟ କଙ୍ଗନା ଯୋଗୀ ଆଦିତ୍ୟ ନାଥଙ୍କୁ ମଧ୍ୟ ବିଧାନସଭା ନିର୍ବାଚନରେ ବିଜୟୀ ହେବାପରେ ଶୁଭେଚ୍ଛା ଜଣାଇଥିଲେ ।’

ବର୍ତ୍ତମାନ 'Lock Upp' ସୋକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି କଙ୍ଗନା । ରବିବାର ଦିନ ସେ ସୋ' ରେ ପିଲାଦିନେ ଯୌନ ଶୋଷଣର ଶିକାର ହୋଇଥିବା ଖୁଲାସା କରିଥିଲେ । ଆସନ୍ତା ମେ ୨୦ରେ କଙ୍ଗନାଙ୍କ ଫିଲ୍ମ 'ଧାକଡ' ରିଲିଜ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.