ETV Bharat / bharat

ନୃଶଂସ ମାଆ, ପୁଅକୁ ହତ୍ୟା କରି ଅଗଣାରେ ପୋତିଲା ମାଆ - ମାଆ ନିଜର ଦୁଇ ସନ୍ତାନର ହତ୍ୟା

ବିହାରର ଔରଙ୍ଗାବାଦରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟଜନକ ଘଟଣା । ଯେଉଁଠାରେ ମହିଳା ଜଣକ ନିଜର ଜନ୍ମକଲା ଝିଅକୁ ଦୁଇ ମାସ ପୂର୍ବରୁ ହତ୍ୟା କରିଥିବା ବେଳେ ଏବେ ପୁଅ ର ହତ୍ୟା କରି ଆଗଣାରେ ପୋତି ଦେଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ନୃଶଂସ ମାଆ, ପୁଅକୁ ହତ୍ୟା କରି ଅଗଣାରେ ପୋତିଲା ମାଆ

author img

By

Published : Dec 4, 2022, 11:02 PM IST

ମୁମ୍ବାଇ: କଥାରେ ଅଛି ମାଆ ହେଉଛି ମମତାମୟୀ । ମାଆର ପଣତରେ ଛୁଆଙ୍କୁ ଲାଗିଥାଏ ସ୍ବର୍ଗ ଭଳି । କିନ୍ତୁ ବିହାରର ଔରଙ୍ଗାବାଦରେ ଦେଖାଯାଇଛି ଏହାର ବ୍ୟତିକ୍ରମ। ଯେଉଁଠାରେ ଜଣେ ମାଆ ନିଜର ଦୁଇ ସନ୍ତାନର ହତ୍ୟା କରିଛି। ଜିଲ୍ଲାର ମଦନପୁର ଥାନା ଅନ୍ତର୍ଗତ ଶିବଗଂଜ ରେ ମହିଳା ଜଣକ ନିଜର ଜନ୍ମକଲା ଝିଅକୁ ଦୁଇ ମାସ ପୂର୍ବରୁ ହତ୍ୟା କରିଥିବା ବେଳେ ଏବେ ପୁଅ ର ହତ୍ୟା କରି ଆଗଣାରେ ପୋତି ଦେଇଛି। ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

2018 ମସିହାରେ ମହିଳା ଙ୍କ ସ୍ବାମୀ ଏଡସ ପୀଡିତ ଥିବାରୁ ତାଙ୍କର ମୃତ୍ୟୁବରଣ ହୋଇଥିଲା। ସ୍ବାମୀ ବିନୟଙ୍କର ମୃତ୍ୟୁ ପରେ ସ୍ତ୍ରୀ କଞ୍ଚନ ର ମଧ୍ୟ ଏଡସରେ ପୀଡିତ ଥିବା ନେଇ ଜାଣିବାକୁ ପାଇଥିଲା । ଯାହାକୁ ନେଇ ଚିନ୍ତାରେ ଥିବା ବେଳେ ମହିଳା ଜଣକ ନିଜର 15 ବର୍ଷୀୟ ପୁଅକୁ ହତ୍ୟା କରିବା ସହ ନିଜର ଅଗଣାରେ ପୋତି ଦେଇଥିଲେ । ଏଥିସହ ଦୁଇମାସ ପୂର୍ବେ ଝିଅ ହତ୍ୟା କରିଥିବା ନେଇ ଜଣାପଡିଛି ।

ତେବେ ସୂଚନା ମୁତାବକ, ଗତ ରବିବାର ଠାରୁ ବାଳକ ଜଣକ ଘରୁ ନିଖୋଜ ଥିଲେ। ଶନିବାର ଦିନ ସ୍କୁଲ ଫି ଜମା କରିବାକୁ 750 ଦିଆଯାଇଥିଲା କିନ୍ତୁ ବିଦ୍ୟାଳୟରେ ଫି ଜମା କରିନଥିଲେ । ରବିବାର ଦିନ ସେ ତାଙ୍କ ଘରୁ 1500 ଟଙ୍କା ଚୋରି କରିବା ପରେ ନିଖୋଜ ଥିଲେ । ଘର ଲୋକ ବହୁତ ଖୋଜିବା ପରେ ତାଙ୍କୁ ପାଇ ନ ଥିଲେ ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା । ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳା ଙ୍କୁ ପଚରାଉଚରା ପରେ ସତ ଘଟଣା ଟି ସମ୍ନା କୁ ଆସିଥିଲା । ଏଥିସହ ଅନ୍ୟପଟେ ମୃତକଙ୍କ ସମ୍ପର୍କୀୟ ଉଦୟ ସିଂ କହିଛନ୍ତି ଯେ, ଦୁଇମାସ ପୂର୍ବେ 17 ବର୍ଷର ଝିଅ ପୁନିତା କୁମାରୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା ଏବଂ ମୃତଦେହ ପୋଡି ଦିଆଯାଇଥିଲା ।

ଅନ୍ୟପଟେ, ମଦନପୁର ପୋଲିସ ଅଧକ୍ଷ ଶଶି କୁମାର ରାଣା କହିଛନ୍ତି ଯେ ପାଟନାରୁ ଏଫଏସଏଲ ଟିମକୁ ଡକାଯାଇଛି । ମାଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନରେ ମୃତ କିଶୋରଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଏହି ଘଟଣା ଜିଲ୍ଲାବାସୀଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସ ଅଧକ୍ଷ ଶଶି କୁମାର ରାଣା ଘର ସିଲ୍ କରି ମହିଳା କାଞ୍ଚନ ଦେବୀଙ୍କୁ ଗିରଫ କରିବା ସହିତ ମହିଳାଙ୍କୁ ପଚରାଉଚରା କରିଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.