ETV Bharat / bharat

ସମାଜ ପାଇଁ ଉଦାହରଣ କଲ୍ୟାଣ ପରିବାର, ଗୋଟିଏ ଛାତତଳେ ରୁହନ୍ତି ୬୨ ସଦସ୍ୟ - ବିହାରରେ ଗୋଟିଏ ପରିବାରରେ ରୁହନ୍ତି ୬୨ ସଦସ୍ୟ

ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି ବିହାରର ବୌଦ୍ଧଗୟାରେ ଥିବା 'କଲ୍ୟାଣ ପରିବାର' । ପରିବାରରେ ୬୨ ଜଣ ସଦସ୍ୟ ଥିବା ବେଳେ ଘରର ମୁଖିଆଙ୍କ ନିର୍ଦ୍ଦେଶରେ ଶାସିତ ପରିବାରର ସଦସ୍ୟ । ପିଢି ପରେ ପିଢି ଏକାଠି ରହି ଆସିଥିବା ବେଳେ ଆଜି ପର୍ଯ୍ୟନ୍ତ ସଦସ୍ୟଙ୍କ ମଧ୍ୟରେ ମନମାଳିନ୍ୟ ହୋଇନି । ଅଧିକ ପଢନ୍ତୁ

ସୁଖି ପରିବାରର ଉଦାହରଣ 'କଲ୍ୟାଣ ପରିବାର', ରୁହନ୍ତି ୬୨ ସଦସ୍ୟ

author img

By

Published : May 19, 2022, 1:35 PM IST

ପାଟଣା: କୁହାଯାଏ ଛୋଟ ପରିବାର ସୁଖୀ ପରିବାର, କିନ୍ତୁ ବିହାରର ଏମିତି ଏକ ପରିବାର ରହିଛି ଯାହା ଦେଖିଲେ ଆପଣ ବି କହିବେ ବଡ ପରିବାର ସୁଖି ପରିବାର । ବିହାରରେ ବୌଦ୍ଧଗୟାର ରୁହନ୍ତି ଏହି ପରିବାର, ପିଢି ପରେ ପିଢି ଗୋଟିଏ ଛାତ ତଳେ ରହୁଛନ୍ତି, ତେବେ ପରିବାରରେ ୧୦ କି ୨୦ ସଦସ୍ୟ ନୁହଁନ୍ତି ବରଂ ଏକା ସଙ୍ଗରେ ୬୨ ଜଣ ସଦସ୍ୟ ଗୋଟିଏ ଛାତ ତଳେ ରୁହନ୍ତି । ଏହି ପରିବାର ବିହାରରେ 'କଲ୍ୟାଣ ପରିବାର' ନାମରେ ବେଶ ଜଣାଶୁଣା । ପରିବାରରେ ୬୨ ଜଣ ସଦସ୍ୟ ରହୁଛନ୍ତି ଜଣେ କିନ୍ତୁ ଘରର ମାଲିକ ଜଣେ, ଯାହାଙ୍କ ନିର୍ଦ୍ଦେଶରେ ଘରର ସସସ୍ତ କାମ ହୁଏ ।

୧୦୦ ବର୍ଷ ପୂର୍ବ ଏହି ପରିବାରର ମୁଖିଆ ଥିଲେ କଲ୍ୟାଣ ସିଂ, ଯାହାଙ୍କ ନାମ ଅନୁସାରେ ଏହି ପରିବାର ବେଶ ପ୍ରସିଦ୍ଧ ଲାଭ କରିଛି । ୧୯୨୦ ମସିହାର ପରିବାରର ନାମକରଣ କରାଯାଇଥିଲା । କଲ୍ୟାଣ ସିଂଙ୍କ ଅନୁଶାସନରେ ପରିବାର ମଧ୍ୟରେ ଏକତା ଓ ଭଲପାଇବା ବେଶ ବାରି ହୋଇପଡେ । ତାଙ୍କର ମୃତ୍ୟୁ ପରେ ବି ତାଙ୍କ ପୁଅ କହ୍ନେୟା ପ୍ରସାଦ ଓ ରାମ ଲକ୍ଷଣ ଏହାକୁ ବଜାୟ ରଖିଛନ୍ତି । ୬ ପିଢିଧରି ଏହି ପରିବାର ଏକତାର ଉଦାହରଣ ସୃଷ୍ଟି କରିଛନ୍ତି ।

ସମାଜ ପାଇଁ ଉଦାହରଣ 'କଲ୍ୟାଣ ପରିବାର'

ସାଧାରଣତଃ ପରିବାର ଛୋଟ ହୁଅନ୍ତୁ କି ବଡ, କୌଣସି ବି କାରଣକୁ ନେଇ ପରସ୍ପର ମଧ୍ୟରେ ବଚସା ଲାଗି ରହିଥାଏ । କିନ୍ତୁ କଲ୍ୟାଣ ପରିବାରରେ ୬୨ ଜଣ ସଦସ୍ୟ ରହି ମଧ୍ୟ କାହାରି ମଧ୍ୟରେ କେବେବି ମନାନ୍ତର କି ମତାନ୍ତର ହୁଏ ନାହିଁ, ପରିବାରରେ ଯେଉଁବି ସମସ୍ୟା ଆସେ ସମସ୍ତେ ଏକାଠି ହୋଇ ଏକାର ସମାଧାନ କରନ୍ତି । ପରିବାରରେ ଯଦି କାହାର ଦେହ ମଧ୍ୟ ଅସୁସ୍ଥ ହୁଏ, ତେବେ ସମଗ୍ର ପରିବାର ମଧ୍ୟ ଏଥିରେ ଦୁଃଖିତ ହୁଅନ୍ତି । ଏହା ହିଁ ପରିବାର ମଧ୍ୟରେ ଥିବା ଏକତା ଓ ଭଲପାଇବାକୁ ଆହୁରି ସୁଦୃଢ କରିଥାଏ । ଗୟାରେ ସାମାଜିକ ସେବା କ୍ଷେତ୍ରରେ ମଧ୍ୟ ଏହି ପରିବାର ବେଶ୍‌ ଜଣାଶୁଣା ।

୬୨ ସଦସ୍ୟ ୫୭ ରୁମ୍

ପରିବାରରେ ସବୁଠୁ ବଡ ହେଉଛନ୍ତି କହ୍ନେୟା ପ୍ରସାଦ, ତାଙ୍କ ବୟସ ୮୫ ବର୍ଷ ଓ ତାଙ୍କର ପତ୍ନୀ ୮୦ ବର୍ଷୀୟା ରାଧିକା ଦେବୀ । ପରିବାରକୁ ଏକତ୍ର ରଖିବାରେ ତାଙ୍କର ରହିଛି ବଡ ଭୂମିକା । ଟିକା ବିଘା ଗ୍ରାମରେ ଦେଢ ଏକର ଜମିରେ କଲ୍ୟାଣ ପରିବାରର ବଙ୍ଗଳା ରହିଛି, ଯେଉଁଥିରେ ୬୨ ସଦସ୍ୟଙ୍କ ପାଇଁ ୫୭ଟି ରୁମ ରହିଛି ଓ ସମସ୍ତଙ୍କ ପାଇଁ ଗୋଟିଏ ରୋଷେଇ ଘର ମଧ୍ୟ ଖାଦ୍ୟ ପ୍ରସ୍ତୁତ ହୁଏ । ପ୍ରତ୍ୟେକ ଦିନ ଖାଦ୍ୟ ପ୍ରସ୍ତୁତ ହେବା ପରେ ସମସ୍ତ ସଦସ୍ୟ ଏକାଠି ଭୋଜନ କରଥାନ୍ତି । ପରିବାରରେ ୯ ଭାଇ ରହିଥିବା ବେଳେ ସାତ ଭଉଣୀ ରହିଛନ୍ତି ଓ ସମସ୍ତେ ବିବାହିତ । ବର୍ତ୍ତମାନ ଘରେ ୧୨ ଦମ୍ପତି ଓ ୨୧ ଜଣ ପିଲା ରହିଛନ୍ତି । ୯ ଭାଇ ବ୍ୟବସାୟ କରି ପରିବାର ଚଳାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.