ETV Bharat / bharat

ଆଜି ବିଜେପିରେ ମିଶିବେ ମିଥୁନ !

ଶନିବାର ବିଳମ୍ବିତ ରାତିରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଭେଟିଛନ୍ତି ବିଜେପିର ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିଆ । ଦୀର୍ଘ ସମୟ ଧରି ତାଙ୍କ ସହ ଆଲୋଚନା କରିଥିବା ନେଇ ଖୋଦ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଟ୍ବିଟ କରି ସୂଚନା ଦେଇଛନ୍ତି । ତେବେ ଆଜି ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ମିଶି ପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଛି ।

author img

By

Published : Mar 7, 2021, 11:27 AM IST

Updated : Mar 7, 2021, 12:09 PM IST

ବିଳମ୍ବିତ ରାତିରେ ମିଥୁନଙ୍କୁ ଭେଟିଲେ କୈଳାଶ ବିଜୟଭର୍ଗିଆ

କୋଲକାତା: ଆଜି ବ୍ରିଗେଡ ଗ୍ରାଉଣ୍ଡରେ ବିଶାଳ ରାଲି କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହାରି ପୂର୍ବରୁ ଗତକାଲି(ଶନିବାର ବିଳମ୍ବିତ ରାତିରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଭେଟିଛନ୍ତି ବିଜେପିର ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିଆ । ଦୀର୍ଘ ସମୟ ଧରି ତାଙ୍କ ସହ ଆଲୋଚନା କରିଥିବା ନେଇ ଖୋଦ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଟ୍ବିଟ କରି ସୂଚନା ଦେଇଛନ୍ତି । ତେବେ ଆଜି ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ମିଶି ପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ବିଳମ୍ବିତ ରାତିରେ ମିଥୁନଙ୍କୁ ଭେଟିଲେ କୈଳାଶ ବିଜୟଭର୍ଗିଆ,

ବିଜେପିର ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିଆ ଟ୍ବିଟ କରି କହିଛନ୍ତି ଯେ, ବିଳମ୍ବିତ ରାତିରେ କୋଲକାତାର ବେଲାଗାଚିଆରେ ଅଭିନେତା ମିଥୁନ ଦାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛି । ତାଙ୍କର ଦେଶପ୍ରେମ ଏବଂ ଗରିବଙ୍କ ପ୍ରତି ଥିବା ଭଲପାଇବା ଜାଣି ମତେ ବହୁତ ଖୁସି ଅନୁଭବ ହୋଇଛି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ପ୍ରତିଦିନ କିଛି ନା କିଛି ବଡ ଖବର ସାମନାକୁ ଆସୁଛି । ଆଜି ବ୍ରିଗେଡ ଗ୍ରାଉଣ୍ଡରେ ବିଶାଳ ରାଲି କରିବେ ପ୍ରଧାନମନ୍ତ୍ରୀ ମୋଦି । ପାର୍ଟି ସୂତ୍ର ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ଅନେକ ଲୋକ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ 294 ବିଧାନସଭା ଆସନ ପାଇଁ ମାର୍ଚ୍ଚ 27ରୁ ଆରମ୍ଭ ହେବ ନିର୍ବାଚନ । ମୋଟ 8ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଏଥର ଟିଏମସି, କଂଗ୍ରେସ-ବାମପନ୍ଥୀ ଦଳ ଏବଂ ବିଜେପି ସହିତ ଏକ ତ୍ରିକୋଣୀୟ ପ୍ରତିଯୋଗିତାର ଦେଖିବାକୁ ମିଳିବ ।

Last Updated : Mar 7, 2021, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.