ଚଣ୍ଡିଗଡ: ଦୀର୍ଘ 56 ବର୍ଷ ପରେ ଭାରତ-ଚୀନ ଯୁଦ୍ଧରେ ଶହୀଦ ହୋଇଥିବା CRPF ଯବାନ ପ୍ରତାପ ସିଂଙ୍କ ପତ୍ନୀ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ନ୍ୟାୟ ପାଇଛନ୍ତି (Justice For War Widow Of 62 War) । ଶହୀଦ ଯବାନଙ୍କ ପତ୍ନୀଙ୍କୁ 56 ବର୍ଷ ପାଇଁ ଉଭୟ କେନ୍ଦ୍ର ଏବଂ CRPF ଦ୍ୱାରା ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶହୀଦଙ୍କ ପତ୍ନୀଙ୍କୁ ପେନସନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ 6% ସୁଧକୁ ମିଶାଇ ଭତ୍ତା ପ୍ରଦାନ କରିବାକୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି(Pension Stopped For 56 Years Restored) ।
ସୂଚନାନୁସାରେ, 1966 ମସିହାରୁ ଏହି ପେନସନ ଦେବାକୁ ହାଇକୋର୍ଟ ତରଫରୁ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଥିଲା । ଶହୀଦ ହୋଇଥିବା ଯବାନଙ୍କ ପତ୍ନୀ ଧର୍ମୋ ଦେବୀଙ୍କ ମାତ୍ର ଚାରି ବର୍ଷ ପରେ ପେନସନ ବନ୍ଦ କରାଯାଇଥିଲା । ସେହିଦିନ ପରଠାରୁ ଯବାନଙ୍କ ପତ୍ନୀ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ବର୍ତ୍ତମାନ ଦୀର୍ଘ 56 ବର୍ଷ ପରେ ଧର୍ମୋ ଦେବୀଙ୍କୁ ନ୍ୟାୟ ମିଳିଛି । ଏନେଇ ହାଇକୋର୍ଟ କହିଛନ୍ତି ଯେ, ଶହୀଦ ଯବାନଙ୍କ ପତ୍ନୀଙ୍କୁ ଅବହେଳା କରାଯାଇଛି ଏବଂ ଏଥି ପାଇଁ କ୍ଷତିପୂରଣ ଦିଆଯିବ ।
ହାଇକୋର୍ଟର ଜଷ୍ଟିସ ହର୍ଷମ୍ରାନ ସିଂ ସେଠୀଙ୍କ ଏକ ବେଞ୍ଚ ଦ୍ୱାରା ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା । ପୀଡିତାଙ୍କ ସ୍ୱାମୀ ପ୍ରତାପ ସିଂ CRPFର ନବମ ବାଟାଲିୟନରେ କାର୍ଯ୍ୟ କରୁଥିଲେ । 1962 ମସିହାରେ ଭାରତ-ଚୀନ୍ ଯୁଦ୍ଧ ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ଏହି କାରଣରୁ ଶହୀଦଙ୍କ ପତ୍ନୀଙ୍କୁ ଏକ ସ୍ବତନ୍ତ୍ର ପେନସନ ଲାଗୁ କରାଯାଇଥିଲା । କିନ୍ତୁ 1966, 3 ଅଗଷ୍ଟରେ ପେନସନ ଲାଗୁ ହେବାର ଚାରି ବର୍ଷ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରଦ୍ଦ କରାଯାଇଥିଲା ।
କୌଣସି କାରଣ ନଦର୍ଶାଇ ଯବାନଙ୍କ ପତ୍ନୀଙ୍କୁ ପେନସନ ବନ୍ଦ କରିଦିଆଯାଇଥିଲା । ଏହାପରେ ଆୟର ଅଭାବ ହେତୁ ଅଧିକାର ସାବ୍ୟସ୍ତ କରିବା ପାଇଁ CRPFଙ୍କ ପତ୍ନୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ପୀଡିତାଙ୍କୁ ବର୍ତ୍ତମାନ ନ୍ୟାୟ ମିଳିଛି ଏବଂ ଶହୀଦଙ୍କ ପତ୍ନୀଙ୍କ ସୁଧ ସହିତ ପେନସନ ଦେବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାସହ ମାମଲାର ଉପଯୁକ୍ତ ତଦନ୍ତ ପାଇଁ ତାଗିଦ କରିଛନ୍ତି ।
ଅନ୍ୟପଟେ ପୀଡିତାଙ୍କ ଓକିଲ ହାଇକୋର୍ଟରେ କହିଛନ୍ତି ଯେ, ଧର୍ମୋ ଦେବୀଙ୍କୁ ଦୀର୍ଘ ୫୬ ବର୍ଷ ଧରି ପେନସନରୁ ବଞ୍ଚିତ କରାଯାଇଥିଲା । ଯେଉଁଥି ସେ ଅନ୍ୟ ଭତ୍ତା ପାଇବା ପାଇଁ ଯୋଗ୍ୟ ହୋଇଥିଲେ । ସମସ୍ତ ଘଟଣାର ଅନୁସନ୍ଧାନ ପରେ ଭତ୍ତା ସମେତ ସମସ୍ତ ପେନସନ ଫେରାଇ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । CRPF ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଯୋଗାଯୋଗ ଅଭାବ କାରଣରୁ ଏପରି ହୋଇଥିବା କେନ୍ଦ୍ର ସରକାର କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ