ଲକ୍ଷ୍ନୋ: ଉତ୍ତରପ୍ରଦଶର ରାଜଧାନୀରେ ଜଣେ ଯୁବକ ନୋ ପାର୍କିଂ ଜୋନ୍ରେ ଗାଡି ପାର୍କ କରିଥିଲେ । ଯାହାକୁ ଟ୍ରାଫିକ୍ ପୋଲିସ ଉଠାଇ ନେଇଯାଇଥିଲା । ଏହାକୁ ନେଇ ଯୁବକ ଜଣକ ଟ୍ରାଫିକ୍ ପୋଲିସକୁ ଦୁର୍ବ୍ୟବହାର କରିବା ସହ ସେ ନିଜକୁ ଜଜ୍ଙ୍କ ପୁଅ କିହି ଧମକ ଚମକ ଦେବା ଆରମ୍ଭ କରିଥିଲେ । ଯାହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହବାରେ ଲାଗିଛି ।
ସୂଚନା ଅନୁସାରେ ଶନିବାର ଲକ୍ଷ୍ନୌର ହଜରତଗଞ୍ଜ ଚାଉରାହାର ଏକ ନୋ ପାର୍କିଂ ଜୋନ୍ରେ ଏକ କାର ଛିଡା ହୋଇଥିଲା । ଯାହାକି ଲକ୍ଷ୍ନୌ ଟ୍ରାଫିକ୍ ପୋଲିସ ନଜରକୁ ଆସିଥିଲା । ଟ୍ରାଫିକ୍ ପୋଲିସ କାରଟିକୁ ଥାନାକୁ ଉଠାଇ ଆଣିଲା । କିଛି ସମୟ ପରେ ଜଣେ ଯୁବକ ଆସି ଦେଖିଲେ ତାଙ୍କ କାର ସେଠାରେ ନାହିଁ । ଯୁବକ ଜଣକ ଆଖପାଖ ଲୋକମାନଙ୍କୁ ପଚାରି ବୁଝିଥିଲେ ଜାଣିବାକୁ ପାଇଥିଲେ ନୋ ପାର୍କିଂ ଜୋନ୍ରେ କାରଟି ଛିଡା ହୋଇଥିବାରୁ ଟ୍ରାଫିକ ପୋଲିସ କାରକୁ ଉଠାଇ ନେଇଯାଇଛି ।
ଏହାପରେ ଯୁବକ ଜଣକ ଟ୍ରାଫିକ ପୋଲିସ ପାଖରେ ପହଞ୍ଚି କାରକୁ ଛାଡିବା ପାଇଁ କହିଥିଲେ । ଟ୍ରାଫିକ ପୋଲିସ ଯୁବକଙ୍କୁ ୧୧୦୦ ଜରିମାନା ଦେଇ ଗାଡି ନେଇଯିବା ପାଇଁ କହିଥିଲେ । ଏଥିରେ ଯୁବକ ଜଣକ ହଠାତ୍ ଉତକ୍ଷିପ୍ତ ହୋଇ ନିଜକୁ ଜଜ୍ଙ୍କ ପୁଅ କହି ଟ୍ରାଫିକ ପୋଲିସ କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ । ଏହାସହ ଧମକଚମକ ମଧ୍ୟ ଦେଇଥିଲେ । ଯୁବକ ଜଣକ ଟ୍ରାଫିକ ପୋଲିସଙ୍କୁ କହିଥିଲେ "ତୁମେ କିପରି କାରକୁ ଉଠାଇଲ ଦେଖିଲ ନାହିଁ କାରରେ ମାଜିଷ୍ଟ୍ରେଟ ଲେଖା ହୋଇଛି ।"
ଏହା ମଧ୍ୟ ପଢନ୍ତୁ....HSRP ନମ୍ବର ପ୍ଲେଟ ଚେକିଂ କଡାକଡି, ନିୟମ ଖିଲାପକାରୀଙ୍କୁ ଫାଇନ୍
ଟ୍ରାଫିକ ପୋଲିସ ଯୁବକଙ୍କୁ,"ପୋଲିସ କମିଶନରଙ୍କ ସହ କଥା ହେବାକୁ କହିଥିଲେ" । ଏହା ଶୁଣି ଯୁବକ ଜଣକ ଅଧିକ ରାଗିଯାଇ କହିଥିଲେ "ଜରୁରୀ କାମରେ ମୁଁ ବାହାରକୁ ଯାଇଥିଲି, ତୁମେ ମୋ କାରକୁ କିପରି ଉଠାଇ ଆଣିଲ ?" କାର ନଛାଡିଲେ ମାଡ଼ ମାରିବା ସହ ଜେଲ୍ ପଠାଇ ଦେବାକୁ ବି ଧମକ ଦେଇଥିଲେ" । ଏହି ଘଟଣା ଖବର ଯେତେବେଳେ ପୋଲିସ କମିଶନରଙ୍କ ପାଖରେ ପହଞ୍ଚିଥିଲା, ସେ ଜଜ୍ଙ୍କ ପତ୍ନୀଙ୍କ ସହ କଥା ହୋଇଥିଲେ । ଯୁବକ ଜଣକ ୧୧୦୦ ଫାଇନ୍ ଭରିଥିଲେ । ଯାହାପରେ ଟ୍ରାଫିକ ପୋଲିସ କାରକୁ ଛାଡିଥିଲେ । ଯୁବକ ଜଣକ ପୋଲିସକୁ ଧମକଚମକ ଦେଉଥିବା ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ