ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଲକ୍ଷ୍ନୌ ଗସ୍ତ। ଆସନ୍ତା 21 ଓ 22ରେ ନଡ୍ଡା ଲକ୍ଷ୍ନୌ ଯିବାର ସମ୍ଭାବନା ରହିଛି। ଏନେଇ ଦଳ ପକ୍ଷରୁ ସୋମବାର ସୂଚନା ମିଳିଛି।
''ବିଜେରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା 21 ଓ 22ରେ ଉତ୍ତରପ୍ରଦେଶର ଲକ୍ଷ୍ନୌ ଗସ୍ତରେ ଯିବେ। ସେଠାରେ ରାଜ୍ୟର ଦଳ ମୁଖିଆଙ୍କ ସହ କଥା ହେବା ସହ ବିଭିନ୍ନ ବୈଠକ କରିବେ ବୋଲି ସୂତ୍ରରୁ ଜଣାପଡିଛି।''
ସୂଚନା ଥାଉକି, 2022 ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। ଜାନୁୟାରୀ 15 ରେ, ତାଙ୍କ 65 ତମ ଜନ୍ମଦିନରେ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ଘୋଷଣା କରିଛନ୍ତି ଯେ ଉତ୍ତରପ୍ରଦେଶରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ତାଙ୍କ ଦଳ କୌଣସି ମେଣ୍ଟ କରିବ ନାହିଁ।