ନୂଆଦିଲ୍ଲୀ: ଆଜିଠୁ ଚାରି ଦିନିଆ ହିମାଚଳପ୍ରଦେଶ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଜି ସେ ସିମଲାରେ ପହଞ୍ଚିବା ପରେ ଦଳୀୟ ନେତୃବୃନ୍ଦ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିବେ । ପରେ ସିମଲାରେ ସାଧାରଣ ସଭାକୁ ସମ୍ଭୋଧିତ କରିବା ସହ ରୋଡ ଶୋ ମଧ୍ୟ କରିବେ ।
ଏହି ଅବସରରେ ଦଳୀୟ କର୍ମୀଙ୍କ ସହ ବୈଠକ କରିବା ସହ କୋଠିପୁରା ଏମ୍ସର ବିକାଶ କାର୍ଯ୍ୟ ନେଇ ମଧ୍ୟ ଆଲୋଚନା କରିବେ । ଏପ୍ରିଲ ୯ ରୁ ୧୨ ତାରିଖ ମଧ୍ୟରେ ସେ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ଏନେଇ ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ସେହିପରି ଏପ୍ରିଲ 10ରେ ଦଳର ଜାତୀୟ ସଭାପତି ବିଭିନ୍ନ ଦଳୀୟ ବୈଠକରେ ସାମିଲ ହେବେ । ସେ ବିଲାସପୁର ଅଭିମୁଖେ ଆରକିରେ ଏକ ବୁଥ ସଭାରେ ଯୋଗ ଦେବେ । ଏହାସହ ନାମହୋଲ, ଟୁଡୁ, ଡାର୍ଲାଘାଟ ଓ ଚାମାକରୀ ବ୍ରିଜକୁ ମଧ୍ୟ ଗସ୍ତ କରିବେ । ସେଠାରେ ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ସାମିଲ ହେବେ ନଡ୍ଡା । ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର କହିଛନ୍ତି ଯେ ନଡ୍ଡାଙ୍କ ଗସ୍ତ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ।
@ANI