ETV Bharat / bharat

21 ରେ ବିଜେପି ବୈଠକ, ସ୍ଥିତି ପରଖିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା - ନୂଆଦିଲ୍ଲୀରେ ବିଜେପି ବୈଠକ

ଦଳର ସାଂଗଠନିକ ସ୍ଥିତି ସମୀକ୍ଷା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ...

21 ରେ ବିଜେପି ବୈଠକ,  ସ୍ଥିତି ପରଖିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା

author img

By

Published : Feb 14, 2021, 10:47 PM IST

ନୂଆଦିଲ୍ଲୀ :ଦଳର ସାଂଗଠନିକ ସ୍ଥିତି ସମୀକ୍ଷା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏନେଇ 21 ତାରିଖରେ ବୈଠକ ରଖାଯାଇଛି । ଦଳର ନୂଆଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ପୂର୍ବାହ୍ନ 11 ରେ ଏହି ବୈଠକ ଅନୁଷ୍ଠିତ ହେବାକୁ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଦଳ ପକ୍ଷରୁ ସବୁ ରାଜ୍ୟର ସଭାପତିଙ୍କ ସହ ରାଜ୍ୟ ପ୍ରଭାରୀ , ସହ ପ୍ରଭାରୀ ଏବଂ ପ୍ରଦେଶ କମିଟିର ସହ ସମ୍ପାଦକମାନଙ୍କୁ ଚିଠି ଲେଖି ବୈଠକରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦଶକ୍ରମେ ଦଳୀୟ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂ ଏହି ଚିଠି ଲେଖିଥିବା ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ଏହି ବୈଠକ ଫେବୃଆରୀ 14 ରେ ରଖାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ କୌଣସି କାରଣବଶତଃ 21 ତାରିଖକୁ ଘୁଞ୍ଚାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଦଳର ବିଭିନ୍ନ ରାଜ୍ୟ ସ୍ତରରେ ଦାୟିତ୍ବରେ ଥିବା ସଂଗଠକମାନେ ଯୋଗଦେଇ ଦଳର ବର୍ତ୍ତମାନ ସ୍ଥିତି ଓ ଆଗାମୀ ରଣନୀତି ପ୍ରସ୍ତୁତି ବାବଦରେ ଆଲୋଚନା କରିଥିଲେ । ଆଗକୁ ଏକାଧିକ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାବେଳେ ଏଇ ବୈଠକ ଗୁରୁତ୍ବପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.