ETV Bharat / bharat

Himachal Assembly poll: ବିଜେପିର ପ୍ରତିଶ୍ରୁତି, ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ୍ - ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନେଇ ବିଜେପି ତାର ସଂକଳ୍ପ ପତ୍ର ଜାରି କରିଛି । ନିର୍ବାଚନରେ ଯଦି ଦଳ ଜିତି କ୍ଷମତାକୁ ଆସେ ତେବେ ସମାନ ନାଗରିକ ସଂହିତା କୋଡ (Uniform Civil Code) ଲାଗୁ କରିବା ସହିତ ସରକାରୀ ଚାକିରୀରେ ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ଅଧିକ ପଢନ୍ତୁ

JP Nadda on Himachal Assembly election
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
author img

By

Published : Nov 7, 2022, 9:01 AM IST

ସିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖଉଛି । ଏ ନେଇ ପ୍ରମୁଖ ରାଜନୈତିକ ଦଳର ଘନ ଘନ ବୈଠକ ରଣନୀତି ପ୍ରସ୍ତୁତ ଆରମ୍ଭ ହୋଇଯାଇଛି । ବିଜେପି ମଧ୍ୟ ତାର ରଣନୀତି ପ୍ରସ୍ତୁତ କରିବା ସହ ସଂକଳ୍ପପତ୍ର ଜାରି କରିଛି । ରବିବାର ହିମାଚଳ ପ୍ରଦେଶ ଗସ୍ତ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏହି ସଂକଳ୍ପପତ୍ରକୁ ଉନ୍ମୋଚନ କରିଛନ୍ତି । ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ପେଡି ଖୋଲିଛି ବିଜେପି । ବିଧାନସଭା ନିର୍ବାଚନରେ ଯଦି ଦଳ ଜିତି କ୍ଷମତାକୁ ଆସେ ତେବେ ସମାନ ନାଗରିକ ସଂହିତା କୋଡ ( Uniform Civil Code) ଲାଗୁ କରିବା ସହିତ ସରକାରୀ ଚାକିରୀରେ ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ସରକାର ଏକ କମିଟି ଗଠନ କରିଛନ୍ତି । କମିଟିର ସୁପାରିସ କ୍ରମେ ୟୁନିଫର୍ମ ସିଲିଭ କୋଡ ଲାଗୁ ହେବ ।

Himachal Assembly poll

ବିଲାସପୁର ଗସ୍ତ ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଇଟିଭି ଭାରତକୁ ସାକ୍ଷାତକାର ଦେଇଛନ୍ତି । ନିର୍ବାଚନୀ ପ୍ରସ୍ତୁତି ନେଇ କହିଛନ୍ତି ଜୋରଦାର ପ୍ରସ୍ତୁତି କରାଯାଉଛି । ଲୋକଙ୍କ ଆର୍ଶୀବାଦ ରହିଛି । ହିମାଚଳ ପ୍ରଦେଶରେ ଭାଜପା ପୁନର୍ବାର ସରକାର ଗଢିବ । ନିର୍ବାଚନ ପାଇଁ ଭାଜପା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଭାଜପା ଏମିତି ଏକ ସରକାର ସେ କେବଳ ନିର୍ବାଚନ ପାଖେଇଲେ ପ୍ରସ୍ତୁତ ହୁଏ ନାହିଁ ସେ କୋଡ ଅଫ କଣ୍ଡକ୍ଟକୁ ଅପେକ୍ଷା କରେ ନାହିଁ । ସେ 365 ଦିନ 24 ଘଣ୍ଟା ପ୍ରସ୍ତୁତ ରୁହେ । କଂଗ୍ରେସ ହିମାଚଳ ପ୍ରଦେଶରେ ପରିବର୍ତ୍ତନକୁ ମାନିବାକୁ ନାରାଜ । ନିର୍ବାଚନ ପୂର୍ବରୁ ହିଁ ହିମାଚଳ ପ୍ରଦେଶରେ ପରିବର୍ତ୍ତନ ଆସିିଛି । ଏହି ନିର୍ବାଚନରେ ନିଶ୍ଚିନ୍ତ ଭାଜପା ପୁନର୍ବାର ସରକାର ଗଢିବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ସେ ଆହୁରି କହିଛନ୍ତି, "ଭାରତୀୟ ଜନତା ପାର୍ଟି ମଣିପୁର, ଉତ୍ତରାଖଣ୍ଡ, ଗୋଆ ଓ ଅନ୍ୟ ରାଜ୍ୟରେ ଧାରାରେ ପରିବର୍ତ୍ତନ ଆଣିଛି । ହିମାଚଳ ପ୍ରଦେଶ ରାଜ୍ୟ ଆମ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଘର । କଂଗ୍ରେସ ଯେତେ ଭାରତ ଯୋଡ ଯାତ୍ରା କରୁ ମାତ୍ର ବିଜେପିକୁ ଯେଉଁ ସମର୍ଥନ ମିଳୁଛି ସେଥିରୁ ସ୍ପଷ୍ଟ ଯେ ଦେଶରୁ କଂଗ୍ରେସ ମୂଳପୋଛ ହୋଇଛି । ଗତ ଶନିବାର କଂଗ୍ରେସ ନିର୍ବାଚନୀ ଇସ୍ତାହାରକୁ ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ସେ କହିଛନ୍ତି କଂଗ୍ରେସ ଇସ୍ତାହାରର ଓଜନ ନାହିଁ କି କୌଣସି ସୁଦୃଷ୍ଟି ନାହିଁ । ହିମାଚଳ ପ୍ରଦେଶରେ ବିକଳ୍ପ ସରକାରଙ୍କ ଧାରା ବଦଳାଇବାକୁ ବିଜେପି ନଜର ରଖିଛି । ସାଧାରଣ ଜନତାଙ୍କଠାରୁ ପରାମର୍ଶ ନେଇ ବିଜେପି ତାର ସଂକଳ୍ପପତ୍ର ଚିଠା ତିଆରି କରଥିବା କହିଛନ୍ତି ନଡ୍ଡା ।

ଏହା ବି ପଢନ୍ତୁ...ହିମାଚଳ ପ୍ରଦେଶରେ ଭାଙ୍ଗିବ ପୂର୍ବ ଧାରା, କ୍ଷମତା ବଜାୟ ରଖିବ ବିଜେପି : PM Modi

ରାଜ୍ୟବାସୀଙ୍କୁ ବିଜେପି 11ଟି ପ୍ରତିଶ୍ରୁତି ଦେଇଛି । 8 ଲକ୍ଷ ନିଯୁକ୍ତି, କଲେଜ ଛାତ୍ରୀଙ୍କୁ ସ୍କୁଟି, ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ପାଇଁ ସାଇକେଲ, 5 ନୂଆ ମେଡିକାଲ କଲେଜ, ସରକାରୀ ଚାକିରୀରେ ମହିଳାଙ୍କ ପାଇଁ 33% ସଂରକ୍ଷଣ କରିବା ଭଳି ପ୍ରତିଶ୍ରୁତି ଦେଇଛି ଭାରତୀୟ ଜନତା ପାର୍ଟି । ଆସନ୍ତା ନଭେମ୍ବର 12 ତାରିଖରେ 68ଟି ବିଧାନସଭା ଆସନ ନିର୍ବାଚନ ପାଇଁ ମତଦାନ ହେବ । ଆସନ୍ତା (ଅକ୍ଟୋବର) 17 ତାରିଖରେ ବିଦ୍ଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ।

25 ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । 27 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । 29 ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ । 8 ଡିସେମ୍ବରରେ ଭୋଟ ଗଣତି ହେବ । ଡିସେମ୍ବର 10 ତାରିଖରେ ପୁରା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । 68ଟି ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବର୍ତ୍ତମାନ ବିଜେପି 44ଟି ଆସନ ସହ ଶାସନ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.