ETV Bharat / bharat

ଫୋକସରେ ହିମାଚଳ ପ୍ରଦେଶ, ଆଜି ମୁହାଁମୁହିଁ ହେବେ ନଡ୍ଡା-କେଜ୍ରିୱାଲ

author img

By

Published : Apr 23, 2022, 3:27 PM IST

ଫୋକସରେ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ । ଆଜି ରାଜ୍ୟର କଙ୍ଗଡା ଜିଲ୍ଲାରେ ମୁହାଁମୁହିଁ ହେବେ କେଜ୍ରିୱାଲ ଓ ଜେପି ନଡ୍ଡା । ଅଧିକ ପଢନ୍ତୁ

ଫୋକସରେ ହିମାଚଳ ପ୍ରଦେଶ, ଆଜି ମୁହାଁମୁହିଁ ହେବେ ନଡ୍ଡା-କେଜ୍ରିୱାଲ
ଫୋକସରେ ହିମାଚଳ ପ୍ରଦେଶ, ଆଜି ମୁହାଁମୁହିଁ ହେବେ ନଡ୍ଡା-କେଜ୍ରିୱାଲ

ସିମଲା: ଆଗକୁ ଆସୁଛି ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ । ଯାହାକୁ ନେଇ ସରଗରମ ହୋଇଛି ରାଜନୀତି । ନିର୍ବାଚନ ପାଇଁ ଏବେଠୁ ମାଳ ମାଳ ପ୍ରତିଶ୍ରୁତି ବର୍ଷୁଥିବାବେଳେ ରାଜନୈତିକ ଦଳର ତୁଙ୍ଗ ନେତା ମଧ୍ୟ ରାଜ୍ୟକୁ ଧାଇଁବା ଆରମ୍ଭ କରିଛନ୍ତି । ହିମାଚଳ ପ୍ରଦେଶରେ ବିଜୟ ଦୋହରାଇବାକୁ ବିଜେପି ଦାବି କରୁଛି । ଅନ୍ୟପଟେ ପଞ୍ଜାବ ପରି ଏଠାରେ ମଧ୍ୟ ବାଜି ମାରିବାକୁ ରଣନୀତି ପ୍ରସ୍ତୁତ କରୁଛି ଆପ୍ । ହିମାଚଳରେ ସରକାର ଗଢିବାକୁ ଲକ୍ଷ୍ୟ ରଖିଥିବା ଆପ୍ ଭାରତୀୟ ଜନତା ପାର୍ଟିକୁ କଡା ଚ୍ୟାଲେଞ୍ଜ ଦେଉଛି । ଏହି ପରିପ୍ରେକ୍ଷୀରେ ହିମାଚଳ ପ୍ରଦେଶର ସବୁଠୁ ବଡ ଜିଲ୍ଲା କଙ୍ଗଡାରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ଦଳର ଟାଣୁଆ ନେତା ।

ହିମାଚଳ ପ୍ରଦେଶର କଙ୍ଗଡା ଜିଲ୍ଲା ଉପରେ ଏବେ ଦୁଇ ଦଳର ଆଖି । କାରଣ କଙ୍ଗଡାରେ ବହୁମତ ହାସଲ କରିବା ବିନା ବିଜୟ ସମ୍ଭବ ନୁହେଁ ବୋଲି ଉଭୟ ଆପ୍ ଓ ବିଜେପି ଭଲ ଭାବେ ଜାଣିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଠାରୁ ଦୁଇ ଦିନିଆ କଙ୍ଗଡା ଜିଲ୍ଲା ଗସ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶୁକ୍ରବାର ନଡ୍ଡା ଏଠାରେ ପହଞ୍ଚି ରୋଡ ଶୋ' ଏବଂ ଜନସଭା କରିଥିଲେ । ଆଜି(ଶନିବାର) ଦ୍ବିତୀୟ ଦିନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଧର୍ମଶାଳା ଠାରେ ପାର୍ଟି ପଦାଧିକାରୀଙ୍କ ସହ ଆସନ୍ତା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ ଏବଂ କର୍ମକର୍ତ୍ତାଙ୍କୁ ବିଜୟର ମନ୍ତ୍ର ଦେବେ ।

ଅନ୍ୟପଟେ ଆମ୍ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଆଜି କଙ୍ଗଡା ଜିଲ୍ଲାର ଶାହପୁର ଅନ୍ତର୍ଗତ ଚମ୍ବୀ ମୈଦାନରେ ଏକ ଜନସଭାକୁ ସମ୍ବୋଧିତ କରିବେ । ଏହି ସଭାରେ ଦଳର ବହୁ ବଡ ବଡ ନେତା ସାମିଲ ହେବେ । ଉଲ୍ଲେଖଯୋଗ୍ୟ, ହିମାଚଳ ପ୍ରଦେଶରେ ମୋଟ ୬୮ଟି ବିଧାନସଭା ଆସନ ରହିଛି । ୧୨ ଜିଲ୍ଲା ବିଶିଷ୍ଟ ଏହି ରାଜ୍ୟର ସବୁଠୁ ବଡ ଜିଲ୍ଲା ହେଉଛି କଙ୍ଗଡା । କେବଳ କଙ୍ଗଡାରେ ୧୫ଟି ଆସନ ରହିଛି । ଗତ ନିର୍ବାଚନରେ ଏଠାରୁ ବିଜେପି ୧୧ଟି ଆସନ ଦଖଲ କରିଥିଲା । ତେଣୁ କୁହାଯାଏ ଯେ, ହିମାଚଳର ବିଜୟ ରାସ୍ତା କଙ୍ଗଡା ମଧ୍ୟ ଦେଇ ଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.